ଆଜି ଆସିବ ଭାଜପାର ୧୦୦ଜଣିଆ ପ୍ରାର୍ଥୀ ତାଲିକା, ଚର୍ଚ୍ଚାରେ ଓଡିଶାର ଏହି ୩ ନେତା

ନୂଆଦିଲ୍ଲୀ,୨।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍‌ ଶନିବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ । କାହା ନାଁରେ ମୋହର ବାଜିବ ଆଉ କିଏ ବାଦ୍‌ ପଡିବେ ଏନେଇ ସବୁ ଛାତିଙ୍କ ଛାତିରେ ଛନକା ପଶିଛି। ଦଳର ଛାମୁଆ ନେତାମାନେ ଶୀର୍ଷ ନେତାଙ୍କ ଘୋଷଣାକୁ ଅପେକ୍ଷା କରି ବସିଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କିଛି ତୁଙ୍ଗ ନେତାଙ୍କ ନାଁ ରହିଥିବା ଜଣାପଡ଼ିଛି । ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ବହୁ ବଡ଼ ନେତାଙ୍କ ଟିକେଟ କଟିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେଉଁ କେଉଁ ନେତାଙ୍କୁ ଏମପି ପଦ ଛାଡ଼ି ବିଧାୟକ ପଦ ପାଇଁ ଲଢିବାକୁ ପଡ଼ିବ? ତାକୁ ନେଇ ମଧ୍ୟ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ିବେ । ସେହିଭଳି ଗୁଜରାଟ ଗାନ୍ଧୀନଗରରୁ ଅମିତ ଶାହ, ଲକ୍ଷ୍ନୌରୁ ରାଜନାଥ ସିଂହ ଏବଂ ଆମେଥିରୁ ସ୍ମୃତି ଇରାନୀ ଲଢ଼ିପାରନ୍ତି । ମଧ୍ୟପ୍ରଦେଶ ବିଦିଶାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲଢ଼ିପାରନ୍ତି । ସେପଟେ ରାଜସ୍ଥାନ ରାଣୀ ବସୁନ୍ଧରା ରାଜେ ସିନ୍ଦିଆଙ୍କୁ ଟିକେଟ ମିଳି ନ ପାରେ । ବସୁନ୍ଧରା ରାଜେ ନିର୍ବାଚନ ନ ଲଢ଼ିବାକୁ ଦଳ ତାଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଭାଜପା ଏଥର ୩୭୦ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏନଡିଏ ଏଥର ୪ ଶହ ପାର୍‌ କରିବ ବୋଲି ପ୍ରଧାନମନ୍ତ୍ରୀ କହି ସାରିଛନ୍ତି । ତେବେ ରାଜନୈତିକ ବିଶାରଦମାନଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ତାଲିକାରେ ଗତ ଥର ହାରିଥିବା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ମଧ୍ୟ ୩ ନେତାଙ୍କ ନାଁ ଘୋଷଣା କରିପାରେ ଦଳ । କୁଯାହାଉଛି କି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ମୁଖପାତ୍ର ସମ୍ବିତ ପାତ୍ର ଓ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଆଜି ଘୋଷଣା ହୋଇପାରେ । ଯାହାକୁ ନେଇ ଚର୍ଚ୍ଚା ବଢିଚାଲିଛି । ତେବେ ଆଜି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଯିବ ।

ଉତ୍ତର ପ୍ରଦେଶରେ ୫୬ ଆସନରେ ଏନଡିଏର ବୁଝାମଣା ସରିଥିବା ଶୁଣିବାକୁ ମିଳୁଛି । ଉତ୍ତର ପ୍ରଦେଶରେ ଅସାଦୁଦ୍ଦିନ ଅୱେସୀଙ୍କ AIMIM ୭ଟି ଆସନରେ ପ୍ରାର୍ଥୀ ଦେଇପାରେ । ଏଭଳି ସ୍ଥିତିରେ AIMIM ପ୍ରାର୍ଥୀଙ୍କ ବିରୋଧରେ ହିନ୍ଦୁ ମହିଳାଙ୍କୁ ଛିଡ଼ା କରାଇବାକୁ ଭାଜପା ଯୋଜନା କରୁଛି । ତେଲଙ୍ଗାନାର ସମସ୍ତ ୧୭ ଆସନରେ ଦଳ ପ୍ରାର୍ଥୀ ଦେବ । ବର୍ତ୍ତମାନ ଏମପି ଥିବା ଜି. କିଷନ ରେଡ୍ଡୀ, ବଣ୍ଡି ସଞ୍ଜୟ କୁମାର ଏବଂ ଅରବିନ୍ଦ ଧର୍ମପୁରୀଙ୍କ ଟିକେଟ ପକ୍କା ବୋଲି ଜଣାପଡ଼ିଛି । ତେବେ ବିଧାନସଭା ର୍ନିବାଚନରେ ହାରିଥିବା ଅନ୍ୟତମ ଭାଜପା ନେତା ସୋୟମ ବାପୁ ରାଓଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ମିଳି ନ ପାରେ ।

ଦିଲ୍ଲୀର ସମସ୍ତ ୭ଟି ଆସନ ଏବେ ଭାଜପା କବ୍ଜାରେ ଥିବାବେଳେ ୪ଟି ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇପାରେ । ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ପାଇଁ ଗୁରୁବାର ରାତିରେ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ରାତି ପ୍ରାୟ ୩ଟା ଯାଏ ଆଲୋଚନା ଚାଲିଥିଲା । ୧୭ ରାଜ୍ୟର ୧୫୫ ଆସନ ଉପରେ ଆଲୋଚନା ହୋଇଛି । ଖୁବ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକାରେ ଶହେ ଜଣ ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିପାରେ ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri