Posted inଫୁରସତ

ପରିବେଶର ଥର୍ମୋମିଟର, ଘରଚଟିଆ

କିଚିରିମିଚିରି ହୋଇ ଘର ଅଗଣାରେ ଡେଇଁଥିବା ଛୋଟ ଚଢ଼େଇଟିଏ ଘରଚଟିଆ। ସମସ୍ତଙ୍କୁ ଖୁସି ଦେଇ ନିଜ ଜୀବନରେ ମଜ୍ଜି ରହିଥିବା ଏହି ପ୍ରଜାତି ଏବେ ସଙ୍କଟରେ। ସେମାନଙ୍କ ସୁରକ୍ଷା ଲାଗି ସଚେତନତା ବ୍ୟାପକ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ବିଶ୍ୱ ଘରଚଟିଆ ଦିବସ।
ହାତ ପାପୁଲିରେ ଧରିପାରିବା ଭଳି ଚଢ଼େଇଟିଏ ଘରଚଟିଆ। ପ୍ରକୃତିର ଦୂତ ସେ। ଘରଚଟିଆ ଖୁସିରେ ଶବ୍ଦ କରି ଡେଇଁ ଡେଇଁ ବୁଲିବା ସୂଚାଏ ଯେ ପ୍ରକୃତିର ସନ୍ତୁଳନ ଠିକ୍‌ ରହିଛି। ତେଣୁ ପୂର୍ବପୁରୁଷମାନେ ଘରଚଟିଆକୁ ପରିବେଶର ଥର୍ମୋମିଟର ବୋଲି କହୁଥିଲେ। ସାରା ବିଶ୍ୱରେ ୪୩ ପ୍ରକାର ଘରଚଟିଆ ଅଛନ୍ତି। ଏମାନଙ୍କର ମୁଖ୍ୟ ଖାଦ୍ୟ କୀଟପତଙ୍ଗ ହୋଇଥିଲେ ବି ମଣିଷଙ୍କ ମେଳରେ ରହି ଶସ୍ୟ ଖାଇବା ଶିଖିଯାଇଥିଲେ। ଘରଚଟିଆ କୀଟପତଙ୍ଗ ଦାଉରୁ ଫସଲକୁ ସୁରକ୍ଷା ଦେଇଥାଏ। ୧୯୫୦ ମସିହାରେ ଚାଇନା ଘରଚଟିଆକୁ ନିପାତ କରିବା ଲାଗି ପଦକ୍ଷେପ ନେଲା। ସେମାନେ ଭାବିଥିଲେ ଯେ ଖାଦ୍ୟ ସନ୍ଧାନରେ ଘରଚଟିଆ ଫସଲ ନଷ୍ଟ କରୁଛନ୍ତି। ହେଲେ ସେଠାରେ ଘରଚଟିଆ ସଂଖ୍ୟା ଯେମିତି କମିଲା କୀଟପତଙ୍ଗଙ୍କ ଆକ୍ରମଣରେ ଫସଲ ସେହିପରି ନଷ୍ଟ ହେବାକୁ ଲାଗିଲା। ଏବେ ଅତ୍ୟାଧୁନିକ ପରିବେଶରେ ଅଣନିଃଶ୍ୱାସୀ ହୋଇପଡୁଛି ଘରଚଟିଆ। ସବୁଆଡ଼େ କଂକ୍ରିଟ୍‌ ଅଟାଳିକାର ଭିଡ଼ ଭିତରେ ତା’ର ପ୍ରାକୃତିକ ବାସସ୍ଥାନ ରହୁନାହଁି। ମୋବାଇଲ୍‌ ଟାୱାରର ବିକିରଣ, ଖାଦ୍ୟାଭାବ ଏହି ଚଢ଼େଇଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାର କାରଣ ପାଲଟିଛି। ଭାରତ ସହିତ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଚେକ୍‌ ଗଣରାଜ୍ୟ, ବେଲ୍‌ଜିୟମ୍‌, ଇଟାଲି ଏବଂ ଫିନ୍‌ଲାଣ୍ଡ ଆଦି ସହରରେ ଘରଚଟିଆ ସଂଖ୍ୟା କମିବାରେ ଲାଗିଛି।
ଘରଚଟିଆ କମିବାର କେତେକ ପ୍ରମୁଖ କାରଣ
ଆଧୁନିକ ଘରଗୁଡ଼ିକର ନିର୍ମାଣଶୈଳୀରେ ସ୍କାଇଲାଇଟ୍‌ କିମ୍ବା ପକ୍ଷୀ ବସା କରିପାରୁଥିବା ପରି କୌଣସି ସ୍ଥାନ ନାହଁି। ଏହି ସ୍ଥାନଗୁଡ଼ିକରେ ଘରଚଟିଆ ବସା କରିଥାନ୍ତି।
ପ୍ରତି କ୍ଷତିକାରକ କୀଟପତଙ୍ଗ ଘରଚଟିଆର ମୁଖ୍ୟ ଖାଦ୍ୟ। ଏବେ ମାତ୍ରାଧିକ କୀଟନାଶକ ପ୍ରୟୋଗରୁ ତା’ର ପ୍ରାକୃତିକ ଖାଦ୍ୟସ୍ରୋତ ନଷ୍ଟ ହୋଇଯାଉଛି। ପୁଣି ଘରଚଟିଆର ଶାବକମାନେ କେବଳ କୀଟ ଲାର୍ଭା ଖାଉଥିବା ବେଳେ ସେଗୁଡ଼ିକ ଆଦୌ ମିଳୁନାହଁି।
ପ୍ରାୟ ସମୟରେ ଘର ଭିତରକୁ ପଶିଆସୁଥିବା ବେଳେ ବୁଲୁଥିବା ଫ୍ୟାନ୍‌ରେ ବାଜି ମୃତ୍ୟୁମୁଖରେ ପଡ଼େ।
ଫୋନ୍‌ ଟାୱାରଗୁଡ଼ିକରୁ ବାହାରୁଥିବା ବିଦ୍ୟୁତ୍‌ ଚୁମ୍ବକୀୟ ବିକିରଣରେ ଘରଚଟିଆର ସ୍ନାୟୁତନ୍ତ୍ର ପ୍ରଭାବିତ ହୋଇଥାଏ।
ଅଣ୍ଡା ଉପରେ ୧୦-୧୪ ଦିନ ଧରି ବସିଲେ ସେଥିରୁ ଶାବକ ଫୁଟିଥାନ୍ତି। ହେଲେ ମୋବାଇଲ୍‌ ଟାୱାର ପାଖାପାଖି ଯଦି ବସା ଥାଏ ତେବେ ସେ ୩୦ ଦିନ ଅଣ୍ଡା ଉପରେ ବସିଲେ ମଧ୍ୟ ଶାବକ ବାହାରିବା କଷ୍ଟ ହେଉଛି।
ପେଟ୍ରୋଲ୍‌ରୁ ବାହାରୁଥିବା ମିଥେନ୍‌ ଏବଂ ନାଇଟ୍ରେଟ୍‌ ସହିତ ରାସାୟନିକ ସାର ଘରଚଟିଆର ପ୍ରାକୃତିକ ଖାଦ୍ୟ ନଷ୍ଟ କରିଦେଉଛି।
ଫେରିବ ଘରଚଟିଆ
ଘରଚଟିଆ ସଂଖ୍ୟା ବୃଦ୍ଧି ପାଇଁ ପ୍ରଥମେ ଏହାର ବାସସ୍ଥାନ ଲାଗି ସୁରକ୍ଷିତ ସ୍ଥାନ ଯୋଗାଇଦେବା ଆବଶ୍ୟକ; ଯେଉଁଠାରେ ସେ ସହଜରେ ବସା ବାନ୍ଧିପାରିବ। ଏହା ସହିତ ସେଠାରେ ଘରଚଟିଆ ଅଣ୍ଡା ଏବଂ ଶାବକ ଅନ୍ୟ ଆକ୍ରମଣକାରୀ ପକ୍ଷୀଠାରୁ ସୁରକ୍ଷିତ ରହିପାରୁଥିବ। ଘର ଛାତ ଉପରେ ଜୋତା, ଡବା, ମାଠିଆ, କାଠବାକ୍ସ ଆଦି ରଖିଲେ ଘରଚଟିଆ ବସା କରିପାରିବ। ତେବେ ସେଠାକୁ ବିଲେଇ, କୁକୁର ଆଦି ଯାଇପାରୁ ନ ଥିବା ଜରୁରୀ।
ଜୀବନ ବଦଳାଇ ଦେଲା
ଦିନେ ଶିକାରୀ ହେବା ଲାଗି ଇଚ୍ଛା କରୁଥିବା ଜନୈକ କିଶୋରଙ୍କ ଜୀବନରେ ଘରଚଟିଆ ଏପରି ପରିବର୍ତ୍ତନ ଆଣିଥିଲା ଯେ ସେ ପକ୍ଷୀ ଶିକାର କରିବା ବଦଳରେ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚିନ୍ତା କଲେ ଏବଂ ଭାରତର ପକ୍ଷୀ ମଣିଷ (ବାର୍ଡ ମ୍ୟାନ୍‌ ଅପ୍‌ ଇଣ୍ଡିଆ) ଭାବେ ପରିଚିତ ହୋଇଥିଲେ। ଭରତପୁରଠାରେ ଥିବା କେବଲାଦେବ ପକ୍ଷୀ ଅଭୟାରଣ୍ୟ ତାଙ୍କ ଏକନିଷ୍ଠ ପ୍ରୟାସର ଫଳ। ସଲିମ୍‌ ଅଲ୍‌ଲୀ ନାମକ ଏହି ବ୍ୟକ୍ତିତ୍ୱ ପିଲାଦିନେ ଏକ ବିରଳ ପ୍ରଜାତିର ଘରଚଟିଆ ମାରିଦେଇଥିଲେ, ଯାହା ପରେ ତାଙ୍କୁ ପକ୍ଷୀଙ୍କ ସମ୍ପର୍କରେ ଗବେଷଣା ଏବଂ ସେମାନଙ୍କ ସଂରକ୍ଷଣ କରିବା ଦିଗରେ ପ୍ରେରିତ କରିଥିଲା। ଏପରି କି ସେ ନିଜ ଆମତ୍ଜୀବନୀର ନାମ ରଖିଥିଲେ ‘ଦି ଫଲ୍‌ ଅଫ୍‌ ଏ ସ୍ପାରୋ’।
-୨୦୧୦ ମାର୍ଚ୍ଚ ୨୦ ତାରିଖରୁ ବିଶ୍ୱ ଘରଚଟିଆ ଦିବସ ପାଳନ ଆରମ୍ଭ ହୋଇଛି। ଘରଚଟିଆର ଜୀବନକାଳ ୧୧ରୁ ୧୩ ବର୍ଷ। ସମୁଦ୍ର ପତନଠାରୁ ୧୫୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଏହି ପକ୍ଷୀ ଦେଖାଯାଇଥାନ୍ତି। ଏହାର ବୈଜ୍ଞାନିକ ନାମ ପାସର ଡେମେଷ୍ଟିକସ୍‌।-ଘରଚଟିଆର ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଏହାକୁ ରାଜ୍ୟପକ୍ଷୀ ଘୋଷଣା କରିଛନ୍ତି।
ଦିଲ୍ଲୀର ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜରେ ଘରଚଟିଆ ଯେପରି ବସା ବାନ୍ଧିପାରିବେ ସେଥିପାଇଁ ସ୍ଥାନ ଓ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ତେଣୁ ପ୍ରତ୍ୟେକ ଘରେ ଯଦି ଏହି ଛୋଟ ଚଢ଼େଇଟି ପାଇଁ ଗୋଟିଏ କୋଣ ପ୍ରସ୍ତୁତ କରାଯାଇ ପାରନ୍ତା, ଏହା ସେମାନଙ୍କ ସୁରକ୍ଷା ଓ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହୋଇପାରନ୍ତା। ଏଥିପାଇଁ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ ପ୍ରୟାସ ଆବଶ୍ୟକ। ଘରଚଟିଆ ପ୍ରକୃତି ଏବଂ ମଣିଷର ବନ୍ଧୁ। ଏହାର ସୁରକ୍ଷା କଲେ ମଣିଷ ନିଜର ସୁରକ୍ଷା କରିପାରିବ।
-ପୀତାମ୍ବର ରାଉତ
ଆବାହକ, ବାୟାଚଢ଼େଇ ସୁରକ୍ଷା ଅଭିଯାନ, ନିଆଳୀ, କଟକ, ମୋ:୯୯୩୭୬୬୨୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri