ଅସିତ୍‌ଙ୍କ ବାସଭବନରେ ବିଧାୟକ ବିରୋଧୀଙ୍କ ମେଳି

ଭଦ୍ରକ, ୨୬।୨ (ସନାତନ ରାଉତ):୫-ଟି ଅଧ୍ୟକ୍ଷ ଶନିବାର ଭଦ୍ରକ ଜିଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ଗସ୍ତ ସାରି ଫେରିବା ପରେ ସନ୍ଧ୍ୟାରେ ବିଜେଡିର ଯୁବନେତା ଅସିତ୍‌ ପଟ୍ଟନାୟକଙ୍କ ବାସଭବନରେ ଭଦ୍ରକ ବିଧାୟକ ବିରୋଧୀଙ୍କ ମେଳି ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ଭଦ୍ରକ ବିଧାନସଭା ଟିକେଟ୍‌ ପାଇଁ ଅସିତ୍‌ଙ୍କୁ ତାଙ୍କର ସମର୍ଥକମାନେ ନୀରବ ନ ରହି ନିଜର ନେତୃତ୍ୱ ଜାହିର କରିବାକୁ ଚାପ ପକାଉଥିବାର ଭିଡିଓ ଭାଇରାଲ ହେଉଛି। ଭଦ୍ରକ ପୌରାଧ୍ୟକ୍ଷାଙ୍କ ସ୍ବାମୀ ଜାହିଦ୍‌ ହବିବ ନୀରବ ନ ରହି ଏବେଠାରୁ ସ୍ବର ଉତ୍ତୋଳନ କରିବାକୁ ଅସିତ୍‌ଙ୍କୁ କହିବା ସହ ବିଜେଡିରୁ ଟିକେଟ୍‌ ନ ମିଳିଲେ ଆଗକୁ ଦଳୀୟ ବିଶୃଙ୍ଖଳା ହେବ ବୋଲି ଚେତାବନୀ ଦେଉଥିବା ଭିଡିଓରୁ ଜଣାପଡ଼ିଛି। ଭଦ୍ରକର ବିକାଶ କେବଳ ଚା’ ଖଟିରେ ସୀମିତ ରହିଛି ବୋଲି କହିଥିଲେ।
ସରପଞ୍ଚ ଭରତ ତ୍ରିପାଠୀ, ପଞ୍ଚାନନ ଲେଙ୍କା, ଯୁବନେତା ତପନ ରାଉତ, ନାରାୟଣ ଜେନା, ନାସିରୁଦ୍ଦିନ ଖାଁ, ଶରତ ସ୍ବାଇଁ, ବିପ୍ଳବ ରାଉତଙ୍କ ସମେତ ବହୁ ପୂର୍ବତନ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ସଭ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଏନେଇ ଅସିତ୍‌ କହିଛନ୍ତି, ୫-ଟି ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ସାରି ମୁଁ ଘରକୁ ଆସିଥିଲି। ସନ୍ଧ୍ୟାରେ ସମର୍ଥକମାନେ ପହଞ୍ଚତ୍ ଏକାଠି ହୋଇଥିଲେ। ବିଧାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ ଅଭିଯୋଗ ଉଠାଇଥିଲେ। ୨୦୧୯ରେ ଟିକେଟ୍‌ ନ ପାଇ ମୁଁ ନୀରବ ରହିଥିଲି। ଏଥର ତା’ର ପୁନରାବୃତ୍ତି ନ ହେବାକୁ ସେମାନେ ମୋତେ ଚାପ ପକାଇଥିଲେ। ମୋର ଆଶା ଅଛି, ଦଳ ମୋତେ ନ୍ୟାୟ ପ୍ରଦାନ କରିବ। ଲୋକଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଇବି। ନିର୍ବାଚନମଣ୍ଡଳୀକୁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହାର ସଦୁପଯୋଗ ହୋଇପାରୁ ନାହିଁ। ଏହି କାରଣରୁ ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri