ବେଦାନ୍ତ ଆଲୁମିନିୟମର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ସମ୍ପ୍ରସାରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ୩ ମିଲିୟନ ଟନ (ଏମ୍‌ଟିପିଏ)ର ଆଲୁମିନିୟମ ଉପତ୍ାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ ୩ଟି ବିଶ୍ୱସ୍ତରୀୟ ସଂସ୍ଥାଙ୍କ ମଧ୍ୟରେ ରହିବା ଲାଗି ଚାଲିଥିବା ସମ୍ପ୍ରସାରଣ ପ୍ରୟାସ ମଧ୍ୟରେ ଏକ ପ୍ରମୁଖ ମାଇଲଖୁଣ୍ଟ ରୂପେ ଘୋଷଣା କରିଛି। ବିଶେଷକରି ୧୦୦% ଭୂଲମ୍ବ ଏକୀକରଣ ହାସଲ କରିବା ଦିଗରେ କମ୍ପାନୀ ଓଡ଼ିଶାର ଲାଞ୍ଜିଗଡ଼ଠାରେ ଥିବା ବିଶ୍ୱଶ୍ରେଣୀର ଆଲୁମିନା ରିଫାଇନେରିରେ ୧.୫ ଏମ୍‌ଟିପିଏ ବିସ୍ତାରର ସଫଳ ରୂପାୟନ କରିଛି। ଏହା ସହ ଆଲୁମିନା ରିଫାଇନେରିର ଉତ୍ପାଦନ କ୍ଷମତା ବର୍ତ୍ତମାନ ୨ ଏମ୍‌ଟିପିଏରୁ ୩.୫ ଏମ୍‌ଟିପିଏକୁ ବୃଦ୍ଧି ପାଇଛି। ଅପରପକ୍ଷରେ ୧.୫ ଏମ୍‌ଟିପିଏ କ୍ଷମତା ହେଉଛି, କମ୍ପାନୀର ନୂତନ ବିସ୍ତାରର ଏକ ଅଂଶ,ଯାହାକି ଲାଞ୍ଜିଗଡ଼ ରିଫାଇନେରିରେ ସାମଗ୍ରିକ କ୍ଷମତାକୁ ୨ରୁ ୫ଏମ୍‌ଟିପିଏକୁ ବୃଦ୍ଧି କରିବ ବୋଲି ଜଣାପଡିଛି। ସେହିଭଳି ବେଦାନ୍ତ ଆଲୁମିନିୟମ ଭାରତର ନିମ୍ନ ଅଙ୍ଗାରକାମ୍ଳ ‘ସବୁଜ’ ଆଲୁମିନିୟମ ପରିସର, ବ୍ରାଣ୍ଡେଡ୍‌ ରେସ୍ତେଁାରା ସମେତ ବିଶ୍ୱର ଉଚ୍ଚମାନର ଆଲୁମିନିୟମ ଉପତ୍ାଦଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏହି ଉପତ୍ାଦଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍‌, ପ୍ରତିରକ୍ଷା, ଭିତ୍ତିଭୂମି,ବିଦ୍ୟୁତ୍‌ ପ୍ରକଳ୍ପ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏପରିକି କମ୍ପାନୀ ଭାରତରେ ପ୍ରିମିୟର ସ୍ମେଲ୍‌ଟର ଗ୍ରେଡ୍‌ ଆଲୁମିନାର ବୃହତମ ଉପତ୍ାଦକ ମଧ୍ୟରୁ ଅନ୍ୟତମ ହୋଇଥିବାବେଳେ ଝାରସୁଗୁଡ଼ା ଓ ବାଲ୍‌କୋରେ କମ୍ପାନୀର କଞ୍ଚାମାଲ ପ୍ରସ୍ତୁତ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, କମ୍ପାନୀ ବିସ୍ତାରିତ କ୍ଷମତା ପରିଚାଳନା କରିବାକୁ ଯାଉଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର କଞ୍ଚାମାଲ ସୁରକ୍ଷାକୁ ମଜଭୁତ ସହ ଝାରସୁଗୁଡ଼ା ଓ ବାଲ୍‌କୋ ଆଲୁମିନିୟମ ସ୍ମେଲଟର ୟୁନିଟ୍‌ ପାଇଁ ମଧ୍ୟ ଖର୍ଚ୍ଚ ହ୍ରାସ କରିବ। ବିଶେଷକରି ଏହା ୧୦୦% ଭୂଲମ୍ବ ଏକୀକରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଓ ଆମକୁ ଦୃଢ଼ ଭାବେ ବିଶ୍ୱ ଆଲୁମିନିୟମ ବଜାରରେ ସ୍ଥାନିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri