Posted inଫୁରସତ

ଭାରତ ଇତିହାସର ଏକ କଳାଦିନ

ପ୍ରତ୍ୟେକ ଦିନ କିଛି ନା କିଛି ଇତିହାସ ସହିତ ଜଡିତ, ଯାହା ଅନ୍ୟକୁ ଶିକ୍ଷା ଦିଏ। ସେହିଭଳି ଆଜିର ଦିନ ଅର୍ଥାତ୍‌ ୧୩ ଏପ୍ରିଲ ଭାରତ ଇତିହାସରେ ଏକ କଳା ଦିନ। ଏହି ଦିନ ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟ ଜାଲିଆନୱାଲାବାଗରେ ରକ୍ତର ହୋଲି ଖେଳାଯାଇଥିଲା। ଆଜି ମଧ୍ୟ ଜାଲିଆନୱାଲାବାଗ କଥା ମନେ ପଡ଼ିଗଲେ ଲୋକଙ୍କ ଆତ୍ମା ଥରିଉଠେ। ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ୧୩ ଏପ୍ରିଲ ୧୯୧୯ରେ ଘଟିଥିଲା।
ହତ୍ୟାକାଣ୍ଡକୁ ଇତିମଧ୍ୟରେ ୧୦୫ ବର୍ଷ ବିତିଗଲାଣି, କିନ୍ତୁ ଏହାର କ୍ଷତ ଏବେ ବି ଲୋକଙ୍କ ହୃଦୟରେ ସତେଜ ହୋଇ ରହିଛି। ଏହି ହତ୍ୟାକାଣ୍ଡ ବିରୋଧରେ ଭାରତୀୟ ଜାତୀୟ କଂଗ୍ରେସ ଧର୍ମଘଟ ଘୋଷଣା କରିଥିଲା। ଏହା ବ୍ୟତୀତ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଘଟଣା ଯୋଗୁ ସାଇମନ କମିଶନ ମଧ୍ୟ ଗଠନ କରାଯାଇଥିଲା।
ଏପ୍ରିଲ ୧୯୧୯ରେ ଜାଲିଆନାୱାଲା ବାଗରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ଦୁଇ ଜାତୀୟତାବାଦୀ ନେତା ସତ୍ୟ ପାଲ ଏବଂ ଡା. ସୈଫୁଦ୍ଦିନ କିଚଲୁଙ୍କ ଗିରଫଦାରୀକୁ ବିରୋଧ କରିଥିଲେ। ଏହି ସମୟରେ ହଠାତ୍‌ ବ୍ରିଟିଶ ସାମରିକ ଅଧିକାରୀ ଜେନେରାଲ ଡାୟର୍‌ ତାଙ୍କ ସୈନିକଙ୍କ ସହିତ ପାର୍କ ଭିତରକୁ ଆସିଥିଲେ। ଲୋକଙ୍କୁ ଚେତାବନୀ ନ ଦେଇ ସେ ତାଙ୍କ ସୈନିକମାନଙ୍କୁ ଦଶ ମିନିଟ ପାଇଁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। କୁହାଯାଏ ଯେ, ଦଶ ମିନିଟ ମଧ୍ୟରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଆଜି ମଧ୍ୟ ଜାଲିଆନାୱାଲା ବାଗ କାନ୍ଥରେ ଏହି ହତ୍ୟାକାଣ୍ଡର ଚିହ୍ନ ଦେଖିବାକୁ ମିଳେ। ବ୍ରିଟିଶ ସରକାରୀ ରେକର୍ଡ ଅନୁଯାୟୀ, ପୁରୁଷ, ମହିଳା ଏବଂ ଶିଶୁଙ୍କ ସମେତ ୩୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୦୦ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri