Posted inଖେଳ

ICC Men’s Player of the Month ପାଇଁ ସର୍ଟ ଲିଷ୍ଟ ହେଲେ ଖେଳାଳି, ଏହି ତାଲିକାରେ ନାହାଁନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଲୀ,୪।୪: ମାର୍ଚ୍ଚରେ ହୋଇଥିବା ଦମଦାର ପ୍ରଦର୍ଶନ ପାଇଁ ଆଇସିସି ପୁରୁଷ ଏବଂ ମହିଳା ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ପାଇବାକୁ ପ୍ରତିଯୋଗୀମାନଙ୍କ ସର୍ଟଲିଷ୍ଟ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରକାଶ କରିଛି। ମାର୍ଚ୍ଚ ୨୦୨୪ ପାଇଁ ଆଇସିସି ପୁରୁଷ ପ୍ଲେୟାର ଅଫ ମନ୍ଥ ପାଇଁ ସର୍ଟଲିଷ୍ଟରେ ଶ୍ରୀଲଙ୍କା ଅଲରାଉଣ୍ଡରଙ୍କ ସହ ଆୟର୍ଲାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦୁଇଜଣ ଦ୍ରୁତ ବୋଲର ମଧ୍ୟ ସାମିଲ ହୋଇଛନ୍ତି। କୌଣସି ଭାରତୀୟ ଖେଳାଳି ଏଥିରେ ସ୍ଥାନ ପାଇ ନାହାଁନ୍ତି।

ମାର୍କ ଅଦାୟାର ୨୦୧୯ରେ ତାଙ୍କର ଆନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ, ସେ ସମସ୍ତ ଫର୍ମାଟରେ ଆୟର୍ଲାଣ୍ଡ ସେଟଅପର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛନ୍ତି। ମାର୍ଚ୍ଚରେ ଆଫଗାନିସ୍ତାନ ଉପରେ ତାଙ୍କ ଦଳର ଐତିହାସିକ ଟେଷ୍ଟ ବିଜୟରେ ମାର୍କ ଅଦାୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମ ଥର ପାଇଁ ୫ ୱିକେଟ ନେଇ ସଫଳତା ହାସଲ କରିଥିଲେ। ମ୍ୟାଚରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ଅଦାୟରଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ତାଙ୍କର ଆଠଟି ୱିକେଟ ହାରାହାରି ୧୧.୮୭ ରେ ଆସିଥିଲା । ଏହା ପରେ ସେ ଓ୍ବାନଡେ ସିରିଜରେ ୩ ୱିକେଟ ଏବଂ ପରେ ଟି -୨୦ ସିରିଜରେ ୫ ୱିକେଟ ନେଇଥିଲେ।
ଶ୍ରୀଲଙ୍କା ଖେଳାଳି କାମେନ୍ଦୁ ମେଂଡିସ ୨୦୨୨ ପରଠାରୁ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଦଳକୁ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶ ବିପକ୍ଷରେ କାମେନ୍ଦୁ ଧନଞ୍ଜୟ ଡି ସିଲଭାଙ୍କ ସହ ଷଷ୍ଠ ୱିକେଟ ପାଇଁ ୨୦୨ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ଏକ ଭଲ ପ୍ରଦର୍ଶନ କରିଥିଲେ। ଅଷ୍ଟମ ନମ୍ବରରେ ଆସି ସେ ସପ୍ତମ ୱିକେଟ ପାଇଁ ଧନଞ୍ଜୟଙ୍କ ସହ ୧୭୩ ରନ ଯୋଡିଥିଲେ। ଏହି ସମୟ ମଧ୍ୟରେ ସେ ୧୬୪ ରନର ଶ୍ରେଷ୍ଠ ଇନିଂସ ଖେଳିଥିଲେ।
ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନେରୀ ଏକ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଅସାଧାରଣ ରେଡ-ବଲ ଫର୍ମ ପ୍ରଦର୍ଶନ କରିଥିଲେ। ନ୍ୟୁଜିଲ୍ୟାଣ୍ଡରେ ସମ୍ପ୍ରତି ଶେଷ ହୋଇଥିବା ଟ୍ରାନ୍ସ-ଟାସମାନ ଟ୍ରଫିରେ ଅଷ୍ଟ୍ରେଲିଆ ୨-୦ରେ ଜିତିଥିବା ବେଳେ ହେନେରୀ ହାରାହାରି ୧୫.୭ ରେ ୧୭ଟି ୱିକେଟ ନେଇଛନ୍ତି, ଏଥି ସହିତ ଦୁଇଟି ପାଞ୍ଚ ୱିକେଟ ନେଇଥିବାର ନଜିର ବି ରହିଛି। ସେ ମଧ୍ୟ ହାରାହାରି ୨୫.୨୫ ରେ ୧୦୧ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri