ଭାଜପା କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ପ୍ରଶାନ୍ତଙ୍କୁ କୋଳେଇ ନେଲା ଭାଜପା: ବିଜେଡି

ଭୁବନେଶ୍ୱର,୧ା୩(ଅନିଲ ଦାସ):ପ୍ରଶାନ୍ତ ଜଗଦ୍ଦେବ ଯିଏକି ଭାଜପା କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ସହ ୨ଟି ଆପରାଧିକ ମାମଲାରେ ଜେଲ ଯାଇଥିଲେ, ଯାହାଙ୍କ ବିରୋଧରେ ଓଡ଼ିଶା ଭାଜପାର ନେତା ଓ କର୍ମୀ ଗଳାଫଟାଇ ଚିତ୍କାର କରୁଥିଲେ, ଆଜି କିଭଳି ତାଙ୍କ ଗଳାରେ ଦଳୀୟ ଉତ୍ତରୀୟ ପକାଇ ସ୍ବାଗତ କଲେ। ଯେଉଁ ଭାଜପା କର୍ମୀଙ୍କୁ ଗଳାଧକ୍କା ମାରି ପ୍ରଶାନ୍ତ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡ଼ାଇଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି।
ଗୁରୁବାର ଶଙ୍ଖଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲେଲିନ କହିଛନ୍ତି ଯେ ଉଭୟ ଆପରାଧିକ କାର୍ଯ୍ୟକଳାପକୁ ଗୁରୁତ୍ୱର ସହ ଗ୍ରହଣ କରି ବିଜୁ ଜନତା ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବନ ସହ ବହିଷ୍କାର ମଧ୍ୟ କରିଥିଲା। ଜନବିରୋଧୀ କାର୍ଯ୍ୟ ପାଇଁ ଯାହାଙ୍କୁ ବିଜେଡି ଦଳରୁ ବାହାରର ରାସ୍ତା ଦେଖାଉଛି ସେମାନଙ୍କୁ ଓଡ଼ିଶା ଭାଜପା ସାଦରରେ ଗ୍ରହଣ କରିନେଉଛି। ଏବେ ଭାଜପା ନେତା ଖାସ୍‌ କରି ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟମାନେ ଯିଏ ପ୍ରଶାନ୍ତଙ୍କ ବିରୋଧରେ ବିଷ ଓଗାଳୁ ଥିଲେ, ସେମାନେ ନିଜ କର୍ମୀଙ୍କୁ କ’ଣ ଉତ୍ତର ଦେବେ। ଯେଉଁ ଭାଜପା କର୍ମୀଙ୍କ ଉପରେ ପ୍ରଶାନ୍ତ ଗାଡ଼ି ଚଢ଼ାଇ ଦେଇଥିଲେ, ତାଙ୍କୁ କିଭଳି ମୁହଁ ଦେଖାଇବେ। ଯେଉଁ ପୃଥ୍ବୀରାଜ ହରିଚନ୍ଦନଙ୍କ ପାଇଁ ଭାଜପା କର୍ମୀମାନେ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଲଢ଼େଇ କରୁଥିଲେ ଏବେ ସେମାନେ କ’ଣ କରିବେ ବୋଲି ଲେଲିନ ପ୍ରଶ୍ନ କରିଛନ୍ତି। ଯେଉଁ ପୃଥ୍ବୀରାଜ ପ୍ରଶାନ୍ତଙ୍କଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ରାଜ୍ୟ ରାଜନୀତିରେ ଲଜ୍ଜିତ ହୋଇଥିଲେ ସେ ମିଶ୍ରଣ ପର୍ବ ନେଇ ନିଜ କର୍ମୀଙ୍କୁ ଜବାବ ଦେଇପାରିବେ ତ। ନୂଆ ନେତା ସୃଷ୍ଟି କରିବାକୁ ଓଡ଼ିଶା ଭାଜପା ଯେହେତୁ ଅସମର୍ଥ ସେଥିପାଇଁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତଥିବା ଗୁଣ୍ଡା, ବଦମାସ, ଆପରାଧିକ, ଜନବିରୋଧୀ ଓ ତଡ଼ାଖିଆ ଶ୍ରେଣୀର ଲୋକଙ୍କୁ ଭରସା କରିବା ଆରମ୍ଭ କରିଛି ବୋଲି ଲେଲିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri