ପଖାଳକୁ ଖୋଜୁଛି ମନ

ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଆ ସଂସ୍କୃତି ଓ ଜନଜୀବନ ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ କଂସାକୁ ସେମାନେ ଝୁରିହୁଅନ୍ତି। ପେଟରେ ପଖାଳ ମୁଠାଏ ପଡ଼ିଗଲେ ପେଟ ଥଣ୍ଡା ଓ ମନ ଶାନ୍ତି ହୋଇଯାଏ। ସମ୍ପ୍ରତି ସହରର ଚାକଚକ୍ୟ ଓ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ବିଶେଷକରି ଗ୍ରୀଷ୍ମଦିନେ ଖରାର ପ୍ରକୋପ ଅନେକଙ୍କୁ ପଖାଳ କଂସା ପ୍ରତି ଆକୃଷ୍ଟ କରାଉଛି। ସମ୍ପ୍ରତି ଛୋଟବଡ଼ ହୋଟେଲରେ ବିଭିନ୍ନ ରକମର ପଖାଳ ପରଷା ଯାଉଛି। ତାରକା ହୋଟେଲ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ପଖାଳ ଦିବସ ପାଳନ କରାଯାଉଛି। ଦେଶବିଦେଶର ଲୋକଙ୍କୁ ଓଡ଼ିଶା ସଂସ୍କୃତିର ମହକ ସ୍ବରୂପ ପଖାଳ ପ୍ରତି ଆକୃଷ୍ଟ କରାଇବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଖାଳକୁ ନେଇ ଭିନ୍ନ ଭିନ୍ନ ସ୍ବତନ୍ତ୍ରତା ରହିଛି। କେଉଁଠି ୨୦ ଟଙ୍କାରେ ପଖାଳ ଗଣ୍ଡେ ବାଢ଼ି ଦେଇ ରବି ଭାଇ ଖଟିଖିଆଙ୍କ ପେଟ ଭରୁଛନ୍ତି ତ ଆଉ କେଉଁଠାରେ ବିଦେଶୀ ଅତିଥିଙ୍କ ପାଇଁ ପଖାଳ ପାଲଟିଛି ସ୍ବତନ୍ତ୍ର ଖାଦ୍ୟ। ଲୋକଙ୍କର ରୁଚି ଏଥିପ୍ରତି ବଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି।
‘ନିମନ୍ତ୍ରଣ’ରେ ୮ ପ୍ରକାର ପଖାଳ
ଚଳିତବର୍ଷ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ‘ନିମନ୍ତ୍ରଣ’ ରେସ୍ତୋରାଁରେ ୮ ପ୍ରକାରର ପଖାଳ ପ୍ରସ୍ତୁତ କରାଯାଇଛି। ସୁବାସା ପଖାଳ, ଦହି ପଖାଳ, ମଲ୍ଲିଫୁଲ ପଖାଳ, ମିଠା ପଖାଳ, ଟଭା ପଖାଳ, ଚିପୁଡ଼ା ପଖାଳ, ଘିଅ ପଖାଳ, ପାଣି ପଖାଳ ରହିଛି। ପଖାଳ ପ୍ଲେଟର ଦାମ୍‌ ୩୯୯ ରଖାଯାଇଛି। ଆମିଷ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଅନେକ ଆଇଟମ୍‌ ମଧ୍ୟ ଉପଲବ୍ଧ ଅଛି। ଯିଏ ଯାହା ଖାଇପାରିବେ। ସେଗୁଡ଼ିକ ପାଇଁ ଅଲଗା ଦାମ୍‌ ରହିଛି। ନିମନ୍ତ୍ରଣରେ ପାରମ୍ପରିକ ପଦ୍ଧତିରେ ଖାଦ୍ୟ ମିଳୁଥିବାରୁ ସେଠାରେ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି।
ଏକାମ୍ର ହାଟରେ ଲାଗିବ ଗହଳି
ଏକାମ୍ର ହାଟରେ ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରନ୍ତି। ପଖାଳ ଦିବସ ପାଇଁ ସବୁ ବର୍ଷ ପରି ଏଥର ମଧ୍ୟ ଆୟୋଜନ କରାଯାଇଛି। ଲୋକେ ପଖାଳ ସହ ବିଭିନ୍ନ ଆଇଟମ ଖୋଜୁଥିବାରୁ ଖାଦ୍ୟର ଲମ୍ବା ତାଲିକା ରଖାଯାଇଛି। ଆଳୁଭର୍ତ୍ତା, ବଡ଼ିଚୂରା, ଶାଗ, ଚଟଣି, ଗୋଟା ପୋଟଳ, ପାମ୍ପଡ଼, ନଡ଼ିଆବରା, ତାୱା ମାଛ, ଚୂନାମାଛ ରାଇ ଆଦି ଅନେକ ଆଇଟମ୍‌ ରହିଛି। ତେଣୁ ଏଥର ମଧ୍ୟ ଏକାମ୍ର ହାଟରେ ଖାଇବାକୁ ଗହଳି ଲାଗିବ।
ସୋସିଆଲ ମିଡିଆରେ ବଢ଼ୁଛି ପ୍ରଚାର ପ୍ରସାର
ଆଜିକାଲି ସୋସିଆଲ ମିଡିଆ ଯୁଗରେ ଅନେକ ଖାଦ୍ୟର ପ୍ରଚାର ପ୍ରସାର ହେଉଛି। ସେହିପରି ଓଡ଼ିଶାରେ ଥିବା ଫୁଡ୍‌ ବ୍ଲଗର ଓ ମାଷ୍ଟର ସେଫ୍‌ମାନେ ପଖାଳକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଛନ୍ତି। କିଏ କେଉଁଠି ଭଲ ଓ କମ୍‌ ଦାମ୍‌ରେ ଥିବା ପଖାଳର ସୂଚନା ଦେଲେଣି ତ ଆଉ କିଏ ପଖାଳକୁ ନେଇ ଭିନ୍ନ ଧରଣର ଭିଡିଓ ଦେଖାଇଲେଣି। ଅନ୍ୟପକ୍ଷେ ଜାତୀୟସ୍ତରୀୟ ମାଷ୍ଟର ସେଫ୍‌ ପ୍ରତିଯୋଗିତାରେ ଭାଗନେଇଥିବା ଓଡ଼ିଶାର ସେଫ୍‌ମାନେ ‘ପଖାଳ ପସରା’ ନାମରେ ଅନେକ ଭିଡିଓ ଅପଲୋଡ୍‌ କରି ପଖାଳର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ବ୍ୟବସାୟ ପ୍ରଭାବିତ କରିପାରେ ବର୍ଷା
ଖରାଦିନେ ପଖାଳ ଖାଇବାର ମଜା ନିଆରା। ପେଟ ଥଣ୍ଡା କରିବାକୁ ଲୋକେ ପ୍ରାୟତଃ ଖରାଦିନେ ବେଶୀ ପଖାଳ ଖାଇଥାନ୍ତି। ମାତ୍ର ଏଥର ପାଗ ମେଘୁଆ ରହିଛି। ଗତ ୨ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଆଗକୁ ମଧ୍ୟ କୋହଲା ପାଗ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେଣୁ ଏହା ବ୍ୟବସାୟ ମାନ୍ଦା କରିପାରେ ବୋଲି ହୋଟେଲ ବ୍ୟବସାୟୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମାତ୍ର ଲୋକଙ୍କର ପଖାଳ ପ୍ରତି ଥିବା ଭଲପାଇବା ଯେଭଳି ରହିଛି, ଯଦି ବର୍ଷା ହୁଏ ବେପାର ଅତି ଭଲ ନ ହେଲେ ବି ସମ୍ପୂର୍ଣ୍ଣ ମାନ୍ଦା ହେବ ନାହିଁ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
(ପ୍ରସ୍ତୁତି- ଶର୍ମିଷ୍ଠା ପାଣିଗ୍ରାହୀ)


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri