ବିଜେଡି ନେତାଙ୍କ ଶ୍ରୀଜଗନ୍ନାଥ ଦର୍ଶନ

ପୁରୀ,,୨୨।୩(ଅଜିତ୍‌ ମହାନ୍ତି) କିଛି ଦିନ ତଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସଂସଦୀୟ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ। ଏପରି କି ଏହି କ୍ଷେତ୍ର ପାଇଁ ଦଳର ପ୍ରାର୍ଥୀ ଚୟନ ହୋଇଥିବା କୁହାଯାଇଥିଲା। ପରେ ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭା ଆସନକୁ ନେଇ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ମଧ୍ୟରେ ଥିବା ବିବାଦକୁ ପୁରୀଠାରେ ଅନୁଷ୍ଠିତ ଏକ ବୈଠକରେ ସାମଧାନ କରାଯାଇଥିଲା। ଏଭଳିସ୍ଥିତିରେ ଗୁରୁବାର ବିଜେଡି ସଂସଦୀୟ ଦଳର ନେତାମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି।

ଏଥିରେ ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ଆଶାୟୀ ବିଧାୟକଙ୍କ ସହ ପୁରୀ ଲୋକ ସଭା ପ୍ରାର୍ଥୀ ଭାବେ ଆଲୋଚନା ହେଉଥିବାବେଳେ ଅରୂପ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ପୁରୀରୁ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଗୁରୁବାର ଚିଲିକାରୁ ପ୍ରାର୍ଥୀ ହେବାକୁ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଛାଡ଼ି ସବୁ ପ୍ରାର୍ଥୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ଆସନ୍ତା ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ସବୁ ଆସନ ବିଜେଡି ଜିତିବ ବୋଲି ଜିଲା ବିଜେଡି ସଭାପତି ଦିବାକର ପାତ୍ର କହିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ‘ପ୍ରାର୍ଥୀ ଘୋଷଣା ମୁଖ୍ୟମନ୍ତ୍ରୀ କରିବେ। ମୁଖ୍ୟମନ୍ତ୍ରୀ ଯେଉଁଠୁ ଲଢ଼ିବାକୁ କହିବେ ଲଢ଼ିବୁ। ସାଂସଦ ପ୍ରାଥୀ ଆଶାୟୀ ଥିବା ଅରୂପ ପଟ୍ଟନାୟକ କହିଛନ୍ତି, ସେ ତାଙ୍କ ଜନ୍ମମାଟିକୁ ଫେରି ଆନନ୍ଦ ଅନୁଭବ କରୁଛନ୍ତି। ସମସ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କ୍‌ୁ ପ୍ରାର୍ଥନା କରିଛି। ତେବେ ମହାପ୍ରଭୁଙ୍କ ସ୍ଥାନରେ କିଛି ରାଜନୈତିକ ମତ ଦେବା ଉଚିତ ନୁହେଁ ବୋଲି କହିଥିଲେ। ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି କି ପୁରୀ ସଂସଦୀୟ କ୍ଷେତ୍ରର ସବୁ ନେତା ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ଜନ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେଡି ଆଗାମୀ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ। ତେବେ ଏହି ଅବସରରେ ସଞ୍ଜୟ ଦାସ ବର୍ମା ଓ ନୟାଗଡ଼ ବିଧାୟକ ଅରୁଣ ସାହୁ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri