Posted inଫୁରସତ

ଅନ୍ଧାରରେ ପଥ ଦେଖାଏ କବିତା

ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି କବିମାନଙ୍କୁ ସମ୍ମାନ ଦେବା, କବିତା ପାଠ କରିବାର ମୌଖିକ ପରମ୍ପରାକୁ ପୁନର୍ଜୀବିତ କରିବା ଏବଂ କବିତାକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ ଥିଏଟର, ନୃତ୍ୟ, ସଙ୍ଗୀତ ଏବଂ ଚିତ୍ରାଙ୍କନ ପରି ଅନ୍ୟାନ୍ୟ କଳା ମଧ୍ୟରେ କବିତାର ଦୃଷ୍ଟିଭଙ୍ଗୀକୁ ବଢ଼ାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। କବିତା କବିର ମନର ଭାବନାକୁ ସୁନ୍ଦର ଭାବରେ ପରିପ୍ରକାଶ କରିଥାଏ। ଯେତେ ବି ଅନ୍ଧାର ହେଉ ନା କାହିଁକି କବିତା ତା’ର ରାସ୍ତା ତିଆରି କରେ। ସେଥିପାଇଁ ଜାତୀୟ ଆୟୋଗ, ଏନ୍‌ଜିଓ ତଥା ସରକାରୀ, ବେସରକାରୀ ଅନୁଷ୍ଠାନ ଯଥା ବିଦ୍ୟାଳୟ, କବି ତଥା ଲେଖକ ଗୋଷ୍ଠୀ, ପ୍ରକାଶନ ଗୃହ, ସାଂସ୍କୃତିକ ଗୋଷ୍ଠୀ, ସଂଗ୍ରହାଳୟ ସକ୍ରିୟ ଅଂଶଗ୍ରହଣ କରି ବିଶ୍ୱ କବିତା ଦିବସ ପାଳନ କରିଥାନ୍ତି।
ଜାତିସଂଘର ଶିକ୍ଷା ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ୱାରା ବିଶ୍ୱ କବିତା ଦିବସକୁ ପ୍ରଥମେ ୧୯୯୯ରେ ପ୍ୟାରିସ୍‌ରେ ଅନୁଷ୍ଠିତ ୩୦ ତମ ସାଧାରଣ ସମ୍ମିଳନୀରେ ବିଶ୍ୱ କବିତା ଦିବସ ଭାବରେ ଗ୍ରହଣ କରାଯାଇଥିଲା ଏବଂ କବିତା ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିବିଧତାକୁ ସମର୍ଥନ କରିବା ଏବଂ ଲୋପ ପାଇବାକୁ ଯାଉଥିବା ଭାଷାକୁ ସୁରକ୍ଷା ଦେବା।
ରେକର୍ଡ ଅନୁଯାୟୀ, ମୋରୋକନ୍‌ ଜାତୀୟ ଆୟୋଗ ହିଁ ଅନ୍ତର୍ଜାତୀୟ କବିତା ଦିବସ ଘୋଷଣା କରିବାକୁ ଅନୁରୋଧ କରିଥିଲା। ଏହାଦ୍ୱାରା ୟୁନେସ୍କୋର ମହାନିର୍ଦ୍ଦେଶକ କବି, ଲେଖକ, ପେନ୍‌ ଇଣ୍ଟରନ୍ୟାଶନାଲର ସଦସ୍ୟ, ଲେଖକମାନଙ୍କର ଏକ ସଙ୍ଗଠନ ଏବଂ ବିଭିନ୍ନ ଅଣ-ସରକାରୀ ସଂଗଠନ (ଏନ୍‌ଜିଓ) ଏବଂ ୟୁନେସ୍କୋ ସହିତ ଜଡିତ କବିତା କେନ୍ଦ୍ରଗୁଡ଼ିକ ସହିତ ଏକ ଅନ୍ତର୍ଜାତୀୟ ପରାମର୍ଶ ଆହ୍ବାନ କରିଥିଲେ। ୟୁନେସ୍କୋ ଅନୁଭବ କରିଥିଲା ଯେ, ବିଶ୍ୱ କବିତା ଦିବସ ପାଳନ କରିବା ଦ୍ୱାରା ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ କବିତାର ଗତିବିଧିକୁ ଚିହ୍ନିବାରେ ସାହାଯ୍ୟ କରିବ। ଏହା ଭାଷାଭିତ୍ତିକ ବିବିଧତାକୁ ପ୍ରୋତ୍ସାହନ ଦେବ ଏବଂ ଯୁବକମାନଙ୍କୁ ସେମାନଙ୍କର ମାତୃଭାଷାରେ କବିତା ଲେଖିବାକୁ ଉତ୍ସାହିତ କରିବ। ଏହା ପରବର୍ତ୍ତୀ ସମୟରେ ସଂସ୍କୃତି ସଂରକ୍ଷଣ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri