ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ

ଖଲ୍ଲିକୋଟ,୧୧।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ୭ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଏକ ଆମ୍ବୁଲାନ୍ସ ମୃତଦେହ ଧରି ଦିଗପହଣ୍ଡିରୁ ପୁରୀ ଆସୁଥିଲା। ହେଲେ ଚଣ୍ଡୀଢ଼ାବା ନିକଟରେ ଆମ୍ବୁଲାନ୍ସ ଏକ ମୋପେଡ ଗାଡ଼ିକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୬ଜଣ ଆହତ ହୋଇଥିବା ବେଳେ ମୋପେଡ ଚାଳକ ମଧ୍ୟ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି।

ଦିଗପହଣ୍ଡିର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମରଶରୀରକୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ସମ୍ପର୍କୀୟମାନେ ପୁରୀ ସ୍ବର୍ଗଦ୍ୱାର ନେଉଥିଲେ। ହେଲେ ଚଣ୍ଡୀଢ଼ାବା ନିକଟରେ ଟମାଟୋ ବୋଝେଇ କରି ବିକ୍ରି ପାଇଁ ଯାଉଥିବା ମୋପେଡ୍‌ ଗାଡିକୁ ଆମ୍ବୁଲାନ୍ସ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ମୃତଦେହ ରାସ୍ତା ଉପରକୁ ଛିଟିକି ପଡିବା ସହ ସେଥିରେ ବସିଥିବା କୁନି ମହାଙ୍କୁଡ, ଝୁନୁ ଗୌଡ଼, ସବିତା କୁମାରୀ ଗୌଡ଼, ଦୁଖୀ ଗୌଡ଼, ସଞ୍ଜୟ ମହାଙ୍କୁଡ, ସୀମାଞ୍ଚଳ ଗୌଡ଼ ପ୍ରମୁଖ ଆହତ ହୋଇଥିଲେ।

ଅନ୍ୟପଟେ ମୋପେଡ୍‌ ଚାଳକ ଡିଆଁଡେଇଁ ଗ୍ରାମର ଦୁତୀୟା ନାହାକ ମଧ୍ୟ ଆହତ ହୋଇଥିଲେ। ତୁରନ୍ତ ହାଇୱେ ପେଟ୍ରୋଲିଂ ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲ ନେଇଥିଲେ । ସେଠାରେ ଆହତ ୭ଜଣଙ୍କ ମଧ୍ୟରୁ ସଞ୍ଜୟ ମହାଙ୍କୁଡ ଏବଂ ମୋପେଟ୍‌ ଚାଳକ ଦୁତୀୟା ନାହାକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଜବତ କରି ଥାନାରେ ରଖିଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri