Posted inଜାତୀୟ

ଜେଲ୍‌ରୁ ବାହାରିବେ ମନୀଷ ସିସୋଡିଆ! ଆଜି ଶୁଣାଣି

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଆଜି ଅର୍ଥାତ ଶନିବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ। ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସିସୋଡିଆ ତିହାର ଜେଲରୁ ଏକ ଚିଠି ଲେଖିଥିଲେ। ପୂର୍ବ ଦିଲ୍ଲୀର ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ପାଟର୍ଗଞ୍ଜର ଲୋକଙ୍କୁ ଚିଠି ଲେଖି ସିସୋଡିଆ କହିଛନ୍ତି, ସେ ଖୁବ ଶୀଘ୍ର ବାହାରକୁ ଆସୁଛନ୍ତି।

ସିସୋଡିଆ ଆଜି କୋର୍ଟରୁ ଜାମିନ ପାଇବେ ବୋଲି ଆଶା କରାଯାଉଛି। କୋର୍ଟ ତାଙ୍କୁ ଏପ୍ରିଲ ୬ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏହାପୂର୍ବରୁ ଏପ୍ରିଲ ୨ ରେ ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା। ଜାମିନ ଆବେଦନ ଉପରେ ଶୁଣାଣିବେଳେ ସିସୋଡିଆଙ୍କ ଓକିଲ କହିଥିଲେ, ସିସୋଡିଆଙ୍କ ଠାରୁ ଇଡି ଏପର୍ଯ୍ୟନ୍ତ କିଛି ପାଇ ନାହିଁ। ତଦନ୍ତ ଶେଷ ହେବାର ୧୦ ମାସରୁ ଅଧିକ ସମୟ ବିତିଗଲାଣି ।

କହିରଖୁଛୁ କି, ସିସୋଡିଆ ସର୍ତ୍ତମୂଳକ ଜାମିନ ନେବାକୁ ମଧ୍ୟ ଗ୍ରହଣ କରିଛନ୍ତି। ସିସୋଡିଆ ଦିଲ୍ଲୀର ଅବକାରୀ ଦୁର୍ନୀତିରେ ପ୍ରାୟ ୧୩ ମାସ ହେବ ତିହାର ଜେଲରେ ରହିଛନ୍ତି। ୨୬ ଫେବୃଆରୀ ୨୦୨୩ରେ ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂହ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସିସୋଡିଆ ମଧ୍ୟ ଜାମିନ ପାଇବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri