Posted inଖେଳ

ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍‌’

ନୂଆଦିଲ୍ଲୀ,୨୮।୨: ବିରାଟ କୋହଲି ବର୍ତ୍ତମାନ କ୍ରିକେଟରେ ଏକ ବଡ ନାମ। ଗତ ବର୍ଷ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ଅଧିକାଂଶ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଦିନିକିଆରେ କୋହଲିଙ୍କ ଶତକ ସଂଖ୍ୟା ସର୍ବାଧିକ। ଏଣୁ କୋହଲିଙ୍କୁ ସଚିନଙ୍କ ସହ ତୁଳନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି କେହି ସଚିନଙ୍କ ୧୦୦ ଟି ଅନ୍ତର୍ଜାତୀୟ ଶତକର ରେକର୍ଡ ଭାଙ୍ଗି ପାରିବେ, ସେ ହେଉଛନ୍ତି କୋହଲି। କୋହଲି ଏଠାରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ଆଜିର ଦିନରେ ସେ ଏଭଳି ଏକ ଇନିଂସ ଖେଳିଥିଲେ ଯାହା ତାଙ୍କୁ ‘କିଙ୍ଗ୍‌’ ଆଖ୍ୟା ଦେଇଥିଲା। ୨୦୧୨ ରେ ୨୮ ଫେବୃଆରୀରେ କୋହଲି ଏହି ଇନିଂସ ଖେଳିଥିଲେ।

ଭାରତ ଏବଂ ଶ୍ରୀଲଙ୍କାର ଦଳ ସିବି ସିରିଜ ଖେଳୁଥିଲା। ଏହି ସିରିଜର ତୃତୀୟ ଦଳ ଆୟୋଜକ ଅଷ୍ଟ୍ରେଲିଆ ଥିଲା। ହୋବର୍ଟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍‌ ହୋଇଥିଲା ଏବଂ ଫାଇନାଲରେ ପହଞ୍ଚିବା ପାଇଁ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଟିମ ଇଣ୍ଡିଆ ପାଇଁ ଫାଇନାଲ ଟିକେଟ ମିଳିବା ସହଜ ନ ଥିଲା। କେବଳ ମ୍ୟାଚ୍‌ରେ ବିଜୟ ନୁହେଁ ବରଂ ଏଥିପାଇଁ ତାଙ୍କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମ୍ୟାଚ ଜିତିବାକୁ ପଡିଥିଲା। ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ମ୍ୟାଚ୍‌ରେ ୪୦ ଓଭରରେ ଶ୍ରୀଲଙ୍କା ସ୍ଥିର କରିଥିବା ଟାର୍ଗେଟକୁ ହାସଲ କରିବାକୁ ଥିଲା।

ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫୦ ଓଭରରେ ୪ ଉଇକେଟ ହରାଇ ୩୨୦ ରନ ସଂଗ୍ରହ କରିଥିଲା। ଅପରପକ୍ଷେ ଟିମ୍‌ ଇଣ୍ଡିଆ ପାଇଁ ୪୦ ଓଭରରେ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିଲା। କିନ୍ତୁ ଅସମ୍ଭବ ମନେହେଉଥିବା ଏହି ଟାର୍ଗେଟ ପୂରଣ କରିବାରେ ବଡ଼ ପୁରୋଧା ସାଜିଥିଲେ ବିରାଟ କୋହଲି। ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ କରିଥିଲେ ମଧ୍ୟ ଦୁହେଁ ବଡ଼ ଇନିଂସ ଖେଳିପାରି ନ ଥିଲେ। ସେମାନଙ୍କ ପରେ କୋହଲି ମଇଦାନକୁ ଆସି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶ୍ରୀଲଙ୍କା ଟିମ୍‌ରେ ଗୋଟିଏରୁ ବଳି ଆରେକ ପ୍ରଭାବି ବୋଲର୍‌ ଥିଲେ ହେଁ କୋହଲି ଧୁଆଁଧାର ବ୍ୟାଟିଂ କରିଥିଲେ। ସେ ୮୬ ବଲ୍‌ରେ ୧୩୩ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ୧୬ ଚୌକା ଓ ୨ ଛକା ଥିଲା। ଏହି ମ୍ୟାଚରେ ଗୌତମ ଗମ୍ଭୀର ମଧ୍ୟ ୬୩ ରନ କରି କୋହଲିଙ୍କ ସହ ୧୨୦ ରନ ଭାଗିଦାରୀ କରିଥିଲେ। କୋହଲିଙ୍କ ଏହି ଇନିଂସ ଆଧାରରେ ଭାରତ ୩୬.୪ ଓଭରରେ ୩୨୧ ରନ ସଂଗ୍ରହ କରି ଫାଇନାଲରେ ସ୍ଥାନ ହାସଲ କରିଥିଲା।

ବିରାଟଙ୍କର ଆକ୍ରୋଶ, କୌଶଳ, ରନ୍‌ ପାଇଁ କ୍ଷୁଧା ଆଦି ଏହି ଇନିଂସରେ ଦୃଶ୍ୟମାନ ହେଉଥିଲା। ଦର୍ଶକମାନେ ଏକ ଆଶ୍ଚର୍ଯ୍ୟଜନକ ଇନିଂସ ଦେଖିଥିବା ପ୍ରତିକ୍ରିୟା ଦେଇଥିଲେ। ମହାନ ପ୍ରତିଭାର ଅଧିକାରୀ ବ୍ୟାଟ୍ସମ୍ୟାନ୍‌ କେବଳ ଏଭଳି ରନ ସ୍କୋର କରପାରିବେ ବୋଲି କହିଥିଲେ। ଦିନିକିଆ କ୍ରିକେଟ ଇତିହାସର ସର୍ବୋତ୍ତମ ଇନିଂସ ମଧ୍ୟରେ କୋହଲିଙ୍କ ଏହି ଇନିଂସକୁ ଗଣାଯାଏ। କାରଣ ପ୍ରାୟ ୩୭ ଓଭରରେ ୩୨୧ ରନ୍‌ର ଲକ୍ଷ୍ୟକୁ ଦଳ ହାସଲ କରିବା ଅବିଶ୍ୱସନୀୟ ନୁହେଁ ତ ଆଉ କ’ଣ। ତେବେ ସେବେଠାରୁ ବିରାଟ ଅଟକି ନାହାନ୍ତି । କ୍ରମାଗତ ଭାବରେ ତାଙ୍କ ବ୍ୟାଟିଂ ବଳରେ ବିଶ୍ୱ କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri