Posted inଜାତୀୟ

କଂଗ୍ରେସକୁ ଫେରିବେ ମେନକା-ବରୁଣ ଗାନ୍ଧୀ! ବଡ଼ ବୟାନ ଦେଲେ ମେନକା

ନୂଆଦିଲ୍ଲୀ,୨।୪: କଂଗ୍ରେସକୁ ପୁଣି ଫେରିବେ ମେନକା ଓ ବରୁଣ ଗାନ୍ଧୀ! ଏନେଇ ଗଣମାଧ୍ୟକୁ ଦେଇଛନ୍ତି ବଡ଼ ବୟାନ। ମେନକା ଓ ବରୁଣ ଗାନ୍ଧୀ କଂଗ୍ରେସ ପରିବାର ଠୁ ଭିନ୍ନ କାହିଁକି? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ଆଲୋଚନା ହେଉଛି। କିନ୍ତୁ ସାମ୍ପ୍ରତିକ ସମୟରେ, ଗାନ୍ଧୀ ପରିବାର ପୁଣି ଏକଜୁଟ ହେବାକୁ ଯାଉଛନ୍ତି କି ନାହିଁ ଏନେଇ ଏକ ବଡ ପ୍ରଶ୍ନ ଉଠିଛି। ମେନକା ଏବଂ ବରୁଣ ଗାନ୍ଧୀ ପୁଣି କଂଗ୍ରେସ ପରିବାରରେ ଯୋଗଦେବାକୁ ଯାଉଛନ୍ତି କି? କହିରଖୁଛୁ କି, ଯେତେବେଳେ ଭାଜପା ପିଲଭିତରୁ ବରୁଣ ଗାନ୍ଧୀଙ୍କ ଟିକେଟ କାଟିଲା ସେତେବେଳେ ଏହି ପ୍ରଶ୍ନ ମୁଣ୍ଡ ଟେକିଥିଲା। ତେବେ ନିକଟରେ ଏହି ପ୍ରଶ୍ନ ଯେତେବେଳେ ମେନକାଙ୍କୁ ପଚରାଗଲା ସେତେବେଳେ ସେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି।

ଗଣମାଧ୍ୟମର ଏକ ପ୍ରଶ୍ନରେ ମେନକା କହିଛନ୍ତି, ମୁଁ ଭାଜପାରେ ବହୁତ ଖୁସିରେ ଅଛି। କିନ୍ତୁ ପୁଅ ବରୁଣ ଗାନ୍ଧୀଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, ନିର୍ବାଚନ ପରେ ଦେଖିବା। ଏବେ ବହୁତ ସମୟ ବାକି ଅଛି।

ସୂଚନାଥାଉ କି, ମେନକା ସୁଲତାନପୁରର ଭାଜପାର ଏମପି ଅଛନ୍ତି। ଚଳିତ ନିର୍ବାଚନ ପାଇଁ ଦଳ ତାଙ୍କୁ ପୁଣି ଥରେ ସୁଲତାନପୁରରୁ ପ୍ରାର୍ଥୀ କରିଛି। ୨୦୧୪ ଲୋକ ସଭା ନିର୍ବାଚନରେ ତାଙ୍କୁ ପିଲଭିତରୁ ଟିକେଟ୍‌ ମିଳିଥିଲା। ଏବଂ ସେ ସେଠାରୁ ବିଜୟୀ ହୋଇଥିଲେ। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ବରୁଣ ଗାନ୍ଧୀଙ୍କୁ ସେଠାରୁ ଟିକେଟ ଦେଇଥିଲା। କିନ୍ତୁ ଏଥର ବରୁଣଙ୍କ ଟିକେଟ୍‌ କଟିଛି। ଏଥର ଭାଜପା ତାଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri