Posted inଜାତୀୟ

ମାଆ, ବାପା ପୃଥକ୍‌ ଦର୍ଶାଇବେ ଧର୍ମ

ନୂଆଦିଲ୍ଲୀ,୬ା୪: ଭାରତରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ରେକର୍ଡ ରଖିବା ପାଇଁ ଜାତୀୟ ସ୍ତରରେ ଏକ ଡେଟାବେସ୍‌ ପ୍ରସ୍ତୁତ କରାଯିବ। ଏଥିରେ ନବଜାତ ଶିଶୁଙ୍କ ମା’ ଓ ବାପାଙ୍କୁ ‘ବାର୍ଥ ରିପୋର୍ଟ’ରେ ନିଜ ଧର୍ମ ସମ୍ପର୍କରେ ପୃଥକ୍‌ ଭାବେ ଉଲ୍ଲେଖ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏହି ନିୟମ ଖୁବ୍‌ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି।
ଗତ ଅଗଷ୍ଟରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୩ ପାରିତ ହୋଇଥିଲା। ବିଧେୟକ ଅଗଷ୍ଟ ୧ରେ ଲୋକ ସଭାରେ ଗୃହୀତ ହେବା ପରେ ୭ ତାରିଖରେ ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ତଦନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମଡେଲ ରୁଲ୍ସ ଅନୁସାରେ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରମାନେ ବିଜ୍ଞପ୍ତି ଜରିଆରେ ଲୋକଙ୍କୁ ଅବଗତ କରାଇବେ। ପୂର୍ବରୁ କେବଳ ପରିବାରର ଧର୍ମ ରେକର୍ଡ କରାଯାଉଥିବାବେଳେ ନୂଆ ନିୟମ ଅନୁଯାୟୀ ପ୍ରସ୍ତାବିତ ‘ଫର୍ମ ନଂ.-ବାର୍ଥ ରିପୋର୍ଟ’ରେ ଶିଶୁର ଧର୍ମ ସହ ଉଭୟ ମା’ ଓ ବାପା ନିଜ ଧର୍ମ ସମ୍ପର୍କରେ ପୃଥକ୍‌ ଭାବେ ଉଲ୍ଲେଖ କରିବେ। ନୂଆ ଜନ୍ମ ଓ ମୃତ୍ୟୁକୁ ଟ୍ରାକ୍‌ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ଯୋଜନା ଚଳାଇଛି। କେବଳ ଆଧାର ନୁହେଁ, ନୂଆ ଡେଟାବେସ୍‌ରେ ରାଶନ କାର୍ଡ, ପାସ୍‌ପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସର ବିବରଣୀ ମଧ୍ୟ ଦେବାକୁ ପଡ଼ିବ। ଏପରି କି ମା’ବାପାଙ୍କ ମୋବାଇଲ ନମ୍ବର, ଇ-ମେଲ୍‌ ଆଇଡି, ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ବିବରଣୀ ଆଦି ମଧ୍ୟ ଏଥିରେ ଉଲ୍ଲେଖ ରହିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୨୩ ଅକ୍ଟୋବରରୁ ଜନ୍ମ ପ୍ରମାଣପତ୍ରକୁ ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ହାସଲ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର ପାଇବା, ବିବାହ ପଞ୍ଜୀରଣ, ସରକାରୀ ନିଯୁକ୍ତି ଆଦି କ୍ଷେତ୍ରରେ ଏକକ ଦସ୍ତାବିଜ ରୂପେ ସ୍ବୀକୃତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri