ରଘୁରାମ ପ୍ରାର୍ଥୀ ହେଲେ ଜୟରାମ ହେବେ କଣ୍ଟା

କୋରାପୁଟ,୨୯ା୨(ଅମିତାଭ ବେହେରା): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସେତେ ସରଗରମ ହେଉଛି । ଦଳୀୟ ଟିକେଟ ହାତେଇବା ପାଇଁ ବିଜେଡି ସମେତ କଂଗ୍ରେସ ଓ ଭାଜପା ଆଦି ୩ ପ୍ରମୁଖ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।୨୦୦୯ରେ କୋରାପୁଟ ନିର୍ବାଚନମଣ୍ଡଳୀ ବିଜେଡି ହାତରେ ଥିବା ବେଳେ ୨୦୧୪ରେ ଏହା କଂଗ୍ରେସ ହାତକୁ ଯାଇଥିଲା । ପୁଣି ୨୦୧୯ରେ ବିଜେଡି ଏହି ଆସନକୁ ଅକ୍ତିଆର କଲା। ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରୁ ଭାଜପାରୁ ତ୍ରିପୁରାରୀ ଗରଡ଼ା ପ୍ରାର୍ଥୀ ହୋଇଥିଲେ। ସେ ଏବେ ବିଜେଡିରେ। ବର୍ତ୍ତମାନ ବିଜେଡି ବିଧାୟକ ଥିବା ରଘୁରାମ ପଡ଼ାଲଙ୍କୁ ଦଳ ଯଦି ଟିକେଟ ଦେବ ତେବେ ପଡ଼ାଲଙ୍କ ବାଟରେ ଜୟରାମ ପୂଜାରୀ କଣ୍ଟା ସାଜିପାରନ୍ତି। ରଘୁରାମ ମିଥ୍ୟା ପ୍ରମାଣପତ୍ର ଦେଇ ୨ ଥର ବିଧାୟକ ହୋଇଥିବା ପୂର୍ବରୁ ଓଏସ୍‌ଏପି ତୃତୀୟ ବାଟାଲିୟନ ସିପାହି ସଂଘ ପୂର୍ବତନ ସଭାପତି ଜୟରାମ ଆରୋପ କରିବା ସହ ତା’ର ପ୍ରମାଣ ମଧ୍ୟ ଦେଇଥିଲେ। ଦଳ ଯଦି ରଘୁରାମଙ୍କୁ ଟିକେଟ ଦିଏ ତେବେ ତାଙ୍କ ରାସ୍ତାରେ ଜୟରାମ ପ୍ରତିବନ୍ଧକ ସାଜିପାରନ୍ତି। ଅନ୍ୟପକ୍ଷରେ କୋରାପୁଟରେ ନୂଆ ମୁହଁ ନେଇ ମଧ୍ୟ ଆକଳନ ଚାଲିଛି l ନୂଆ ମୁହଁଙ୍କ ମଧ୍ୟରେ ଏବେ ସାମାଜିକ କର୍ମୀ ଡମ୍ବରୁ ନାୟକ ଆଗରେ ରହିଛନ୍ତି। ବିଭିନ୍ନ ସମୟରେ ଜନକଲ୍ୟାଣମୂଳକ କାର୍ଯ୍ୟ କରିବା ସହ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ସେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଉଛନ୍ତି । ଅଧିକାରୀମାନଙ୍କ ପାଖକୁ ଯାଇ ଆଲୋଚନାକରି ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି । ସେହିପରି ଭାଜପା ଟିକେଟ ପାଇଁ ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ, ନିକଟରେ ଭାଜପାରେ ସାମିଲ ହୋଇଥିବା ରଘୁରାମ ମାଛ ମଧ୍ୟ ଆଶାୟୀ ଅଛନ୍ତି। କଂଗ୍ରେସରେ କୃଷ୍ଣ କୁଲଦୀପ, କୃଷ୍ଣ ଶଗରିଆ, ରମେଶ ବ୍ୟାଖିଆ, ନିମାଇଁ ସରକାର, ଭରତ ଖୋସ୍‌ଲା ପ୍ରମୁଖ ମଧ୍ୟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ତେବେ ଆଗାମୀ ଦିନରେ ବିଭିନ୍ନ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri