Posted inରାଜ୍ୟ

ରାଜ୍ୟ ସରକାର, ବିଜେଡିକୁ ସ୍ପଷ୍ଟୀକରଣ ମାଗିଲେ ଇସି

ନୂଆଦିଲ୍ଲୀ,୨୯ା୨(ପି.ଟି.):  ସରକାରୀ ବିଜ୍ଞାପନଗୁଡ଼ିକରେ ଦଳୀୟ ଚିହ୍ନ ‘ଶଙ୍ଖ’ ବ୍ୟବହାର ଉପରେ ନିର୍ବାଚନ କମିଶନ (ଇସି) ବୁଧବାର ଓଡ଼ିଶା ସରକାର ଏବଂ ଶାସକ ବିଜୁ ଜନତା ଦଳ (ବିଜେଡି)ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ମାର୍ଚ୍ଚ ୨ ସନ୍ଧ୍ୟା ସୁଦ୍ଧା ଏହାର ଜବାବ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି କେତେକ ଖବରକାଗଜ, ଟିଭି ଚ୍ୟାନେଲ, ସରକାରୀ ବସ୍‌ଗୁଡ଼ିକରେ ବିଜ୍ଞାପନ ଏବଂ ବିଭିନ୍ନ ସହରରେ ହୋର୍ଡିଂ ଦେଇ ଶଙ୍ଖ ଚିହ୍ନର ପ୍ରଚାର କରୁଥିବା ନେଇ ଇସି କେତୋଟି ଅଭିଯୋଗ ପାଇଥିଲେ। ଏହାକୁ ଅନୁଧ୍ୟାନ କରିବା ପରେ ୨୦୧୬ ଅକ୍ଟୋବରର ନିର୍ଦ୍ଦେଶନାମା ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ। ଏପ୍ରିଲ-ମେ’ରେ ଲୋକ ସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମିଳିବ ସିଏମ କିଷାନ ଟଙ୍କା : ୪ ହଜାର ସହାୟତା…

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri