ଜୟଦେବ ଆସନ ଝୁଲାଇ ରଖିଛି ବିଜେଡି

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଏହାର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଛନ୍ତି। ୨୦୧୯ରେ ଏଠାରୁ ବିଜେଡି ଟିକେଟରେ ଜିତି ବିଧାୟକ ହୋଇଥିବା ଅରବିନ୍ଦ ଢାଲି ଏବେ ଭାଜପାରେ ଯୋଗଦେଇ ଟିକେଟ ହାତେଇଛନ୍ତି। ଗତ ନିର୍ବାଚନରେ ଭାଜପା ଲୋକ ସଭା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ଏହି ଆସନରେ ୨୦,୧୬୫ ଭୋଟ କମ୍‌ ପାଇଥିଲେ। ତେଣୁ ଭାଜପାକୁ ଏଠାରୁ ଉଭୟ ବିଧାନସଭା ଏବଂ ଲୋକ ସଭା ଭୋଟରେ ମାତ୍‌ ଦେବା ଭଳି ପ୍ରାର୍ଥୀଙ୍କୁ ଏବେ ବିଜେଡି ଖୋଜୁଛି। ତେବେ ୨୦୧୪ରେ ଏଠାରୁ ୫୬.୬୫% ଭୋଟ ପାଇ ବିଜୟୀ ହୋଇଥିବା ଶଶିଭୂଷଣ ବେହେରାଙ୍କୁ ଏଥର ବିଜେଡି ଟିକେଟ ଦେବାପାଇଁ ଚର୍ଚ୍ଚା ହେଉଥିବାବେଳେ ୨୦୧୯ରେ ଏଠାରୁ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ସ୍ଥାନରେ ରହିଥିବା ନବ କିଶୋର ମଲିକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।
ଚଳିତ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନ ବିଜେଡି ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ତେଣୁ ଏଠାରୁ ଦଳ ଜଣେ ଅଭିଜ୍ଞ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ତେଣୁ ଜଣେ ବରିଷ୍ଠ ନେତାଭାବେ ଶଶିଭୂଷଣଙ୍କ ଅଭିଜ୍ଞତା ରହିଛି। ଦଳ ଶଶିଙ୍କୁ ଟିକେଟ ଦେଲେ ପରିଚିତ ଚେହେରା ଭାବେ ଉଭୟ ବିଧାନସଭା ଏବଂ ଲୋକ ସଭା ପାଇଁ ଭଲ ଭୋଟ୍‌ ମିଳିପାରେ ବୋଲି ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସ୍ବାଧୀନ ପ୍ରାର୍ଥୀ ନବ କିଶୋରଙ୍କୁ ସ୍ଥାନୀୟ ଚନ୍ଦନ ପାତ୍ର ନାମକ ଜଣେ ବ୍ୟବସାୟୀ ସମର୍ଥନ ଦେଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇଟି ବ୍ଲକ ଅଧ୍ୟକ୍ଷ ପଦବୀକୁ ଚନ୍ଦନ ପାତ୍ରଙ୍କ ସମର୍ଥତ୍ତ ପ୍ରାର୍ଥୀ ଦଖଲ କରିଛନ୍ତି। ଏପରି କି ବିଜେଡି ୬ଟି ଜିଲା ପରିଷଦ ଆସନ ହାତେଇବାରେ ଚନ୍ଦନଙ୍କ ପ୍ରମୁଖ ଭୂମିକା ମଧ୍ୟ ରହିଥିଲା। ତେଣୁ ବିଧାନସଭା ନିର୍ବାଚନରେ ତାଙ୍କ ସମର୍ଥତ୍ତ ପ୍ରାର୍ଥୀ ନବକିଶୋରଙ୍କୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଛି। ଏପରି କି ଚନ୍ଦନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବା ନେଇ ଶଙ୍ଖ ଭବନଠାରେ ଗୁରୁବାର ଆଲୋଚନା ହୋଇଥିବା ସେମାନଙ୍କ ଗୋଷ୍ଠୀର ଲୋକମାନେ ନିର୍ବାଚନମଣ୍ଡଳୀରେ କହି ବୁଲିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri