Posted inଜାତୀୟ

ହେବନି ନିର୍ବାଚନ! ଯେତେବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ କଥା ଶୁଣି ସ୍ତବ୍ଧ ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଯେଉଁଥିରେ ସେ ନିର୍ବାଚନ ତାରିଖ ଘୋଷଣା କରିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ଥିଲେ ଯିଏ ଦେଶରେ ନିର୍ବାଚନ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ମୁହେଁ ମୁହେଁ ଶୁଣାଇ ଦେଇଥିଲେ। ସେ ହେଲେ ଟିଏନ ସେଶାନ(T. N. Seshan)।

ସେଶାନ, ଭାରତର ନିର୍ବାଚନ ଆୟୋଗର ସ୍ବାଧୀନତା ଏବଂ ପ୍ରାଧିକରଣ ପାଇଁ ଲଢୁଥିଲେ। କିନ୍ତୁ ୧୯୩୩ରେ ନିର୍ବାଚନ କମିଶନରଙ୍କ ଭୂମିକାକୁ ନେଇ ତିକ୍ତତା ଆହୁରି ବୃଦ୍ଧି ପାଇଲା। ଏହି ସମୟରେ ସେଶାନ ଏପରି ଏକ ଆଦେଶ ଜାରି କରିଥିଲେ ଯେଉଁଥିରେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କର କ୍ଷମତାକୁ ସ୍ବୀକୃତି ନ ଦେବା ପର୍ଯ୍ୟନ୍ତ ଦେଶରେ କୌଣସି ର୍ନିବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ଏକ ୧୭ ପୃଷ୍ଠାର ଆଦେଶ ଜାରି କରିଥିଲେ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲେ।

ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଟିଏନ ସେଶାନଙ୍କୁ କ୍ୟାବିନେଟ ସଚିବ ପଦବୀ ଅଫର୍‌ ଦେଇଥିଲେ। କିନ୍ତୁ ଏନେଇ ସେ ସଫା ସଫା ମନା କରିଦେଇଥିଲେ। ସେ କହିଥିଲେ, ବହୁତ ଶୀଘ୍ର ଅବସର ନେବାକୁ ଯାଉଛିି ତେଣୁ ପୁନର୍ବାର କ୍ୟାବିନେଟ ସଚିବ ପଦ ଗ୍ରହଣ କରିବା ସମ୍ଭବ ନୁହେଁ।
ଯେତେବେଳେ ଟିଏନ ସେଶନ ନିର୍ବାଚନ କମିଶନର ହୋଇଥିଲେ ସେତେବେଳେ ଦେଶର ଆଇନ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜୟ ଭାସ୍କର ରେଡ୍ଡୀ। ତେବେ ବିଜୟ ରେଡ୍ଡୀ, ସେଶାନଙ୍କ ଉପରେ ଚାପ ପକାଉଥିଲେ କି, ସେ ସଂସଦରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ରଖନ୍ତୁ। ଏନେଇ ସେଶାନ ଜବାବ ରଖିଥିଲେ, ନିର୍ବାଚନ କମିଶନର ସରକାରଙ୍କ କୌଣସି ବିଭାଗ ନୁହେଁ, ଯେଉଁଥିରେ ସେ ଜବାବ ରଖିବାକୁ ବାଧ୍ୟ ହେବ।

ଏହି ମାମଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନିକଟରେ ପହଞ୍ଚିଥିଲା। ରାଓ ଉଭୟ ଆଇନ ମନ୍ତ୍ରୀ ରେଡ୍ଡୀ ଏବଂ ସେଶାନଙ୍କୁ ଡକେଇ ପଠାଇଥିଲେ। ସେଶାନ ସେଇଠି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ. ନିର୍ବାଚନ କମିଶନର କୌଣସି କୋଅପରଟେଭି ସୋଶାଇଟି ନୁହେଁ। ପ୍ରଧାନମନ୍ତ୍ରୀ ରାଓ ତାଙ୍କ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଶାନ (ଟିଏନ ସେଶନ) ଏତିକିରେ ଅଟକି ନ ଥିଲେ। ସେ ଆହୁରି କହିଥିଲେ, ‘ପ୍ରଧାନମନ୍ତ୍ରୀ ଜୀ, ଯଦି ଆପଣଙ୍କର ଏପରି ମନୋଭାବ ଜାରି ରହେ ତେବେ ମୁଁ ଭବିଷ୍ୟତରେ ଆପଣଙ୍କ ସହ କାମ କରିପାରିବି ନାହିଁ।’

ଯେତେବେଳେ ସେଶାନ ମୁଖ୍ୟ ନିର୍ବାଚନ କମିଶନର ଥିଲେ, ସେତେବେଳେ ଏକ ଲୋକକଥା ଶୁଣିବାକୁ ମିଳିଥିଲା। ତାହା ହେଲା ‘ନେତାଏ ଭଗବାନଙ୍କୁ ଭୟ କରନ୍ତି କିମ୍ବା ସେଶାନଙ୍କୁ’ । ୧୯୯୨ରେ, ଯେତେବେଳେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେ ଅପରାଧୀଙ୍କୁ ନିଜେ ଆସି ପୋଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ନିର୍ବାଚନରେ ସାମାନ୍ୟ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ।

ଟି.ଏନ ସେଶାନଙ୍କ ପୁରା ନାମ ତିରୁନେଲାଇ ନାରାୟଣ ଆୟର୍‌ ସେଶାନ। ୧୯୯୦ ମସିହାରେ ସେ ଭାରତର ଦଶମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ଏବଂ ପ୍ରାୟ ୬ ବର୍ଷ ଏହି ପଦବୀରେ ରହିଲେ। ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଏବଂ କଠୋର ସ୍ବଭାବ ପାଇଁ ସେ ପୁରା ବିଶ୍ୱରେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri