କୁଣ୍ଡରୁ ପିମ୍ପୁଡ଼ିି ଦୂରକରିବାର କେତୋଟି ସହଜ ଉପାୟ…

କୁଣ୍ଡରେ ବିଭିନ୍ନ ଫୁଲ, ଫଳ, ପରିବା ଆଦି ଗଛ ଲଗାଇବାକୁ ଅନେକେ ଭଲ ପାଆନ୍ତି। ହେଲେ ଖରାଦିନେ କୁଣ୍ଡ ଭିତରେ ପିମ୍ପୁଡ଼ି ବସା ବାନ୍ଧିବା ଯୋଗୁ ଗଛ ଝାଉଁଳିପଡ଼ିବା କିମ୍ବା କେବେ କେବେ ମରିଯାଉଥିବା ଦେଖିବାକୁ ମିଳେ। ଯଦି ଆପଣ ବି
ଏଥିପାଇଁ ଚିନ୍ତିତ ତେବେ ଜାଣିରଖନ୍ତୁ ପିମ୍ପୁଡ଼ି
ଦୂରକରିବାର କେତୋଟି ସହଜ ଉପାୟ…
ଏକ ବଡ଼ ଟବ୍‌ରେ ୪-୫ ଲିଟର ପାଣି ନେଇ ସେଥିରେ ୧ କପ୍‌ ଡିସ୍‌ ଓ୍ବାଶ ପାଉଡର ମିଶାନ୍ତୁ। ପିମ୍ପୁଡ଼ି ହେଉଥିବା କୁଣ୍ଡକୁ ଏହି ଟବ୍‌ ଭିତରେ କିଛି ସମୟ ରଖନ୍ତୁ , ଦେଖିବେ ପିମ୍ପୁଡ଼ି ମରିଯିବେ।
କଫିର ଷ୍ଟ୍ରଙ୍ଗ୍‌ ଫ୍ଲେଭର ପିମ୍ପୁଡ଼ିକୁ ଭଲ ଲାଗି ନ ଥାଏ। ତେଣୁ କୁଣ୍ଡ ଭିତରେ କିଛି କଫି ପାଉଡର ପକାନ୍ତୁ। ଏହାଦ୍ୱାରା ନା କେବଳ ପିମ୍ପଡ଼ି ଚାଲିଯିବେ ବରଂ ଗଛକୁ କିଛି ପୋଷକତତ୍ତ୍ୱ ମଧ୍ୟ ମିଳିଯିବ।
ପାଣିରେ ନିମ୍ବତେଲ ବା ନିମ୍‌ ଅଏଲ ମିଶାଇ ଗଛମୂଳରେ ଏବଂ ପତ୍ରରେ ସ୍ପ୍ରେ କରନ୍ତୁ। ଏହାଦ୍ୱାରା ପିମ୍ପୁଡ଼ି ଚାଲିଯିବେ।
ପିମ୍ପୁଡ଼ି ଦୂରକରିବା ଲାଗି ଲେମ୍ବୁରସ ମଧ୍ୟ ବ୍ୟବହାର କଲେ ଉପକୃତ ହୋଇପାରିବେ। ପାଣିରେ ସମାନ ପରିମାଣର ଲେମ୍ବୁରସ ମିଶାଇ ଏହାକୁ ସ୍ପ୍ରେ ବଟଲରେ ଭର୍ତ୍ତି କରନ୍ତୁ। ଏହାକୁ ପିମ୍ପୁଡ଼ି ଲାଗିଥିବା କୁଣ୍ଡରେ ଭଲ ଭାବେ ସ୍ପ୍ରେ କଲେ ପିମ୍ପୁଡ଼ି ଚାଲିଯିବେ।
କୁଣ୍ଡ ଚାରିପଟେ ଲଙ୍କାଗୁଣ୍ଡ, ପିପରମିଣ୍ଟ, ଡାଲଚିନି ଗୁଣ୍ଡ, ବେକିଂ ସୋଡ଼ା ଆଦି ପକାଇଲେ ବି ଉପକୃତ ହୋଇପାରିବେ।
ପାଣିରେ ତେଲ ଏବଂ ଡିଟରଜେଣ୍ଟ ମିଶାଇ କୁଣ୍ଡ ଚାରିକଡ଼େ ସ୍ପ୍ରେ କଲେ ବି ପିମ୍ପୁଡ଼ି ଦୂରହେବେ।
ଅତି ଆବଶ୍ୟକସ୍ଥଳେ ଡାୟାଟୋମାସିଅସ୍‌ ଆର୍ଥ ଭଳି ଜୈବିକ କୀଟନାଶକ ବ୍ୟବହାର କରନ୍ତୁ। ମନେରଖନ୍ତୁ ଶୁଖିଲା ମାଟିରେ ଏହାକୁ ବ୍ୟବହାର କରନ୍ତୁ। କାରଣ ମାଟି ଓଦା ଥିବା ବେଳେ ଏହା ଭଲ କାମ କରି ନ ଥାଏ।
କୁଣ୍ଡ ବାହାରେ ଗାମାକ୍ସିନ୍‌ ପାଉଡର ପକାଇଲେ ବି ପିମ୍ପୁଡ଼ି ଆସିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri