Posted inଫୁରସତ

କବିତା ପଠେଇବାକୁ ପୋଷ୍ଟକାର୍ଡ, ଲଫାପା କିଣିଥିଲି

ବଣ ପାହାଡ଼ ଘେରା କେରେଙ୍ଗା ଗ୍ରାମପଞ୍ଚାୟତ। ଡ଼ଙ୍ଗର କ୍ଷେତରେ ସୁଲୁସୁଲିଆ ପାହାଡି ପବନ ତା’ସହ ମାଦଳର ତାଳେ ତାଳେ ଆଦିବାସୀଙ୍କ ଢେମସା ନାଚ। ଏଣେ କୋଲାବ ନଦୀର କୁଳୁକୁଳୁ ଶବ୍ଦରେ ମୁଁ ଓ ମୋ ଜନ୍ମମାଟି। ବଣ ପାହାଡ ଘେରରେ ମୁଁ ନିଜକୁ କବିତାର ଭାବରେ ଖୋଜିବୁଲେ। ମୋ ଜନ୍ମ ମାଟି ମୋତେ ବହୁତ କିଛି ଶିଖିବାର ସୂଯୋଗ ଦେଇଛି। ସାହିତ୍ୟକୁ ଭଲ ପାଇବା ଶିଖେଇଛି। ଅଳ୍ପ ବୟସରୁ ନିଜ ଅନୁଭବକୁ ଶବ୍ଦରେ ଉତ୍ତାରି ଲେଖୁଥିଲି। ସପ୍ତମ ଶ୍ରେଣୀରେ ପଢିଲାବେଳକୁ ଲେଖାସବୁ ବିଭିନ୍ନ ଆଡକୁ ପଠେଇବା ଆରମ୍ଭ କଲି। କିଛି ଲେଖା ଆକାଶବାଣୀ ଜୟପୁର କେନ୍ଦ୍ରକୁ ମଧ୍ୟ ପଠାଉଥିଲି। ଟିକିରାଇଜ ଓ ଫୁଲଚାଙ୍ଗୁଡି କାର୍ଯ୍ୟକ୍ରମରେ ବେଳେବେଳେ ମୋ ଲେଖା ପଢାଯାଏ। ଅପେକ୍ଷା କରି ବସିଥାଏ ରେଡ଼ିଓ ପାଖରେ ସମୟକୁ ଜଗି। ଯେଉଁଦିନ ପଢ଼ା ହୁଏ ସେଦିନର ଖୁସି କହିଲେ ନସରେ। ଲାଗେ ସ୍ବର୍ଗ ଯେମିତି ମୋ ହାତ ପାଆନ୍ତାରେ। ଏଇମିତି ଅଭ୍ୟାସ ଜାରି ରହିଲା। ଦିନେ ବାପା ଫୋଷ୍ଟ ଅଫିସରୁ ମୋ ନାଁ ଲେଖାଥିବା ଗୋଟାଏ ଲଫାପା ନେଇ ଆସିଥିଲେ। ସେଥିରେ ମୋତେ ଏକ ସାକ୍ଷାତକାର ପାଇଁ ଯୁବବାଣୀ କାର୍ଯ୍ୟକ୍ରମରୁ ନିମନ୍ତ୍ରଣ ଆସିଥିଲା। ଏହି ମଧ୍ୟରେ ମୁଁ ଯୁବବାଣୀ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ବୟସରେ ପହଁଞ୍ଚତ୍ ଯାଇଥିଲି। ମୋତେ ବୟସ ସେତେବେଳେ ତେଇଶ କିମ୍ବା ଚବିଶ ହୋଇଥିବ। ନିଜ ପ୍ରତିଭା ବଳରେ କାହାର ବିନା ସୁପାରିଶ ଓ ଅନୁମୋଦନରେ ମିଳିଥିବା ସେ ନିମନ୍ତ୍ରଣଟି ମତେ ସେଦିନ ଖୁବ୍‌ ଆନନ୍ଦ ଦେଇଥିଲା। ଉପଯୁକ୍ତ ତାରିଖରେ ସାନଭାଇ ସହ ଜୟପୁର ଗଲି। ଠିକଣା ଜଣା ନଥିଲା ଆକାଶବାଣୀର। ଭଗବାନଙ୍କ କୃପାରୁ ଅଳ୍ପ ଅସୁବିଧା ଭୋଗି ଆମେ ଆକାଶବାଣୀ କେନ୍ଦ୍ରରେ ପହଁଞ୍ଚତ୍ଲୁ। ଅଳ୍ପ ଅଳ୍ପ ନର୍ଭସ ଲାଗୁଥିଲେ ବି ଖୁସି ଲାଗୁଥିଲା। ରେକର୍ଡିଂ ସମୟରେ ଶବ୍ଦକୁ ସଜାଡି ଉତ୍ତର ରଖୁଥିଲାବେଳେ ନିଜ ଉପରେ ବିଶ୍ୱାସ ତିଆରି ହେଉଥିଲା। ରେକଡ଼ିଂ ସରିଲା। ସାକ୍ଷାତକାର ନେଇଥିଲେ ରଞ୍ଜନ କୁମାର ବେହେରା। ମୋ ଉତ୍ତର ଦେବା ଶୈଳୀରେ ମୁଗ୍ଧ ହୋଇଥିଲେ ମଧ୍ୟ। ଶେଷରେ ଆକଶବାଣୀର ନିର୍ଦ୍ଦେଶକ ମୋତେ ଗୋଟିଏ ଚେକ୍‌ ପ୍ରଦାନ କରି ବ୍ୟାଙ୍କ ପଠାଇ ଦେଇଥିଲେ। ସେ ଚେକ୍‌ର ମୂଲ୍ୟ ରାଶି ଥିଲା ୧୦୯ ଟଙ୍କା। ସେଦିନର ସେହି ୧୦୯ ଟଙ୍କାର ମୂଲ୍ୟ ଆଗରେ ଆଜିକା ଦିନର ଲକ୍ଷେ ଟଙ୍କାର ମୂଲ୍ୟ ବି କମ୍‌ ପଡିବ ମୋ ପାଇଁ । ଖୁସିରେ ଗୋଡ଼ ତଳେ ଲାଗୁନଥାଏ। ସେହି ପଇସା କେବଳ ଥିଲା ମୋର। ମୋ ନିଜ ଅର୍ଜନକୁ କେମିତି ଖର୍ଚ୍ଚ କରିବି ଭାବି ହେଲି। ପରେ ନିଷ୍ପତି ନେଲି ସେଥିରେ କିଛି ପୋଷ୍ଟକାର୍ଡ, ଲଫାପା ଏବଂ ସାଧା କାଗଜ କିଣି ଆଣିବାକୁ, ନିଜ ସୃଜନର ମହକ ବାଣ୍ଟିବା ପାଇଁ। ସତରେ ପହିଲି ରୋଜଗାରର ପୁଲକ ଖୁବ୍‌ ନିଆରା। ତା’ସହ ଜୀବନରେ ଈଶ୍ୱରଙ୍କ କରୁଣା ନଥିଲେ କିଛି ବି ସମ୍ଭବ ନୁହେଁ। ବାସ୍‌ ସେହି ଶବ୍ଦକୁ ଅନ୍ଧ ଲଉଡି କରି ଆଜି ସାହିତ୍ୟ କ୍ଷେତ୍ରରେ ମୁଁ ବିଚରଣ କରିପାରୁଛି। ନିଜକୁ ସବୁଦିନ ଯେତିକି ଖୋଜୁଛି, ଯେତିକି ପାଉଛି ତାକୁ ଶବ୍ଦରେ ଖଞ୍ଜି କବିତା ଲେଖୁଛି ଏବଂ ବଞ୍ଚୁଛି। ସାହିତ୍ୟ ମୋ ଜୀବନ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri