ପାଟକୁରା ଉପରେ ଭାଜପାର ନଜର,ଆଶାୟୀ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ତେଜେଶ୍ୱର

ଡେରାବିଶ, ୧୪ା୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଗୁରୁତ୍ୱପୂର୍ଣ୍ଣ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ଏବେ ଗାଁରେ ନିଜ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀକୁ ଦଖଲ କରିବାକୁ ୩ ଦଳର ଆଶାୟୀ ପ୍ରାର୍ଥୀ ଆଶାବାଦୀ ରହିଛନ୍ତି।

ଆସନ୍ତା ନିର୍ବାଚନରେ ଭାଜପା ଆଶାୟୀ ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ଜିଲା ଭାଜପା ସମ୍ପାଦିକା ମନୀଷା ପଣ୍ଡା ଦଳୀୟ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଛାତ୍ର ଜୀବନରୁ ସମାଜସେବାରେ ମନୀଷା ନିଜକୁ ଜଡ଼ିତ ରଖିଛନ୍ତି। ଜଣେ ମହିଳା ଓ ଅଞ୍ଚଳର ମାଟିର ଝିଅ ଭାବେ ନିଜକୁ ଅଭିହିତ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ସାଧାରଣ ଲୋକଙ୍କ ପାଇଁ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ବାଟମାରଣା ବିଷୟରେ ସେ ଲୋକଙ୍କୁ ଅବଗତ କରାଉଛନ୍ତି। ଏଥିସହ ବିକଶିତ ପାଟକୁରା ଗଠନ ତାଙ୍କର ସ୍ବପ୍ନ ବୋଲି ସେ କହିଛନ୍ତି। ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପହଞ୍ଚତ୍ ମନୀଷା ବିପନ୍ନଙ୍କୁ ସହାୟତା କରିଥାନ୍ତି। ସେହିପରି ରାଜ୍ୟ ଭାଜପା ମୁଖପାତ୍ର ତେଜେଶ୍ୱର ପରିଡ଼ା ୨୦୧୯ ନିର୍ବାଚନ ପରଠାରୁ ଏଠାରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚତ୍ତ ହେଉଛନ୍ତି। ଏଠାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ, ତହସିଲ ଓ ଜିଲା କାର୍ଯ୍ୟାଳୟରେ ଆନ୍ଦୋଳନ କରିବା ଯୋଗୁ ଦବଦବା ବୃଦ୍ଧି ପାଇଛି। ନିର୍ବାଚନମଣ୍ଡଳୀରେ ଜଳସେଚନ, ଚାନ୍ଦୋଳରେ ଥାନା ପ୍ରତିଷ୍ଠା ସହ ୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ତେଜେଶ୍ୱରଙ୍କ ନେତୃତ୍ୱରେ ଭାଜପା ପକ୍ଷରୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯାଇଥିଲା। ଆଶାୟୀ ପ୍ରାର୍ଥୀ ଭାବେ ତେଜେଶ୍ୱରଙ୍କ ନାମ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଡେରାବିଶ ବ୍ଲକର ୨୬, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତକୁ ନେଇ ପାଟକୁରା ନିର୍ବାଚନମଣ୍ଡଳୀରେ ୨୦୦୯ ରେ ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ବାଲ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭାଜପା ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହିପରି ୨୦୧୯ରେ ବିଜେଡର ସାବିତ୍ରୀ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି। ଭାଜପା ଏଠାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେଣୁ ଆଗାମୀ ନିର୍ବାଚନକୁ ସମସ୍ତେ ନଜର ରଖିଛଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri