Posted inଜାତୀୟ

ରାଜନୀତିରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ନାତୁଣୀ ଅଦିତି

ମୌନପୁର,୧୯।୩: ଯଦିଓ ସୈଫଇ ପରିବାରର ତିନି ପଢି ରାଜନୀତିର ଶିଖରକୁ ଛୁଇଁଛନ୍ତି, କିନ୍ତୁ ବର୍ତ୍ତମାନ ଏସପି ସଭାପତି ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ ଏବଂ ଏମପି ଡିମ୍ପଲ ଯାଦବ ମଧ୍ୟ ରାଜନୀତିର ପାଠ ଶିଖୁଛନ୍ତି। ସୋମବାର କୁସମାରା ଠାରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ସେ କର୍ମୀମାନଙ୍କ ମଧ୍ୟରେ ନଜର ଆସିଥିଲେ। ସେ ସବୁକଥା ଯତ୍ନର ସହ ଶୁଣୁଥିଲେ ଏବଂ ମା’ ଡିମ୍ପଲ ଯାଦବଙ୍କ ପ୍ରତ୍ୟେକ ଶବ୍ଦ ବଝିିଥିଲେ।

ସୈଫଇ ପରିବାରର ମୁଲାୟମ ସିଂ ଯାଦବ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ଭାଇ ଶିବପାଲ ସିଂ ଯାଦବ ଏବଂ ପ୍ରଫେସର ରାମ ଗୋପାଳ ଯାଦବ ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ। ତା’ପରେ ଦ୍ୱିତୀୟ ପଢି ଅର୍ଥାତ୍‌ ପୁଅ ଅଖିଳେଶ ଯାଦବ ଏବଂ ଜ୍ୱାଇଁ ଧର୍ମେନ୍ଦ୍ର ଯାଦବ ଆସିଥିଲେ। ଏହା ପରେ ବୋହୂ ଡିମ୍ପଲ ଯାଦବ ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ। ତୃତୀୟ ପଢିରେ ମୁଲାୟମ ସିଂଙ୍କ ନାତି ତେଜ ପ୍ରତାପ ଯାଦବ ମୈନପୁରୀରୁ ୨୦୧୪ ଲୋକ ସଭା ଉପ-ନିର୍ବାଚନରେ ଜିତି ସଂସଦର ସିଡ଼ିରେ ଚଢିଥିଲେ। ଏହା ପରେ ସୈଫଇ ପରିବାରର କୌଣସି ନୂତନ ସଦସ୍ୟ ପ୍ରାୟ ଏକ ଦଶନ୍ଧି ଧରି ରାଜନୀତିରେ ପ୍ରବେଶ କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ସୈଫଇ ପରିବାରର ଜଣେ ନୂତନ ସଦସ୍ୟ ରାଜନୀତିର ଦୌଡ ଶିଖୁଛନ୍ତି।
ଆମେ ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ ଏବଂ ଏମପି ଡିମ୍ପଲ ଯାଦବଙ୍କ ବିଷୟରେ କହୁଛୁ। ସୋମବାର କୁସମାରା ଠାରେ ଆୟୋଜିତ ଶ୍ରମିକ ସମ୍ମିଳନୀରେ ୨୨ବର୍ଷୀୟ ଅଦିତିଙ୍କୁ ଦେଖିବାକୁ ମିଳିଥିଲା । ସେ ତାଙ୍କ ମା’ ଡିମ୍ପଲ ଯାଦବଙ୍କ ସହ ଏଠାରେ ପହଞ୍ଚିଥିଲେ। ଏଠାରେ, ଯେତେବେଳେ ମା’ ଡିମ୍ପଲ ଯାଦବ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ, ସେତେବେଳେ ସେ ପ୍ରତ୍ୟେକ ଶବ୍ଦକୁ ବହୁତ ଧ୍ୟାନ ଦେଇ ଶୁଣୁଥିବାର ଦେଖାଯାଇଥିଲା। କର୍ମୀ ଏବଂ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ମଧ୍ୟ ଅଦିତି ସବୁକିଛି ବିସ୍ତୃତ ଭାବରେ ଶିଖୁଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଅଦିତି ରାଜନୀତିରେ ପାଦ ଦେବା ପୂର୍ବରୁ ଏହାକୁ ପ୍ରସ୍ତୁତି ବୋଲି ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri