Posted inଜାତୀୟ

ଆଇଟି ନିୟମାବଳୀରେ ସଂଶୋଧନ ଇଣ୍ଟରସେପ୍‌ଶନ ରେକର୍ଡ ନଷ୍ଟ କରିପାରିବେ ସରକାର

ନୂଆଦିଲ୍ଲୀ,୨୭।୨କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀରେ ସଂଶୋଧନ କରିଛନ୍ତି। ଉକ୍ତ ସଂଶୋଧନ ଅନୁଯାୟୀ ସ୍ବରାଷ୍ଟ୍ର ସଚିବ କିମ୍ବା କେନ୍ଦ୍ର ସରକାରରେ ଥିବା ଅନ୍ୟ ପଦାଧିକାରୀମାନେ ଇଣ୍ଟରସେପ୍‌ସନ (ଅବରୋଧନ)ର ଡିଜିଟାଲ ରେକର୍ଡଗୁଡ଼ିକୁ ନଷ୍ଟ କରିବା ପାଇଁ କିମ୍ବା ତଥ୍ୟ ଡିକ୍ରିପ୍ଟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଷମତା କେବଳ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଭଳି ସୁରକ୍ଷା ଏଜେନ୍ସିଙ୍କ ହାତରେ ରହିଥିଲା। ନିୟମାବଳୀରେ ସଂଶୋଧନ ଫଳରେ ଡିଜିଟାଲ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାରେ କେନ୍ଦ୍ରର କ୍ଷମତା ବଢ଼ିବ। ସୋମବାର ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତିରେ ଆଇଟି ମନ୍ତ୍ରଣାଳୟ କହିଛି, ସୂଚନା ପ୍ରଯୁକ୍ତି (ତଥ୍ୟର ଇଣ୍ଟରସେପ୍‌ସନ, ମନିଟରିଂ ଏବଂ ଡିକ୍ରିପ୍‌ଶନ ପଦ୍ଧତି ଓ ସୁରକ୍ଷା) ନିୟମାବଳୀ, ୨୦୦୯ର ଧାରା ୨୩ରେ ସଂଶୋଧନ କରାଯାଇଛି। ସେଥିରେ ଥିବା ‘ସୁରକ୍ଷା ଏଜେନ୍ସି’ ସ୍ଥାନରେ ‘ ଉପଯୁକ୍ତ କର୍ତ୍ତୃପକ୍ଷ ଏବଂ ସୁରକ୍ଷା ଏଜେନ୍ସି’ ଲେଖାଯାଇଛି।
ଆଇଟି ଆଇନର ଧାରା ୨୩ ଅନୁଯାୟୀ, ଇଣ୍ଟରସେପ୍‌ସନ କିମ୍ବା ମନିଟରିଂ ବା ତଥ୍ୟର ଡିକ୍ରିପ୍‌ଶନ ପାଇଁ ନିର୍ଦ୍ଦେଶ ଏବଂ ଇଣ୍ଟରସେପ୍ଟ କିମ୍ବା ମନିଟର ଅଥବା ଡିକ୍ରିପ୍ଟ ହୋଇଥିବା ତଥ୍ୟ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡ ସମେତ ସମସ୍ତ ରେକର୍ଡକୁ ପ୍ରତି ୬ ମାସରେ ସୁରକ୍ଷା ଏଜେନ୍ସି ଦ୍ୱାରା ନଷ୍ଟ କରାଯିବ। ତେବେ ଆବଶ୍ୟକ ଥିବା କିମ୍ବା କାର୍ଯ୍ୟାତ୍ମକ ଆବଶ୍ୟକତା ପାଇଁ ଦରକାର ହେବାର ସମ୍ଭାବନା ଥିବା ତଥ୍ୟଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯିବ। ସୂଚନା ପ୍ରଯୁକ୍ତି ଅଧିନିୟମ,୨୦୦୦ର ସଂଶୋଧିତ ନିୟମାବଳୀ ଅନୁଯାୟୀ ସ୍ବରାଷ୍ଟ୍ର ସଚିବ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଗୃହ ସଚିବ ପ୍ରତି ୬ ମାସ ମଧ୍ୟରେ ଉପରୋକ୍ତ ସମସ୍ତ ରେକର୍ଡକୁ ନଷ୍ଟ କରିବା ପାଇଁ କ୍ଷମତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri