Posted inଜାତୀୟ

ହୋଲି ସ୍ବତନ୍ତ୍ର ଟ୍ରେନ୍‌ରେ ଠକେଇ ସମ୍ଭାବନା, ଯାତ୍ରୀଙ୍କ ହେଲ୍ପଲାଇନ ନମ୍ବର ୧୩୯ ଜାରି

ଭୁବନେଶ୍ୱର,୨୫।୩(ଅନୁରାଧା ମହାରଣା): ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ ପାଇଁ ବିଭିନ୍ନ ପଦକ୍ଷେପ ଗହଣ କରୁଥିବାବେଳେ ହୋଲି ଅବସରରେ ସ୍ବତନ୍ତ୍ର ରେଳ ଚଳାଚଳ କରିବ। ତେବେ ଏହି ଯାତ୍ରା ସମୟରେ କୌଣସି ଯାତ୍ରୀ ଯେପରି ଖାଦ୍ୟପାନୀୟ କିଣାରେ ଠକାମିର ଶିକାର ନ ହୁଅନ୍ତି ସେନେଇ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାର ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳପଥ ଏକ ସାଧାରଣ ହେଲ୍ପଲାଇନ ନମ୍ବର ୧୩୯ ଜାରି କରିଛି।

ରେଲଓ୍ବେର କୌଣସି ବିକ୍ରେତାଙ୍କ ବିଷୟରେ ଅଭିଯୋଗ କରିବାକୁ୍‌ ପ୍ରଥମେ ଯାତ୍ରୀଙ୍କୁ ରେଲଓ୍ବେର ହେଲ୍ପଲାଇନ ନମ୍ବର ୧୩୯ ଡାଏଲ କରିବାକୁ ପଡିବ। ଏହା ପରେ ଠକେଇ ବିଷୟରେ ଅଭିଯୋଗ କରିବାକୁ ୯ ଦବାଇବାକୁ ପଡିବ। ଯାତ୍ରୀ ଅଭିଯୋଗକୁ ଠିକ୍‌ ଭାବରେ ପହଞ୍ଚାଇବା ପାଇଁ ବିକ୍ରେତାଙ୍କ ନାମ, ଷ୍ଟଲ ନମ୍ବର, ପ୍ଲାଟଫର୍ମ ନମ୍ବର, ଷ୍ଟେଶନ ଟାଇମିଂ ଆଦି ସମ୍ପର୍କରେ ସୂଚନା ଦେବା ଜରୁରୀ। ଏହା ସାହାଯ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହୋଇପାରିବ।

ସୂଚନାଥାଉକି, ରେଳ ଷ୍ଟେଶନ ପରିସରରେ କିମ୍ବା ଟ୍ରେନ ଭିତରେ ଉପଲବ୍ଧ ସୁବିଧା ପାଇବାକୁ ଚେଷ୍ଟା କରି ଅନେକ ଯାତ୍ରୀ ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହୋଲି ପାଇଁ ଚାଲୁଥିବା ସ୍ବତନ୍ତ୍ର ଟ୍ରେନରେ ବିକ୍ରେତାମାନେ ଖାଦ୍ୟ ସାମଗ୍ରୀ ପାଇଁ ଏମ୍‌ଆର୍‌ପିଠାରୁ ଅଧିକ ଟଙ୍କା ମାଗନ୍ତି। ଏହା ଏକ ଆଇନଗତ ଅପରାଧ ହୋଇଥିବାରୁ ଏନେଇ ଗ୍ରାହକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି। ଅଧିକାଂଶ ଟ୍ରେନ କୌଣସି ଷ୍ଟେଶନରେ ଅଟକିଯିବା ମାତ୍ରେ ଲୋକମାନେ ପ୍ଲାଟଫର୍ମରୁ ଓହ୍ଲାଇ ଚା ଏବଂ ସ୍ନାକ୍ସ ନେଇଥାନ୍ତି।

ଏଭଳି ପରିସ୍ଥିତିରେ ସେମାନଙ୍କ ନିକଟରେ କିଣାକିଣି ଓ ମୂଲଚାଲ ପାଇଁ କମ୍‌ ସମୟ ଥାଏ। ଠକେଇର ଶିକାର ହୋଇଥିବା ଯାତ୍ରୀ ରେଳପଥର ‘ରେଳ ମଦଦ୍‌’ ଆପ୍‌ ମଧ୍ୟ ବ୍ୟବହାର କରିପାରିବେ। ରେଳପଥର ବ୍ୟବସ୍ଥା ଅନୁଯାୟୀ ସେହି ଅସାଧୁ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯଦି ଯାତ୍ରୀଙ୍କର ଟ୍ରେନ ଛାଡ଼ିବାକୁ ଅଧିକ ସମୟ ଅଛି, ସେ ଷ୍ଟେଶନମାଷ୍ଟର କିମ୍ବା ରେଳ ପ୍ଲାଟଫର୍ମରେ ଉପସ୍ଥିତ ଥିବା କୌଣସିି ରେଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri