ଅରିନ୍ଦମଙ୍କୁ କେଉଁଠୁ ଟିକେଟ୍‌ ଦେବ ଭାଜପା ?

ଭୁବନେଶ୍ୱର,୧୫।୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭାଜପାରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଯୋଗ ଦେବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ଭାଜପା ଅରିନ୍ଦମଙ୍କୁ  ନେଇ କ’ଣ ଯୋଜନା ରଖିଛି। ଅରିନ୍ଦମଙ୍କ ପ୍ରତି ଦଳର ଆଭିମୁଖ୍ୟ କ’ଣ ? ଆଗକୁ ନିର୍ବାଚନ ଆସୁଥିବାରୁ ଦଳ ତାଙ୍କୁ  କେଉଁ ବଡ଼ ଦାୟିତ୍ୱ ଦେବ। କିମ୍ବା ଦଳ ତାଙ୍କୁ କେଉଁଠୁ ପ୍ରାର୍ଥୀ କରିବ ତାହାକୁ ନେଇ  ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଏହାକୁ ନେଇ ଏକ ପ୍ରକାର ଚର୍ଚ୍ଚା  ଆରମ୍ଭ ହୋଇଛି।
ତେବେ ପୂର୍ବରୁ ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକ ଟିକେଟ ପାଇଁ ଆଶାୟୀ ରହିଥିବାବେଳେ ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଥିଲେ ରାଜ୍ୟ ସରକାର। ଦେବାଶିଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜନ୍ମଦିନ ଭେଟି ଦେଇଥିବା ସାଧାରଣରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାଏଙ୍କ ଟିକେଟ ମଧ୍ୟ ସୁନିଶ୍ଚିତ ହେବା ନେଇ କଟକରେ ଆଲୋଚନା ଜୋର୍‌ ଧରିଥିଲା। ଅରିନ୍ଦମ କିଛିମାସ ହେବ ଚା’ ଖଟି ଓ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ନିକଟତର ହେଉଥିବା ନଜରକୁ ମଧ୍ୟ ଆସିଥିଲା।
ଏପରି ପରିବର୍ତ୍ତନ କଟକ ରାଜନୀତିକୁ ବେଶ ସରଗରମ କରିଥିଲା। ଏ ସମ୍ପର୍କରେ ଅରିନ୍ଦମ କହିଥିଲେ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ପ୍ରଥମରୁ ମୁଁ ଆଶାୟୀ ରହିଛି। ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢିବି। ଏଥିପାଇଁ ପ୍ରସ୍ତୁତ ଅଛି। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରିଛି ବୋଲି ସେ କହିଥିବା ବେଳେ ଶୁକ୍ରବାର ଶଙ୍ଖ ଛାଡ଼ି ପଦ୍ମ ଦରିଛନ୍ତି।  ଏହା ମଧ୍ୟରେ ଭାଜପା ତାଙ୍କୁ କେଉଁଠୁ ଟିକେଟ୍‌ ଦେବ ତାହା ଉପରେ ଜନତାଙ୍କ ନଜର ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri