‘ସମୀର ଦାଶଙ୍କୁ ଟିକେଟ ଦିଅ, ନହେଲେ ଦଳ ଛାଡ଼ିବୁ’

ଗୋପ,୧୨ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର ଚେତାବନୀ ଦେଇଛନ୍ତି। ଏକ ପ୍ରତିନିଧି ଦଳ ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଶନିବାର ନବୀନ ନିବାସକୁ ଯିବ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଗୋପ ବ୍ଲକର ୧୪ଟି ପଞ୍ଚାୟତର ଜିଲାପରିଷଦ, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ପଞ୍ଚାୟତ ସଭାପତି, ଯୁବ ଛାତ୍ରଙ୍କ ସହିତ ଅନ୍ୟ ନେତୃତ୍ୱମାନଙ୍କୁ ନେଇ ଗୋପ ବ୍ଲକ ବିଜେଡି କାର୍ଯ୍ୟାଳୟଠାରେ ଏକ ବୈଠକ କରାଯାଇଥିଲା। ଏହି ୧୪ଟି ପଞ୍ଚାୟତର ନିର୍ବାଚନ ଦାୟିତ୍ୱରେ ଥିବା ତଥା ନିମାପଡ଼ା ନଗର ସଭାପତି ଜୀବନାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ବସିଥିଲା। ଏଥିରେ ଶତାଧିକ ବିଜେଡି ନେତୃତ୍ୱ ଯୋଗଦେଇଥିଲେ। ବୈଠକ ଆରମ୍ଭରୁ ସମୀରଙ୍କୁ କାହିଁକି ଟିକେଟ ମିଳିବନି ବୋଲି ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ସମସ୍ତ ନେତୃତ୍ୱଙ୍କ ମତାମତ ସଂଗ୍ରହ ପରେ ଚଳିତ ସାଧାରଣ ନିର୍ବାଚନରେ ଯଦି ସମୀରଙ୍କୁ ଦଳୀୟ ଟିକେଟ ନ ମିଳିଲେ ଆମେ ଓ ଆମ କର୍ମୀମାନେ ଦଳ ପରିବର୍ତ୍ତନ କରିବୁ ବୋଲି ରୋକ୍‌ଠୋକ୍‌ କହିଥିଲେ। ସେହି ଅନୁଯାୟୀ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇଥିଲା। ୨ଘଣ୍ଟା ଧରି ଏହି ବୈଠକ ଚାଲିଥିବା ବେଳେ ୫ ଜଣିଆ ଟିମ୍‌ ଗଠନ କରାଯିବା ସହ ଏହି କମିଟି ନବୀନ ନିବାସ ଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri