୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮ ଦିନ ମଧ୍ୟରେ ଫାଟି ଉଠି ଯାଇଛି ା ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ବିଭାଗରେ ଅନେକ ଦୁର୍ନୀତିର ଗୁମର ଏଭଳି ଭାବେ ଧିରେ ଧିରେ ଫିଟିବାରେ ଲାଗିଛି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ ହେଉଛି। ଏପରି କି ତଦନ୍ତକାରୀ ଅଧିକାରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ନ ଯାଇ ନିଜ ଅଫିସରେ ବସି ଠିକାଦାରଙ୍କ ସହ ସଲାସୁତୁରା କରି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି। ଯଦ୍ୱାରା ଜିଲାରେ ଏଫ-୨ ଆଳରେ ଅନେକ କୋଟି ଟଙ୍କା ଯନ୍ତ୍ରୀ ଓ ଠିକାଦାରମାନେ ଲୁଟି ନେଉଥିବା ସନ୍ଦେହ କରାଯାଉଛି। ଏହି ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ ସହ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳର ଭିଜିଲାନ୍ସ ଚଢାଉ କରାଗଲେ ବାସ୍ତବତା ଲୋକଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଯାଜପୁର ପୂର୍ତ୍ତ ଉପବିଭାଗ ଅଧୀନରେ ହୋଇଥିବା ଦଶରଥପୁର ବ୍ଲକ ରାମବାଗ ଠାରୁ ଛତ୍ରପଡା-ବିରିପଟା ରାସ୍ତା କାର୍ଯ୍ୟରେ ପୁଣି ଏକ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି ା ପ୍ରାୟ ୧୪ କି.ମି. ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ଷ୍ଟେଟ ପ୍ଲାନରୁ ୮ କୋଟି ଟଙ୍କା ମଞ୍ଜୁର ହୋଇଛି ା ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶୈଳାବାଳା କନ୍‌ଷ୍ଟ୍ରକ୍ସନ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତେବେ ବିନା ଫଳକରେ ରାସ୍ତା କାର୍ଯ୍ୟ ହେଉଥିବାବେଳେ ବିଭିନ୍ନ ଉପାୟରେ ଅନୁଦାନ ଅର୍ଥକୁ ଠିକାଦାର ଓ ଯନ୍ତ୍ରୀମାନେ ମିଳିମିଶି ଲୁଟ୍‌ କରିଥିବା ନେଇଥିବା ଅଭିଯୋଗ ହୋଇଥିଲା ା ଗତ ପ୍ରାୟ ସପ୍ତାହେ ହେବ ଛତ୍ରପଡା ଛକ ସ୍ଥାନରେ ପିଚୁ କାର୍ଯ୍ୟ ହୋଇଥିଲା। ହେଲେ ଆବଶ୍ୟକ ପିଚୁ ଦିଆ ନ ଯିବା ସହିତ ମୋଟେଇ ଅତି ପତଳା କରାଯାଇଥିଲା। ଫଳରେ ସେହି ପିଚୁ ଓ ବଜୁରି ଉଠିଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ପାଦରେ ଚାଲିକି ଗଲାବେଳେ ଏବଂ ବାଇକ୍‌ ଚକରେ ଲାଗି ପିଚୁ ଉଠିଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ସୋମବାର ପ୍ରତିବାଦ କରିବା ସହିତ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ପୂରୁଣା ରାସ୍ତାକୁ ଠିକ୍‌ ଭାବେ ସଫା ନ କରାଯାଇ ପ୍ରାଇମର ପକାଇ ପିଚୁ ରୋଲରିଂ କରାଯାଉଛି । ସେହିପରି ୨୫ ମିମି ମୋଟେଇର ପିଚୁ ବିଛା ଯିବାର ଏଷ୍ଟିମେଟ ରହିଥିବା ବେଳେ କେଉଁଠି ୧୫ ମିମି ତ ଅନ୍ୟ କେଉଁଠି ୨୦ ମିମି ପିଚୁ ବିଛା ଯାଇଛି । ପ୍ରକାଶ ଥାଉକି, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ରାମବାଗଠାରୁ ଛତ୍ରପଡା ୦ କିମି ରୁ ୧୧.୭୨୦ କିମି ଏବଂ ଛତ୍ରପଡା ଠାରୁ ବିରିପଟା ୧୧.୭୨୦ କିମି ରୁ ୧୪.୪୬୮ କିମି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ବ୍ୟୟ ଅଟକଳ ହୋଇଥିଲା। ତେବେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଗ୍ରାଉଣ୍ଡ ସବ-ବେସ ବା ଜିଏସବି ଠିକ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି ା ଏ ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ରମେଶ ମହାପାତ୍ରଙ୍କୁ ପଚାରିବାରୁ ଏଭଳି ଅଭିଯୋଗର ତଦନ୍ତ କରାଯାଇ ପୁଣି କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ପୂର୍ତ୍ତ ବିଭାଗ ଉପରେ ସରକାରଙ୍କ ଅତୁଟ ଭରସା ରହିଛି। କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ସୁଦୃଢ ନିର୍ମାଣରେ ବିଶ୍ୱାସ ରଖି ପୂର୍ତ୍ତ ବିଭାଗକୁ ଅନ୍ୟ ବିଭାଗର ଏକାଧିକ ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନ୍ୟସ୍ତ କରାଯାଉଛି। କିନ୍ତୁ ଯାଜପୁର ଜିଲା ପାଣିକୋଇଲି ଆରଏଣ୍ଡ ବି ଡିଭିଜନରେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଏହି ଡିଭିଜନରେ ୨୦୧୮ ରୁ ୨୦୨୩ ମଧ୍ୟରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୩୯ଟି ପ୍ରକଳ୍ପ ଅଧାପନ୍ତରିଆ ଓ ନିମ୍ନମାନର ହୋଇ ପଡି ରହିଛି। ଏଫ୍‌-୨ ଜରିଆରେ କେତେକ ପ୍ରକଳ୍ପକୁ ବଣ୍ଟାଯାଇ ବିପୁଳ ସରକାରୀ ଅର୍ଥର ବାଟମାରଣା ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri