ଜଙ୍ଗଲ ନିଆଁରେ ଉଜୁଡ଼ିଯାଉଛି ମୂଲ୍ୟବାନ୍‌ ଗଛ

ବେଗୁନିଆ,୧୨।୪(ହରପ୍ରସନ୍ନ ପଣ୍ଡା): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଫଗୁଣ ଆରମ୍ଭରୁ ଦୈନିକ ଏବେ ଗ୍ରାମ୍ୟ ଜଙ୍ଗଲ ହେଉ ଅବା ଘରୋଇ କାଜୁ ବଗିଚାରେ ନିଆଁ ଲାଗିଯିବାରୁ ଏକର ଏକର କାଜୁ ଫସଲ ପୋଡ଼ି ଛାର୍‌ଖାର ହୋଇଯାଇଛି। ନିଆଁ ପ୍ରବାହରେ ବହୁ ମୂଲ୍ୟବାନ୍‌ ବଡ଼ ବଡ଼ ଗଛ ପୋଡ଼ି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି। କେତେଜଣ ଅସାମାଜିକ ବ୍ୟକ୍ତି ଜାଣିଶୁଣି ଏହି ଅଗ୍ନି ସଂଯୋଗ କରୁଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ସଚେତନତା ସୃଷ୍ଟି କରାଯାଉନାହିଁ ବୋଲି ପରିବେଶବିତ୍‌ଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ଅଗ୍ନିକାଣ୍ଡ ଯୋଗୁ ପରିବେଶ ପ୍ରଦୂଷଣ ହେବା ସହ ଅଞ୍ଚଳ ବାସିନ୍ଦା ଅତିଷ୍ଠ ହୋଇପଡୁଛନ୍ତି। ପ୍ରକାଶ ଯେ, ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା କେତେକ ସରକାରୀ, ବେସରକାରୀ ଜଙ୍ଗଲ ଓ କାଜୁ ବଗିଚାରେ ନିଆଁ ଲାଗିବା ଏବେ ଦୈନିକ ଘଟଣାରେ ପରିଣତ ହୋଇଛି। ଗତ ୧ ସପ୍ତାହ ମଧ୍ୟରେ ପଙ୍ଗାରସିଂହ, ଚିରାମାରୁ, ଡାଳତୋଳା, କଣ୍ଟାବାଡ଼ ଆଦି ସଂରକ୍ଷିତ କାଜୁ ବଗିଚାରେ ନିଆଁ ଲାଗିଯିବାରୁ ପ୍ରାୟ ୨ ଶହ ଏକର ପରିମିତ ଜମିରେ ଥିବା ଗଛଗୁଡ଼ିକ ନଷ୍ଟ ହୋଇଯାଇଛି। ଏଥିଯୋଗୁ କାଜୁ ଚାଷୀଙ୍କ ଆମଦାନୀରେ ପ୍ରଭାବ ପଡ଼ିଛି। ସେହିପରି ବନ ବିଭାଗ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯିବାରୁ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, କରଞ୍ଜ ଆଦି ବହୁ ମୂଲ୍ୟବାନ୍‌ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ ମଧ୍ୟ କଷ୍ଟକର ହୋଇପଡୁଛି। ସଚେତନତା ଅଭାବରୁ ପୋଡୁଚାଷ ଲାଗି ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। କେତେକ ଅସାମାଜିକ ବ୍ୟକ୍ତି ଜଙ୍ଗଲରୁ ପ୍ରାଣୀ ଶିକାର ସହ ଗଛ ପୋଡ଼ିଦେଇ ଅଙ୍ଗାର ଅମଳ କରି ଚଢ଼ା ଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପରିବେଶବିତ୍‌ ରାଜ କିଶୋର ପାଣିଗ୍ରାହୀ କୁହନ୍ତି, ଗ୍ରୀଷ୍ମଋତୁରେ ଜଙ୍ଗଲ ପରିସରରେ କେତେକ ଅସାମାଜିକ ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇ ଦେଉଛନ୍ତି। ଏଥିଯୋଗୁ କାଜୁଫସଲ କ୍ଷତି ହେବା ସହ ପରିବେଶ ପ୍ରଦୂଷଣ ହେଉଛି। ସଚେତନତା ଅଭାବରୁ ଏଭଳି କାଣ୍ଡ ଘଟୁଛି ବୋଲି ଆଶଙ୍କା କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ଗଛ ଲଗାଇ ତା’ର ଯତ୍ନ ନେଉଥିବା ଯୁବ ଏଜୁକେଟର ଦେବାଶିଷ ସାହୁ କୁହନ୍ତି, ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସଚେତନ କରାଯାଉନାହିଁ। ଅର୍ଗାନାଇଜେଶନ ଫର୍‌ ଲାଇଫ୍‌ ଆଣ୍ଡ ନେଚର ପକ୍ଷରୁ ମଧ୍ୟ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉନାହିଁ। ଯେତିକି ଜଙ୍ଗଲ ଅଛି ତା’ର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହେବା ଦରକାର। ପ୍ରତିବର୍ଷ ଜଙ୍ଗଲ ଓ ବଗିଚା ପରିସରରୁ ଘାସ ଏବଂ ଅନାବନା ଲତା ସଫେଇ କରାଯିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri