ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାରରେ ଏବେ ଗହଳି ଚହଳି ଲାଗି ରହିଛି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ମାର୍ଚ୍ଚ ୧ ରୁ ୩ ଯାଏଁ ବିବାହର ପ୍ରି-ୱେଡିଂ କରାଯାଉଛି । ପ୍ରି-ଓ୍ବେଡିଂର ପ୍ରଥମ ଦିନ ଖୁବ୍‌ ଜୋରଦାର ରହିଥିଲା । ବର୍ତ୍ତମାନ ଦ୍ୱିତୀୟ ଦିନ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟରେ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଅମ୍ବାନୀ ପରିବାର ବିବାହ ଉତ୍ସବରେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ ଅତିଥିଙ୍କୁ ଖାଦ୍ୟ ପରଷୁଛନ୍ତି।

କହିରଖୁଛୁ କି, ଏସବୁ ଇଶା ଅମ୍ବାନୀଙ୍କ ବିବାହରେ ହୋଇଛି। କେବଳ ଅମିତାଭ ଓ ଅମୀର ନୁହଁନ୍ତି ବଲିଉଡର ଅନେକ ବଡ ତାରକା ଅତିଥିମାନଙ୍କୁ ସର୍ଭ କରୁଥିବାର ନଜର ଆସିଛନ୍ତି । ପାର୍ଟିରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ ଏବଂ ଅମୀର ଖାନଙ୍କ ଭଳି ତାରକାମାନେ ନିଜ ହାତରେ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଥିଲା । ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ପ୍ରତିକ୍ରିୟା ଦେଇଥିଲେ। ଏତେ ବଡ଼ ଷ୍ଟାର ହୋଇ କିପରି ଅତିଥିଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି ଏନେଇ ପ୍ରଶ୍ନ ଉଠିଥିଲା।

ତେବେ ଏହାକୁ ନେଇ ବିଗ୍‌ ବି ଙ୍କ ପୁଅ ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ କରିଥିଲେ। ସେ କହିଥିଲେ, ‘ଏହା ଏକ ପରମ୍ପରା ଯାହା ସଜନ ଘୋଟ ନାମରେ ଜଣାଶୁଣା । ଏହି ପରମ୍ପରାରେ କନ୍ୟାର ପରିବାର ଲୋକେ ବରର ପରିବାରକୁ ଖାଦ୍ୟ ପରଷନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri