ଆଜିଠାରୁ ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌

ଭୁବନେଶ୍ୱର,୧।୩:ଆଜିଓ’ର ବହୁ ପ୍ରତୀକ୍ଷିତ ତଥା ଫ୍ଲାଗ୍‌ଶିପ୍‌ ଇଭେଣ୍ଟ ‘ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ଆଡିଡାସ୍‌ ଏବଂ ସୁପରଡ୍ରାଇ ଦ୍ୱାରା ପରିଚାଳିତ ହେଉଛି। ଚଳିତ ବର୍ଷ ମାର୍ଚ୍ଚ ୧ରୁ ସେଲ୍‌ ଆରମ୍ଭ ହେବ। ଅପରପକ୍ଷରେ ଗ୍ରାହକମାନେ ୨୦୨୪ ଫେବୃଆରୀ ୨୬ରୁ ସୀମିତ ସମୟ (୬ଘଣ୍ଟା) ପାଇଁ ଆଗୁଆ ଆକ୍‌ସେସ୍‌ ପାଇଥିଲେ। ବିଶେଷକରି ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌ (ଏଏଏସ୍‌ଏସ୍‌) ସମୟରେ ଗ୍ରାହକମାନେ ୬୦୦୦ରୁ ଅଧିକ ବ୍ରାଣ୍ଡ୍‌ ଉପରେ ୧.୭ ନିୟୁତରୁ ଅଧିକ କ୍ୟୁରାଟେଡ୍‌ ଫ୍ୟାଶନ୍‌ ଷ୍ଟାଇଲ୍‌ ପ୍ରଦାନ କରିପାରିବେ, ଯାହା ଗ୍ରାହକଙ୍କୁ ଏକ ଅତୁଳନୀୟ ଶପିଂ ଅନୁଭୂତି ପ୍ରଦାନ କରିବ। ଏ ସମ୍ପର୍କରେ ଆଜିଓର ସିଇଓ ବିନୀତ ନାୟାର କହିଛନ୍ତି, ଚଳିତ ବର୍ଷର ପ୍ରଥମ ବଡ଼ ବିକ୍ରି ପାଇଁ ଆମେ ପ୍ରସ୍ତୁତ ଅଛୁ। ଏହାକୁ ନେଇ ପ୍ଲାଟ୍‌ଫର୍ମରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ଆମେ ୫୦୦ନୂତନ ବ୍ରାଣ୍ଡ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ିଛୁ ଏବଂ ଆମର ମୋଟ କାଟାଲଗ୍‌ ଆକାରକୁ ବଢ଼ାଇଛୁ। ବଢୁଥିବା ହାରାହାରି ବାସ୍କେଟ ମୂଲ୍ୟ (ଏବିଭି) ଏବଂ ପ୍ରିମିୟମ ବ୍ରାଣ୍ଡ୍‌ଗୁଡିକର ଅଧିକ ଚାହିଦା ସହିତ ରହିଛି। ସେହିଭଳି ଆଇସିଆଇସିଆଇ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ବ୍ୟବହାରରେ ଗ୍ରାହକ ୧୦%ପର୍ଯ୍ୟନ୍ତ ଅତିରିକ୍ତ ତତ୍କାଳ ରିହାତି ସହିତ ବଡ଼ ସଞ୍ଚୟ କରିପାରିବେ। ଏପରିକି ଶୀର୍ଷ ବ୍ରାଣ୍ଡ୍‌ ଏବଂ ବର୍ଗରେ ୫୦ରୁ ୯୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇ ପାରିବେ। ଚଳିତ ବର୍ଷର କ୍ରିକେଟ ଋତୁ ପାଖେଇ ଆସୁଥିବା ବେଳେ ଶ୍ରଦ୍ଧା କପୁର ବିଶ୍ୱର ସବୁଠାରୁ ବଡ଼ ଫ୍ୟାଶନ ବ୍ରାଣ୍ଡ୍‌କୁ ନେଇ ଗଠିତ ଆଜିଓ ଅଲ୍‌ ଷ୍ଟାର୍ସ ଟିମ୍‌ ସହ ପୁଣି ଥରେ ଶୁଭାରମ୍ଭ ଅଭିଯାନ (ଲଞ୍ଚ୍‌ କ୍ୟାମ୍ପେନ୍‌) ଫିଲ୍ମରେ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri