ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କ ଝିଅ ନାୟବ ଉଧାସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ଦିଆଯାଇଥିବା ବୟାନରେ ଲେଖାଯାଇଛି – ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ୨୬ ଫେବୃଆରୀ ୨୦୨୪ ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଆପଣଙ୍କୁ ଜଣାଇବା ହେତୁ ଆମେ ଦୁଃଖିତ। ସେ କେଉଁ ରୋଗରେ ପୀଡିତ ଥିଲେ ସେ ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଗଜଲ ଜଗତରେ ପଙ୍କଜ ଉଧାସ ଏକ ବଡ ନାମ ଥିଲେ। ତାଙ୍କର ଗଜଲ ‘ଚିଠି ଆଇ ହୈ’ ମାଧ୍ୟମରେ ସେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ଏହି ଗଜଲ ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ସାମିଲ ହୋଇଥିଲା। ପଙ୍କଜ ଅନେକ ଗଜଲକୁ ସ୍ବର ଦେଇଥିଲେ ଯେଉଁଥିରେ ୟେ ଦିଲ୍ଲଗି, ଫିର ତେରୀ କାହାନି ୟାଦ ଆଇ, ଚଲେ ତୋ କଟ ହି ଜୟେଗା ଏବଂ ତେରେ ବିନ ସାମିଲ ଅଛି।

ସୋମବାର ଅର୍ଥାତ୍‌ ଫେବୃୟାରୀ ୨୬, ୨୦୨୪ ସକାଳ ୧୧ଟାରେ ମୁମ୍ବାଇରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଛି। କିଛି ସମୟ ପାଇଁ ତାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏହି ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାନୁସାରେ, ପଙ୍କଜ ଉଧାସ କିଛି ମାସ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ଏବଂ ସେ ଗତ କିଛି ମାସ ହେବ କାହା ସହିତ ସାକ୍ଷାତ କରୁନଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମୁମ୍ବାଇରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ।

ପଙ୍କଜ ଉଧାସ ୧୭ ମଇ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ରେ ସେ ‘ଆହଟ’ ନାମକ ଏକ ଗଜଲ ଆଲବମ ରିଲିଜ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଖୁବ ଶୀଘ୍ର ସେ ଭାରତରେ ଗଜଲ ସଙ୍ଗୀତ ସହିତ ସମକକ୍ଷ ହେଲେ । ବଲିଉଡରେ ଗଜଲ ଗାୟକ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ନାମ’ ପାଇଁ ଲୋକପ୍ରିୟ ଟ୍ରାକ ‘ଚିଠି ଆଇ ହୈ’ ଗାଇଥିଲେ । ଏହି ଗୀତଟି ବହୁତ ଲୋକପ୍ରିୟ ହେଲା ଏବଂ ସମସ୍ତଙ୍କୁ କାନ୍ଦାଇ ଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri