Posted inଜାତୀୟ

ରାଜ ପରିବାର ଉପରେ ଭାଜପାର ଭରସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନରେ, ଭାଜପା ଅନେକ ପ୍ରାର୍ଥୀଙ୍କ ଟିକେଟ କାଟିଛି । ଏହି ସମୟରେ ପାର୍ଟିର ଭେଟେରାନ ନେତାମାନେ ଏନଡିଏ ପାଇଁ ୪୦୦ ସିଟ ଏବଂ ଭାଜପା ପାଇଁ ୩୫୦ ସିଟ ଜିତିବାକୁ ଦାବି କରନ୍ତି। ଲୋକ ସଭା ନିର୍ବାଚନ ୨୦୨୪ରେ ପୂର୍ବତନ ରାଜ ପରିବାରର ୧୦ରୁ ଅଧିକ ବଂଶଧର ଭାଜପା ଟିକେଟରେ ନିର୍ବାଚନ ଲଢୁଛନ୍ତି। ଏଥିମଧ୍ୟରୁ କେତେକ ମଧ୍ୟ ସେମାନଙ୍କର ରାଜନୀତିର ଆରମ୍ଭ କରୁଛନ୍ତି ।
ଓଡ଼ିଶାର ରାଜ ପରିବାର
ଦୁଇ ଦଶନ୍ଧି ହେବ ଓଡ଼ିଶାରେ ବିଜେଡି ବା ବିଜୁ ଜନତା ଦଳ ସରକାର ଅଛି। ଭାଜପା ଏଠାରେ ରାଜ ପରିବାରର ୨ ଜଣ ସଦସ୍ୟ ସଙ୍ଗିତା କୁମାରୀ ସିଂ ଦେଓ ଏବଂ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି। ସଙ୍ଗିତା ପାଟଣାଗଡ ବଲାଙ୍ଗିର ଏବଂ ମାଳବିକା କେଶରୀ କଳାହାଣ୍ଡି ରାଜ ପରିବାରର।
ରାଜସ୍ଥାନ
ରାଜସ୍ଥାନରୁ ଭାଜପା ରାଜ ପରିବାରର ଦୁଇଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଭାଜପା ନିକଟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅଙ୍କୁ ଟିକେଟ ଦେଇଛି। ବସୁନ୍ଧରା ଗ୍ବାୟାଲିୟରର ପୂର୍ବତନ ସିନ୍ଧିଆ ରାଜପରିବାରର ସଦସ୍ୟ ହୋଇଥିବା ବେଳେ ସେ ବହୁ ଦିନରୁ ରାଜନୀତି ସହ ସମ୍ପୃକ୍ତ।
ସେହିପରି ମଧ୍ୟ ପ୍ରଦେଶରୁ ବି ଭାଜପା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଞ୍ଜାବ, ପଶ୍ଚିମ ବଙ୍ଗ, କର୍ନାଟକ, ଉତ୍ତରାଖଣ୍ଡ ଓ ତ୍ରିପୁରାରୁ ବି ରାଜ ପରିବାରର ସଦସ୍ୟଙ୍କୁ ଭାଜପା ଟିକେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri