Posted inଫୁରସତ

ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ

କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ ହ୍ବିସିଲ୍‌ ମାରି କଥା ହୋଇଥାନ୍ତି। ଦକ୍ଷିଣ ପୂର୍ବରେ ଥିବା ମେଘାଳୟରେ ଏହି ରାଜ୍ୟ ଅବସ୍ଥିତ। ଘନ ଜଙ୍ଗଲ ଏବଂ ଦୁର୍ଲଭ ଔଷଧୀୟ ବୃକ୍ଷ ଲାଗି ଖ୍ୟାତ ମେଘାଳୟର ଏହି ଗାଁ ଦୁନିଆରେ ନିଜର ବିଚିତ୍ର ପରମ୍ପରା ଲାଗି ପରିଚିତ।

ଆପଣ ଭାବୁଥିବେ ଏହି ଗାଁର ଲୋକଙ୍କୁ କଥା କହିବା ଆସୁ ନ ଥାଇପାରେ। ହେଲେ ଏହା ଭୁଲ। କଥା କହି ପାରୁଥିଲେ ହେଁ ଗ୍ରାମବାସୀ ନିଜର ଦୁର୍ଲଭ ପରମ୍ପରାକୁ ମାନିଥାନ୍ତି। ସେମାନେ ହ୍ବ୍‌ିସିଲ୍‌ ମାରି କଥା ହୋଇଥାନ୍ତି। ତେବେ ଏହି ଗାଁର ନାମ କୋଙ୍ଗଥୋଙ୍ଗ। ମେଘାଳୟ ରାଜଧାନୀ ଶିଲଂଠାରୁ ୬୦ କିମି ଦୂର ପୂର୍ବୀ ଖାସି ହିଲ୍ସ ଜିଲାରେ ଏହା ଅବସ୍ଥିତ।

କୋଙ୍ଗଥୋଙ୍ଗ ଗାଁ ହ୍ବିସ୍‌ଲିଂ ଭିଲେଜ୍‌ ନାମରେ ଜଣାଶୁଣା। ଏଠାକାର ଲୋକେ କଥା ହେବା ଲାଗି ହ୍ବିସିଲ୍‌ ମାରିଥାନ୍ତି। ଅନେକ ବର୍ଷରୁ ଏହା ଚାଲି ଆସୁଛି। ‘ଜିଙ୍ଗରବାଇ ଲଓ୍ବବି’ ନାମକ ସ୍ବରକୁ ସେମାନେ ହ୍ବିସିଲ୍‌ରେ କହିଥାନ୍ତି। ଏହି ଶବ୍ଦର ଅର୍ଥ ‘ମାର ସ୍ନେହ ପୂର୍ଣ୍ଣ ଗୀତ’।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri