ଅବସର ନେବେ CJI ଚନ୍ଦ୍ରଚୂଡ, ପେନସନ ପାଇବେ ୧୬ଲକ୍ଷ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ,୨।୩: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ୨ବର୍ଷ ସିଜେଆଇ ପଦରେ ବସିବା ପରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ। ୨୦୨୨ନଭେମ୍ବରରେ ସେ ପଦାଭାର ସମ୍ଭାଳିଥିଲେ। ତେବେ ଆପଣ ଜାଣନ୍ତି କି ଅବସର ପରେ ସିଜେଆଇଙ୍କୁ କ’ଣ କ’ଣ ସୁବିଧା ମିଳିବ, କେତେ ଟଙ୍କା ପେନଶନ ମିଳିବ। ଆସନ୍ତୁ ଜାଣିବା।

ଚନ୍ଦ୍ରଚୂଡଙ୍କ ସେବା ନିବୃତ ତାରିଖରୁ ଆଗାମୀ ୬ମାସ ଅବଧି ପର୍ଯ୍ୟନ୍ତ ଦିଲ୍ଲୀର ଟାଇପ୍‌-vii ଘରେ ରହିବେ। ଯେଉଁଠି ତାଙ୍କୁ ଭଡା ଦେବାକୁ ପଡିବ ନାହିଁ। ବର୍ତ୍ତମାନ ବରିଷ୍ଠ ଏମପି ଓ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଏହି ଘରେ ରହିବାକୁ ମିଳିଥାଏ। ତେବେ ଚନ୍ଦ୍ରଚୂଡ ଅବସର ନେବା ପରଠାରୁ ସେ ଏହି ଘରେ ରହିବେ। ଚନ୍ଦ୍ରଚୂଡଙ୍କ ସହ ତାଙ୍କ ପରିବାରକୁ କେନ୍ଦ୍ରୀୟ ସିଭିଲ ସର୍ଭିସର କ୍ଲାସ ୧ ଅଫିସର ଓ ବିଭିନ୍ନ ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଅବସର ପରେ ଆଜୀବନ ସେବା ଯୋଗାଇ ଦେବା ପାଇଁ ଜଣେ ଚାକର, ଡ୍ରାଇଭର ଓ ସହାୟକ ମିଳିବ। ଏଥିସହ ଦେଶର ସବୁ ଏୟାରଲାଇନ୍ସରେ ଔପଚାରିକ ଲାଉନ୍ଜ ସୁବିଧା ମଧ୍ୟ ମିଳିବ। ଅବସରର ୫ବର୍ଷ ଯାଏଁ ତାଙ୍କୁ 24×7 Personal Security Guard ମିଳିବ। ଏହା ବ୍ୟତୀତ ତାଙ୍କ ଘରେ ୨୪ଘଣ୍ଟା ସୁରକ୍ଷାକର୍ମୀ ମୁତୟନ ରହିବେ। ମାଗଣା ଟେଲିଫୋନ ସୁବିଧା ସହ ମୋବାଇଲ ଓ ବ୍ରଡବ୍ୟାଣ୍ଡର ସୁବିଧା ପାଇବେ। ମୋବାଇଲ ଡାଟା ପାଇଁ ମାସକୁ ୪୨୦୦ଟଙ୍କା ମିଳିବ। ଏହିସବୁ ଖର୍ଚ୍ଚ ସୁପ୍ରିମକୋର୍ଟ ବହନ କରିବ।
cji dy chandrachud ଙ୍କୁ ବର୍ଷକୁ ୧୬ଲକ୍ଷ ୮୦ହଜାର ଟଙ୍କା ପେନଶନ ମିଳିବ। ଅର୍ଥାତ୍‌ ମାସକୁ ୧ଲକ୍ଷ ୪୦ହଜାର ଟଙ୍କା ମିଳିବ। ପେନଶନ ବ୍ୟତୀତ ଭତ୍ତା Dearness Allowance ମଧ୍ୟ ମିଳିବ। ଏଥିସହ ଅବସରବେଳେ ୨୦ଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟ ମଧ୍ୟ ମିଳିବ।

କିନ୍ତୁ ଆଇନ୍‌ ମନ୍ତ୍ରଣାଳୟ ଅନୁସାରେ, ସିଜେଆଇ ଅବସର ପରେ ଯଦି ଅନ୍ୟ କୌଣସି ପଦ ଗ୍ରହଣ କରନ୍ତି ତେବେ ସିଜେଆଇ ରୂପେ ମିଳୁଥିବା ସବୁ ସୁବିଧା ଆଉ ମିଳିିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri