୧୭ବର୍ଷ ହେଲା ଅଧାରେ ପଡ଼ିଛି କଣ୍ଠିଆନାଳ ସେତୁ

ପଟ୍ଟାମୁଣ୍ଡାଇ,୧ା୩ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ୨୦୨୩ରେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନାରେ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର ଦେଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଣ୍ଟ ସରିବାକୁ ବର୍ଷେ ବିତିଲାଣି। ହେଲେ ଏଯାଏ ସେତୁ ନିର୍ମାଣ ଆରମ୍ଭ ହୋଇନାହିଁ। ଫଳରେ ଏହି କାଣୀ ନଦୀ ଉପରେ ନିର୍ଭର କରୁଥିବା ଲୋକେ ଅତି ବିପଦ ସଙ୍କୁଳ ଅବସ୍ଥାରେ ମୋଟର ଚାଳିତ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଗୋଟିଏ ଡଙ୍ଗାରେ ଥରକେ ୧୦ରୁ୧୫ଟି ବାଇକ୍‌ ସହ ପ୍ରାୟ ୩୦ ଜଣ ଲୋକ ନଦୀ ପାର ହେଉଛନ୍ତି। ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଥିବା ବେଳେ ଡଙ୍ଗାରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ସମ୍ପର୍କରେ ସିଂହଗଁାର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଏହି କଣ୍ଠିଆନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ଅଧୀନରେ ଥିବା ୬୨୩ କିମି ଲମ୍ବର ୨୨ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ୯୧ କିମି ଥିବା ବେଳେ ଓଡ଼ିଶାରେ ଅବଶିଷ୍ଟ ୫୩୨ କିମି ରହିଛି। ଏହି ଜଳପଥ ପ୍ରକଳ୍ପ କେତେକ କାରଣରୁ ନିର୍ମାଣ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ଏହାର ଅଗ୍ରଗତି ହୋଇପାରୁନାହିଁ। ଏହି ଜଳପଥ ମଧ୍ୟରେ ସିଂହଗଁା କଣ୍ଠିଆ ନାଳ କାଣି ନଦୀ ଅନ୍ତର୍ଭୁକ୍ତ ରହିଛି। ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହେବାରୁ ତାହା ବନ୍ଦ ରହିଥିଲା। ମାତ୍ର ରଜ୍ୟସରକାର ଜଳପଥ-୨୨ ଅଧୀନରେ ବିଜୁ ସେତୁ ଯୋଜନାରେ ଏହାର କାମ ଆରମ୍ଭ କରିବାକୁ ଅର୍ଥ ବ୍ୟୟ ବରାଦ କରାଯାଇ ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ୨୮ା୭ା୨୦୨୩ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୭ା୭ା୨୦୨୫ ସୁଦ୍ଧା କାମ ସାରିବାକୁ ଅବଧି ମଧ୍ୟ ଦିଆଯାଇଛି। ମାତ୍ର ୨୦୨୪ ମାର୍ଚ୍ଚ ହୋଇଥିବା ବେଳେ କାମ ଆରମ୍ଭ ହୋଇ ନ ଥିବାରୁ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ଏହି କଣ୍ଠିଆ ନାଳ ସେତୁ ନିର୍ମାଣ ହେଲେ ସିଂହଗଁା ପଞ୍ଚାୟତର ସିଂହଗଁା, ନୂଆପାଟଣା, ସାନରାଉଳିଆ ଓ ବଡରାଉଳିଆ ଗଁାଗୁଡିକୁ ସବୁଦିନିଆ ଗମନାଗମନ ସୁବିଧା ସମ୍ଭବ ହେବ। ଏହାଦ୍ୱାରା ଆଳି ବ୍ଲକର ଏରଡଙ୍ଗ ଓ ପାଳିମି ପଞ୍ଚାୟତର ଦୂରତା କେନ୍ଦ୍ରାପଡ଼ାଠାରୁ ୨୫କି.ମି. କମିବ। ସହରଠାରୁ ସିଂହଗଁା ମାତ୍ର ୨୬ କି.ମି. ଦୂର। ଏଠାରେ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଞ୍ଚ। ଗର୍ଭବତୀ ଭାର ସାହାଯ୍ୟରେ ୧୦ କିମି ଦୂର ଅଣ୍ଢରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କିମି ଦୂର ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ସିଂହଗଁା, ରାଉଳିଆଡ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ପହଁଞ୍ଚତ୍ ପାରୁନାହିଁ। କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବାକୁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି। ବର୍ଷକ ମଧ୍ୟରେ ପ୍ରାୟ ୮ ମାସ ଧୋୟାଞ୍ଚଳରେ ଥିବା ଏହି ୩ ରାଜସ୍ବ ଗ୍ରାମର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସିଂହଗଁାର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି। ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୫ ହଜାରରୁ ଅଧିକ ଅଧିବାସୀଙ୍କ ସମସ୍ୟା ସମାଧାନ ହେବ। ୨୦୦୮ରେ ସେତୁ ନିର୍ମାଣ ପାଇଁ କେତେକ ଜମି ସମସ୍ୟା ଦେଖାଦେଇଥିଲା। ୨୦୧୨ରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିଥିଲି। ପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଛୁ। ସେତୁ ନିର୍ମାଣ ପାଇଁ ଏଗ୍ରିମେଣ୍ଟ ହେବା ଶୁଣି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ କାମ ଆରମ୍ଭ ନ ହେବାରୁ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ପୋଲ ନିର୍ମାଣ ଚାଲିଥିବା ବେଳେ ଠିକାଦର ନିର୍ମାଣ କାର୍ଯ୍ୟ ବିଳମ୍ବ କରୁଥିବା ପଟ୍ଟାମୁଣ୍ଡାଇ ଗା୍ରମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ବିନୋଦ ଦାଶ ସ୍ବୀକାର କରିଛନ୍ତି। ତେବେ ଏହି ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେତକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri