Posted inଫୁରସତ

ଉପଭୋକ୍ତା ସଚେତନ ହେବା ଜରୁରୀ

ଆଜିର ଯୁଗରେ ଗ୍ରାହକ ଅର୍ଥାତ୍‌ ଉପଭୋକ୍ତା ସଚେତନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁଞ୍ଜିବାଦର ଏହି ଯୁଗରେ ଉପଭୋକ୍ତା ପ୍ରତ୍ୟେକ ଦିଗରେ ସତର୍କ ରହିବା ଉଚିତ୍‌। ଜଣେ ଉପଭୋକ୍ତାଙ୍କୁ ଅନେକ ଅଧିକାର ଦିଆଯାଇଛି, ଯାହା ବିଷୟରେ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ। ପ୍ରତିବର୍ଷ ୧୫ ମାର୍ଚ୍ଚରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଏ। ଏହି ଦିନ ଉପଭୋକ୍ତାଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଅନେକ ପ୍ରକାରର ଅଭିଯାନ ମଧ୍ୟ ଚାଲେ। ଉପଭୋକ୍ତା ଦିବସ ମାର୍ଚ୍ଚ ୧୫ରେ ପାଳନ କରାଯିବ ପଛରେ ବି କାରଣ ରହିଛି।
ବିଶ୍ୱ ଉପଭୋକ୍ତା ଦିବସ ପାଳନ କରିବାର କଳ୍ପନା ପ୍ରଥମେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ ଏଫ କେନେଡି କରିଥିଲେ। ୧୫ ମାର୍ଚ୍ଚ ୧୯୬୨ରେ ଜନ ଏଫ କେନେଡି ଆନୁଷ୍ଠାନିକ ଭାବେ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ସେ ଉପଭୋକ୍ତା ସମ୍ବନ୍ଧୀୟ ଅଧିକାର ବିଷୟରେ ଦାବି ଉଠାଇଥିଲେ। ଜନ ଏଫ କେନେଡି ଦୁନିଆର ପ୍ରଥମ ନେତା, ଯିଏ ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ଅଧିକାର ବିଷୟରେ କହିଥିଲେ।
୧୯୮୩ରେ ୧୫ ମାର୍ଚ୍ଚରେ ପ୍ରଥମ ଥର ପାଇଁ ଉପଭୋକ୍ତା ଦିବସ ପାଳନ କରାଯାଇଥିଲା। ଏହା ପରେ ପ୍ରତିବର୍ଷ ମାର୍ଚ୍ଚ ୧୫ରେ ବିଶ୍ୱ ଉପଭୋକ୍ତା ଦିବସ ପାଳନ କରିବାର ପରମ୍ପରା ଚାଲିଛି। ବିଶ୍ୱ ଉପଭୋକ୍ତା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା। ଆଜିର ଯୁଗରେ କଳାବଜାର ଏବଂ ନକଲି କାରବାର ବୃଦ୍ଧି ପାଉଛି। ଲୋକମାନେ ସେମାନଙ୍କର ଉପଭୋକ୍ତା ଅଧିକାର ବିଷୟରେ ଜାଣିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri