Posted inଜାତୀୟ

ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍‌ କମ୍ପାନୀ ଛାଡିଦେଇଥିଲେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ଗ୍ରାଉଣ୍ଡ ଲେଭଲରୁ ଦଳୀୟ କର୍ମୀଙ୍କ ଠାରୁ କୁଜି ନେତା ଯାଏଁ ପ୍ରଚାର ଆରମ୍ଭ କଲେଣି। ଏହିକ୍ରମରେ ଦଳୀୟ ଶୀର୍ଷ ନେତଅତ୍ୱମାନେ ମଧ୍ୟ ଜୋରସୋରରେ ପ୍ରଚାର ପାଇଁ ଲାଗି ପଡିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ ଆଦି ଦଳର ହେଭିଓ୍ବେଟ ନେତା ରାଜ୍ୟକୁ ରାଜ୍ୟ ବୁଲି ପ୍ରଚାର ପ୍ରସାର କରୁଛନ୍ତି। ପ୍ରଚାରପ୍ରସାର ମଧ୍ୟରେ ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସ ପରସ୍ପରକୁ ଆରୋପ-ପ୍ରତ୍ୟାରୋପ ମଧ୍ୟ କରୁଛନ୍ତି। ନିକଟରେ ମଣ୍ଡିରୁ ଭାଜପା ଟିକେଟ୍‌ ପାଇଥିବା କଙ୍ଗନା ରଣାଓ୍ବତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ରାହୁଲ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ, ଆଉ ସେହି ଯୁବତୀଜଣ ଯେତେବେଳେ ଅନ୍ୟତ୍ର ବିବାହ କରିନେଲେ ସେତେବେଳେ ରାହୁଲ ବାଧ୍ୟ ହୋଇ ରାଜନୀତିରେ ଏଣ୍ଟ୍ରି କଲେ। କଙ୍ଗନା ଆହୁରି ମଧ୍ୟ କହିଥିଲେ କି, ରାହୁଲଙ୍କ ମାଆ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଚାପରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଦଳରେ ଯୋଗ ଦେଇଥିଲେ। ତେବେ ଆପଣ ଜାଣିଛନ୍ତି କି, ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍‌ କମ୍ପାନୀ ଛାଡି ଦେଇଥିଲେ? ତେବେ ଆସନ୍ତୁ ଜାଣିବା ସେ କାହିଁକି ରାଜନୀତିକୁ ଏଣ୍ଟ୍ରି କରିଥିଲେ।

୨୦୦୨ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶରେ ପାଠପଢା ଓ ଚାକିରି କରିବା ପରେ ଭାରତ ଫେରିଥିଲେ। ସେତେବେଳେ ସମସ୍ତେ ଭାବୁଥିଲେ, ରାହୁଲ ଖୁବ୍‌ଶୀଘ୍ର ରାଜନୀତିରେ ଏଣ୍ଟ୍ରି କରିବେ। ସେତେବେଳେ ତାଙ୍କ ମା ସୋନିଆ ଗାନ୍ଧୀ ମଧ୍ୟ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିଲେ। ଏଥିସହ ଦଳ କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିଲା। ହେଲେ ରାହୁଲ ଭାରତ ଆସିବା ପରେ ରାଜନୀତିରେ ଯୋଗ ଦେଇ ନ ଥିଲେ। ନିଜ ଦେଶକୁ ଫେରି ସେ ନିଜ ସାଙ୍ଗମାନଙ୍କ ସହ ଏକ ଷ୍ଟାର୍ଟଅପ କମ୍ପାନୀ ଖୋଲିଥିଲେ। ଯାହାର ନାମ ଥିଲା ବ୍ୟାକପ ସର୍ଭିସେସ ଲିମିଟେଡ। ସେ ଏହି କମ୍ପାନୀ ଦ୍ୱାରା ବ୍ୟବସାୟ କିମ୍ବା ଆନୁଷଙ୍ଗିକ ପ୍ରସଙ୍ଗରେ ସେ ପରାମର୍ଶ ଦେବା କାମ କରୁଥିଲେ। ତେବେ ଏହାର ଦେଢବର୍ଷ ପରେ ରାହୁଲ ରାଜନୀତିରେ ପାଦ ଥାପିଥିଲେ। ସେ ତାଙ୍କର ପ୍ରଥମ ଲୋକ ସଭା ନିର୍ବାଚନ ୨୦୦୪ରେ ଆମେଠିରୁ ଲଢିଥିଲେ।

୨୦୦୪ ମାର୍ଚ୍ଚ ୨୧ରେ ଅମ୍ବିକା ସୋନି କଂଗ୍ରେସ ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ପ୍ରାର୍ଥୀ ଘୋଷଣା କରିଥିଲେ। ସେହି ତାଲିକାରେ ରାହୁଲ ଗାନ୍ଧୀ ଆମେଠିରୁ ଓ ସୋନିଆ ଗାନ୍ଧୀ ରାଏବରେଲିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା। ତେବେ ଏହା ସହ ଗାନ୍ଧୀ-ନେହେରୁ ପରିବାରର ପଞ୍ଚମ ପିଢି ରାହୁଲ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ଯଦି ଆପଣ ସେହି ସମୟର ଖବରକାଗଜର ପୃଷ୍ଠାଗୁଡ଼ିକୁ ଦେଖନ୍ତି କିମ୍ବା କୌଣସି ବ୍ଲଗ ପଢନ୍ତି, ତେବେ ଆପଣ ଜାଣି ପାରିବେ ଯେ, ରାହୁଲଙ୍କ ବିଷୟରେ ସେତେବେଳେ କି ପ୍ରକାର ବାତାବରଣ ଥିଲା । ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ପ୍ରିୟଙ୍କା, ରାହୁଲ ଗାନ୍ଧୀଙ୍କୁ ସାମ୍ବାଦିକ ତଥା ସ୍ଥାନୀୟ ଲୋକଙ୍କ ସହ ପରିଚିତ କରାଉଥିଲେ, ସେତେବେଳେ ରାହୁଲ ଲାଜଗୁଳିଆ ଛୋଟପିଲା ପରି ସମସ୍ତଙ୍କୁ ଭେଟୁଥିଲେ।

ରାହୁଲଙ୍କୁ ସେତେବେଳେ ୩୪-୩୫ ବର୍ଷ ହୋଇଥିଲା, ହେଲେ ସେ ଛୋଟପିଲା ପରି ଦେଖାଯାଉଥିଲେ। ଏକ ଧଳା କୁର୍ତ୍ତା ପାଇଜାମା, ବଡ଼ ବଡ଼ ଚଷମା ପିନ୍ଧି ସେ ମଇଦାନକୁ ଓହ୍ଲାଇଥିଲେ। ସେ ସମୟରେ ସେ ଏକ ଭାଷଣ ଦେଇଥିଲେ। ଯେଉଁଥିରେ ସେ କହିଥିଲେ, ମୁଁ ନିର୍ବାଚନ ନୁହେଁ, ହୃଦୟ ଜିତିବାକୁ ଆସିଛି। ଯେତେବେଳେ ବି ମୁଁ ଲୋକମାନଙ୍କୁ ଭେଟୁଛି, ମୋର ବାପାଙ୍କ କଥା ମନେ ପଡୁଛି। କାରଣ ମୁଁ ମୋ ବାପାଙ୍କ ସହିତ ଏଠାକୁ ଆସୁଥିଲି ।

ସେହିବର୍ଶ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିଥିଲେ। ପ୍ରଥମେ ସେ ଆମେଠିର ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଥିଲେ। ଜଣେ ବିଦେଶ ଫେରନ୍ତା ଯୁବକ ଭାରତରେ ଆସି ନିର୍ବାଚନ ଲଢୁଛି ଶୁଣି ଛକଛକରେ ଭିଡ଼ ଜମି ଯାଉଥିଲା। ବିଶେଷ କରି ଯେତେବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଅ, ଯିଏକି ଏମପି ଭାବେ ପ୍ରଥମ ଥର ନିର୍ବାଚନ ଲଢୁଥିଲେ। ସେତେବେଳେ ରାହୁଲଙ୍କୁ ଶୁଣିବା ପାଇଁ ପ୍ରତ୍ୟେକ ଛକରେ ଭିଡ ଜମୁଥିଲା। ତେବେ ସେହି ନିର୍ବାଚନରେ ରାହୁଲ ୬୫ ପ୍ରତିଶତ ଭୋଟ ଜିତି ପ୍ରଥମ ଥର ପାଇଁ ଏମପି ହୋଇଥିଲେ। ୨୦୦୪ରୁ ଆରମ୍ଭ ହୋଇଥିବା ଆମେଠିରୁ ସାଂସଦ ଭାବରେ ଯାତ୍ରା ୨୦୧୯ ପର୍ଯ୍ୟନ୍ତ ଜାରି ରହିଲା। ୨୦୧୯ରେ ସ୍ମୃତି ଇରାନୀ ରାହୁଲଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri