Posted inଫୁରସତ

ସୂର୍ଯ୍ୟମୂଖୀ କାହିଁକି ହୁଏ ସୂର୍ଯ୍ୟମୁହାଁ? ଜାଣନ୍ତୁ…

ସୂର୍ଯ୍ୟମୁଖୀ ଏକ ସୁନ୍ଦର ଫୁଲ। ଏମିତିରେ ତ ସବୁ ଫୁଲ ସୁନ୍ଦର, ହେଲେ ଏହି ଫୁଲର ଅଛି ଏକ ବିଶେଷତ୍ୱ। ସେ ହେଉଛି ଏହା ସବୁବେଳେ ସୂର୍ଯ୍ୟମୁହାଁ ହୋଇ ରହେ। ସୂର୍ଯ୍ୟ ଯେଉଁ ଦିଗକୁ ଗତି କରନ୍ତି ଫୁଲର ମୁହଁ ସେଇ ଦିଗକୁ ରହେ। ତେବେ କେବେ ଭାବିଛନ୍ତି ଏହା ସମ୍ଭବ କେମିତି ହୁଏ? ଜାଣନ୍ତୁ ସେ ସମ୍ପର୍କରେ..
ସୂର୍ଯ୍ୟମୁଖୀ ! ନାଁରୁ ହିଁ ଜଣାଯାଏ ତା’ର ସ୍ବତନ୍ତ୍ରତା। ସୂର୍ଯ୍ୟଙ୍କୁ ମୁଖ କରି ରହେ ଯେଉଁ ଫୁଲ ସେ ହେଉଛି ସୂର୍ଯ୍ୟମୁଖୀ। ଏହି ଫୁଲ ଶୀତଋତୁ ଅପେକ୍ଷା ଗ୍ରୀଷ୍ମଋତୁରେ ଅଧିକ ଫୁଟେ। ଯେଉଁଠି ୬ ଘଣ୍ଟାରୁ ଅଧିକ ସମୟ ଖରା ରହେ ସେଠି ଏହି ଫୁଲ ଭଲ ହୁଏ। ପ୍ରଖର ଖରା ହେଉଥିବା ସ୍ଥାନରେ ହିଁ ସୂର୍ଯ୍ୟମୁଖୀ ଫୁଲର ଭଲ ବିକାଶ ହୁଏ। ଯେବେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ସେତେବେଳେ ଏହି ଫୁଲର ମୁହଁ ପୂର୍ବ ଦିଗକୁ ହୋଇ ରହେ। ଏହାପରେ ପରେ ସୂର୍ଯ୍ୟଙ୍କର ଗତି ଯେଉଁ ଦିଗକୁ ହୁଏ ଫୁଲର ମୁହଁ ବି ସେଇ ଦିଗ ଆଡକୁ ଗତି କରେ। ସୂର୍ଯ୍ୟମୁଖୀର ନୂଆ ଫୁଲ, ପୁରୁଣା ଫୁଲ ଅପେକ୍ଷା ଅଧିକ ଭଲରେ ସୂର୍ଯ୍ୟଙ୍କ ଦିଗ ସହ ଗତି କରିପାରେ। ତେବେ ଏଭଳି ହେବା ପଛର ମୁଖ୍ୟ କାରଣ ହେଉଛି ହେଲିଓ ଟ୍ରାପିଜମ୍‌। ବୈଜ୍ଞାନିକଙ୍କ କହିବାନୁସାରେ ସୂର୍ଯ୍ୟମୁଖୀର ଏଭଳି ସୂର୍ଯ୍ୟମୁହାଁ ହେବା ହେଲିଓ ଟ୍ରାପିଜମ୍‌ କାରଣରୁ ହୋଇଥାଏ। ତେଣୁ ସନ୍ଧ୍ୟା ବେଳକୁ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେବା ସହ ସୂର୍ଯ୍ୟମୁଖୀର ମୁହଁ ପଶ୍ଚିମ ଦିଗକୁ ହୋଇଯାଏ। ହେଲେ ରାତିରେ ଏହି ଫୁଲ ଦିଗ ବଦଳାଇ ପୁଣିଥରେ ପୂର୍ବ ଦିଗକୁ ହେଇଯାଏ। ଆଉ ପରଦିନ ସକାଳର ସୁରୁଜ ଅପେକ୍ଷାରେ ରହେ। ଏହି ପ୍ରକ୍ରିୟା ଲଗାତାର ଲାଗିରହେ। ମନରେ ଏବେ ପ୍ରଶ୍ନ ଉଠୁଥିବ ଏହି ହେଲିଓ ଟ୍ରାପିଜମ୍‌ ପ୍ରକୃତରେ କ’ଣ? ଯେମିତି ମଣିଷ ଭିତରେ ଏକ ବାୟୋଲୋଜିକାଲ କ୍ଲକ ଥାଏ, ସେହିଭଳି ସୂର୍ଯ୍ୟମୁଖୀ ଫୁଲର ବି ଏକ ସ୍ବତନ୍ତ୍ର ପ୍ରକାରର ବ୍ୟବସ୍ଥା ଥାଏ, ଯାହାକି ହେଲିଓ ଟ୍ରାପିଜମ୍‌ ନାମରେ ପରିଚିତ। ଏହା ସୂର୍ଯ୍ୟଙ୍କୁ ଡିଟେକ୍ଟ କରି ଫୁଲକୁ ସେହି ଦିଗକୁ ମୋଡିବା ଲାଗି ପ୍ରେରିତ କରେ ଯେଉଁ ଦିଗରେ ସୂର୍ଯ୍ୟ ଥାଆନ୍ତି। ଏକ ଗବେଷଣାରୁ ଏହା ବି ଜଣାପଡ଼ିଛି ଯେ, ଫୁଲ ରାତିରେ ଆରାମ କରନ୍ତି ଓ ସକାଳେ ସୂର୍ଯ୍ୟ ପଡ଼ିଲେ ଏମାନେ ସକ୍ରିୟ ହୋଇଯାଆନ୍ତି। ସୂର୍ଯ୍ୟ କିରଣ ଯେତେଯେତେ ପ୍ରଖର ହୁଏ ସୂର୍ଯ୍ୟମୁଖୀ ଫୁଲର ସକ୍ରିୟତା ବି ସେହିଭଳି ବଢିଚାଲେ। ଏହି ପ୍ରକ୍ରିୟା ହେଲିଓ ଟ୍ରାପିଜମ୍‌ ପ୍ରକ୍ରିୟା ଦ୍ୱାରା ସମ୍ଭବ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri