ସର୍ବୋଚ୍ଚସ୍ତରରେ ସେନ୍‌ସେକ୍ସ, ପ୍ରଥମ ଥର ପାଇଁ ୭୫,୦୦୦ ପାର

ନୂଆଦିଲ୍ଲୀ,୧୧।୪: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସପ୍ତାହ କାରବାରର ୩ୟ ଦିନରେ ଘରୋଇ ଶେୟାର ବଜାର ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଶେୟାର ବଜାରର କାରବାର ସର୍ବୋଚ୍ଚସ୍ତରରେ ପହଞ୍ଚଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ୭୫,୦୦୦(୭୫,୦୩୮.୧୫) ଅଙ୍କ ଅତିକ୍ରମ କରିଥିଲାବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନ୍‌ଏସ୍‌ଇ ନିଫ୍ଟି-୫୦ର କାରବାର ମଧ୍ୟ ୨୩,୦୦୦ (୨୨,୭୫୩.୮୦) ଅଙ୍କର ନିକଟବର୍ତ୍ତୀ ହୋଇଛି। ବିଶେଷକରି ଘରୋଇ ଶେୟାର ବଜାର କାରବାର ମଙ୍ଗଳବାର ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଚା ରହିଥିଲା ବେଳେ ବିଏସ୍‌ଇର ଶ୍ରେଷ୍ଠ ୩୦ ନିବେଶକ ବିଶିଷ୍ଟ ସେନ୍‌ସେକ୍ସ (୩୦-ସେନ୍‌ସେକ୍ସ) ର କାରବାର ଏବଂ ଏନ୍‌ଏସ୍‌ଇ ନିଫ୍ଟି-୫୦ର କାରବାରରେ ମଧ୍ୟ ଅଭିବୃଦ୍ଧି ଘଟିଥିଲା। ଏପରିକି ବିଏସ୍‌ଇ ସେନ୍‌ସେକ୍ସର ଆଇଟିସି, କୋଟାକା ବ୍ୟାଙ୍କ, ଏସ୍‌ବିଆଇ,ଟେକ ମହିନ୍ଦ୍ରା,ଭାରତୀ ଏୟାରଟେଲ,ଏସିଆନ ପେଣ୍ଟସ,ଜେଏସଡବ୍ଲ୍ୟୁ ଷ୍ଟିଲ,ଇନ୍‌ଫୋସିସ ଏବଂ ରିଲାଏନ୍ସ ଭଳି ଅଗ୍ରଣୀ ନିବେଶକଙ୍କ ପୁଞ୍ଜି ୧ର୨% ବୃଦ୍ଧି ଘଟିଥିଲାବେଳେ ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ନିବେଶକମାନେ ପୂର୍ବ ଦିନର କାରବାର ଠାରୁ ଅଧିକ ଲାଭ ହାସଲ କରିଥିବାରୁ ବଜାରରେ ଉତ୍ସାହ ବଢିଥିଲା। ସେହିପରି ଏନ୍‌ଏସ୍‌ଇ ନିଫ୍ଟିରେ ମଧ୍ୟ ଉଚ୍ଚ ଅଭିବୃଦ୍ଧି ସହ ନିଫ୍ଟି ମିଡକ୍ୟାପ ୪୮୫.୭୦ ପଏଣ୍ଟ ବଢି ୫୦,୭୮୦.୪୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୬୮.୮୫ ପଏଣ୍ଟ ବଢି ୭୬୫୭.୪୦ ଅଙ୍କ ଏବଂ ନିଫି ବ୍ୟାଙ୍କିଙ୍ଗ୍‌ରେ ୨୫୬.୦୫ ପଏଣ୍ଟ ବୃଦ୍ଧି ଘଟି ୪୮,୯୮୬.୬୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଫଳରେ ଉଭୟ ଏନ୍‌ଏସ୍‌ଇ ଓ ବିଏସ୍‌ଇରେ କାରବାର ବୃଦ୍ଧି ଯୋଗୁ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇବା ସହ ଷ୍ଟକ ମାକେର୍ଟ ଏକ ଐତିହାସିକ ସଫଳତା ଅତିକ୍ରମ କରିପାରିଥିଲା ବୋଲି ପୁଞ୍ଜି ବଜାରର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପୁଞ୍ଜିବଜାରର ସୂଚନା ଅନୁଯାୟୀ, ୨୦୨୦ ମାର୍ଚ୍ଚରେ ଷ୍ଟକ୍‌ ମାକେର୍ଟ ପ୍ରଥମ ଥର ପାଇଁ ବିଏସ୍‌ଇ ସେନ୍‌ସେକ୍ସ ୭୫,୦୦୦ ଅଙ୍କ ଅତିକ୍ରମ କରିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି ୨୫,୦୦୦ ନିକଟବର୍ତ୍ତୀ ହୋଇଥିଲା। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷର ୨ୟ ସପ୍ତାହର ପ୍ରଥମ (ସୋମବାର) କାରବାରରେ ଘରୋଇ ଶେୟାର ବଜାରର କାରବାର ୪୦୦ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri