Posted inଫୁରସତ

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ନିଜ ପିତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ଗାଇକ୍ୱାର୍ଡ ନାମ୍ନୀ ଜଣେ ଯୁବତୀ ନିଜ ସ୍ନାତକ ଶିକ୍ଷା ପାଇଁ ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ବେଳେ ବିଦେଶ ଗସ୍ତ କରିଥିଲେ। ତେବେ ତାଙ୍କ ପିତା ଜଣେ ସାଧାରଣ ସିକ୍ୟୁରିଟି ଗାର୍ଡ ହୋଇଥବାରୁ ଉଚ୍ଚଶିକ୍ଷା ପାଇଁ ଝିଅକୁ ବିଦେଶ ନ ପଠାଇବାକୁ ତାଙ୍କୁ ଅନେକ ଜଣ ପରାମର୍ଶ ଦେଇଥିଲେ। ତେବେ ନିକଟରେ ଧନଶ୍ରୀ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ତାଙ୍କ ଉପରେ ବିଶ୍ବାସ କରିଥିବାରୁ ସେ ନିଜ ପିତାଙ୍କୁ ଏହି ପୋଷ୍ଟରେ ଧନ୍ୟବାଦ ଦେଇଛନ୍ତି।

Viral Video: Security guard's daughter's graduation in the UK inspires millions (WATCH)

ଏକ ସମାରୋହରେ ସ୍ନାତକ ଡିଗ୍ରୀ ହାସଲ କରିବା ସମୟର ଗୋଟିଏ କ୍ଲିପ୍‌ ସେ ଏହି ପୋଷ୍ଟରେ ଶେୟାର କରିଛନ୍ତି। ତାଙ୍କୁ ବିଦେଶ ପଠାଇବା ନେଇ ପିତାଙ୍କ ନିଷ୍ପତ୍ତି ଠିକ୍‌ ଥିଲା ବୋଲି ଏହି ଭିଡିଓରେ ଧନଶ୍ରୀ ଦର୍ଶାଇଛନ୍ତି। ପିତା ତାଙ୍କ ପାଇଁ ଲାଇଫ ଗାର୍ଡ ସାଜିଥିବାରୁ ଆଜି ସେ ଏହି ସଫଳତା ହାସଲ କରିପାରିଥିବା ଧନଶ୍ରୀ କହିଛନ୍ତି। ଧନଶ୍ରୀଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଧନଶ୍ରୀଙ୍କ କାହାଣୀକୁ ପସନ୍ଦ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବହୁ ସେଲିବ୍ରିଟି। ଆୟୁଷ୍ମାନ୍‌ ଖୁରାନା, ଗୁରୁ ରନ୍ଧୱା, ଇଶା ଗୁପ୍ତାଙ୍କ ପରି ବହୁ ସେଲିବ୍ରିଟି ଏହି ପୋଷ୍ଟରେ କମେଣ୍ଟ ମାଧ୍ୟମରେ ଧନଶ୍ରୀଙ୍କ ସଫଳତା ପାଇଁ ତାଙ୍କୁ ଅଭିବାଦନ ଜଣାଇଛନ୍ତି।

 

 

 

View this post on Instagram

 

A post shared by Dhanshree Gaikwad (@me_dhanshreeg)


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri