Posted inଜାତୀୟ

ସର୍ବାଧିକ ଇଲୋକ୍ଟରଲ ବଣ୍ଡ କିଣିଥିବା ଏହି କମ୍ପାନୀକୁ ମିଳିଥିଲା ୧୪ହଜାର କୋଟି ଟଙ୍କାର ଟେଣ୍ଡର

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଶୁକ୍ରବାର ଇଲୋକ୍ଟରଲ ବଣ୍ଡର ବିବରଣୀ ନିଜ ଓ୍ବେବସାଇଟ୍‌ରେ ଅପଲୋଡ କରିଛନ୍ତି। ସବୁଠାରୁ ଅଧିକ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀର ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ କମ୍ପାନୀ। ଯେଉଁଥିରେ ପ୍ରଥମ ନମ୍ବରରେ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସ ରହିଛି। କହିରଖିଛୁ କି, ଏହି ଗେମିଂ କମ୍ପାନୀ ଉପରେ ଇଡି ଚଢାଉ କରିସାରିଛି। ତେବେ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ କମ୍ପାନୀ ୮୨୧ ନିର୍ବାଚନୀ ବଣ୍ଡ କିଣିଛି। ସୂଚନାନୁସାରେ ୨୦୨୩ ଏପ୍ରିଲରେ କମ୍ପାନୀ ୧୪୦କୋଟି ଟଙ୍କାର ବଣ୍ଡ କିଣିଥିଲା। ଯାହାର ଠିକ୍‌ ଗୋଟେ ମାସ ପରେ ଏହି କମ୍ପାନୀକୁ ମହାରାଷ୍ଟ୍ରରେ ୧୪,୪୦୦ କୋଟି ଟଙ୍କାର ପ୍ରୋଜେକ୍ଟ ମିଳିଥିଲା।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ନିର୍ବାଚନୀ ବଣ୍ଡ କିଣିବାର ମାସକ ପରେ କମ୍ପାନୀକୁ ଥାନେ-ବୋରବଲି ଟ୍ବିନ ଟନେଲ ପ୍ରୋଜେକ୍ଟର ଟେଣ୍ଡର ମିଳିଥିଲା। MEIL ର କାର୍ଯ୍ୟାଳୟ ହାଇଦ୍ରାବାଦରେ ରହିଛି। ଏହି କମ୍ପାନୀ ୧୯୮୯ରେ ପୋପୋ ରେଡ୍ଡୀ ସ୍ଥାପନ କରିଥିଲେ। ଦେଶର ସବୁଠାରୁ ଧନୀ କମ୍ପାନୀ ଲିଷ୍ଟରେ ଏହି କମ୍ପାନୀ ରହିଛି।
ମହାରାଷ୍ଟ ସରକାର ମୁମ୍ବାଇ ମେଟ୍ରୋପଲିଟନ ରିଜିନାଲ ଡେଭଲପମେଣ୍ଟ ଅଥୋରଟି ଏହି ପ୍ରୋଜେକ୍ଟ ପାଇଁ ଟେଣ୍ଡର ବାହାର କରିଥିଲା। ଏହି ପ୍ରୋଜ୍ଟେରେ ସଞ୍ଜୟ ଗାନ୍ଧୀ ନ୍ୟାଶନାଲ ପାର୍ଟ ଅନ୍ତର୍ଗତ ରୋଡ ଟନେଲ ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri