ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪ ନିର୍ବାଚନ ପରିସ୍ଥିତି ବଦଳାଇଦେଇଛି। ଭାଜପା ହାତ ଛାଡ଼ି ଶଙ୍ଖ ଫୁଙ୍କିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ବାଲେଶ୍ୱର ଲୋକ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ସେ ଦୀର୍ଘ ବର୍ଷ ଧରି ଭାଜପାରେ କାର୍ଯ୍ୟ କରିଥିଲେ ହେଁ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଏଣୁ ନିକଟରେ ସେ ବିଜେଡିରେ ସାମିଲ ହୋଇଥିଲେ। ଏବେ ସେ ଆଗାମୀ ନିର୍ବାଚନରେ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ମୁକାବିଲା କରିବେ।

ଲେଖାଶ୍ରୀଙ୍କ ବିଷୟରେ କହିଲେ ସେ ବାଲେଶ୍ବର ଜିଲା ନୀଳଗିରି ମାଟିର ବୋହୂ। ସ୍ବାମୀ ବିଜୟ ମହାନ୍ତି ସର୍ବଭାରତୀୟ ସେବା (ଆଲାଏଡ୍‌)ର ଜଣେ ବରିଷ୍ଠ ଅଧିକାରୀ। ଲେଖାଶ୍ରୀ ପ୍ରାଣୀବିଜ୍ଞାନ ସ୍ନାତକୋତ୍ତର ପରୀକ୍ଷାରେ ସ୍ବର୍ଣ୍ଣପଦକ ହାସଲ କରିବା ସହ ପରିବେଶ ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି। ରେଭେନ୍ସା ସମେତ ବିଭିନ୍ନ ମହାବିଦ୍ୟାଳୟରେ ସେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପିକା ମଧ୍ୟ ଥିଲେ। ତେବେ ୨୦୧୪ରେ ସେ ବିଜେଡିରୁ ନୀଳଗିରି ଆସନ ପାଇଁ ଚେଷ୍ଟା କରି ନିରାଶ ହେବାପରେ ଭାଜପାରେ ସାମିଲ ହୋଇଥିଲେ।

୨୦୧୯ରେ ଭାଜପାରୁ ବାଲେଶ୍ବର ଲୋକ ସଭା ଆସନ ପାଇଁ ମଧ୍ୟ ଆଶାୟୀ ଥିଲେ। ହେଲେ ତାଙ୍କୁ ଦଳ ଉପସଭାପତି, ମୁଖପାତ୍ର ସମେତ ରାଷ୍ଟ୍ରାୟତ୍ତ କମ୍ପାନୀ ‘ବିଏଚ୍‌ଇଏଲ୍‌’ର ସ୍ବାଧୀନ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ଦେଇଥିଲା। ମାତ୍ର ଆଗାମୀ ନିର୍ବାଚନରେ ସେ ଲଢ଼ିବେ ବୋଲି ଆଶାବାଦୀ ଥିଲେ। ଭାଜପାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଥିଲେ ବି ନିଜ ନାଁ ନ ଥିବା ଦେଖି ଲେଖାଶ୍ରୀ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଶେଷରେ ଦଳ ତାଙ୍କୁ ଗରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ଚଳିତ ମାସ ୮ ତାରିଖରେ ସେ ଭାଜପାରୁ ଇସ୍ତଫା ଦେବା ସହ ବିଜେଡିରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇଥିଲେ। ଏବେ ସେ ପ୍ରତାପଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ଯାଉଥିବାରୁ ଚର୍ଚ୍ଚା ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri