କଳାକାରଙ୍କୁ ଭାଗ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୧୪।୪(ସୁନିତ୍‌ ମିଶ୍ର)ରାଜ୍ୟର କେତେଜଣ କଳାକାରଙ୍କୁ ଶୁକ୍ରବାର ନବୀନ ନିବାସରୁ ଡକରା ଆସିବା ପରେ ବହୁ ଜଣଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ବହୁ ଓଡ଼ିଆ ସିନେ ତାରକା ନବୀନ ନିବାସ ଯାଇ ସେଠାରେ ରାଜ୍ୟରେ କିପରି ଭଲ ଚଳଚ୍ଚିତ୍ର ଆଦି ହେବ ସେ ବିଷୟରେ ଆଲୋଚନା ହୋଇଥିବା କଥା ଆସି ବାହାରେ ଗଣମାଧ୍ୟମକୁ କହିଥିଲେ। ହେଲେ ସେହି ବିଷୟକୁ ନେଇ ଭାଜପା ବର୍ଷିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି , ୨୪ ବର୍ଷର ବିଜେଡି ଶାସନରେ କଳାଜଗତ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ରାଜ୍ୟର ଅଗଣିତ କଳାକାର ଭଉଣୀଭାଇ ସର୍ବାଧିକ ଅବହେଳିତ ହୋଇଛନ୍ତି। ଆତ୍ମପ୍ରଚାର ପାଇଁ ବିଜେଡି ଏବେ କଳାକାର ଜଗତକୁ ବ୍ୟବହାର କରୁଛି। କିନ୍ତୁ କଳାଜଗତ ସହ ଜଡ଼ିତ କଳାକାର ଭଉଣୀଭାଇଙ୍କ ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି ା
ବିଜେଡି ‘ୟୁଜ୍‌ ଆଣ୍ଡ ଥ୍ରୋ’ କରିବାରେ ସିଦ୍ଧହସ୍ତ। ଶୁକ୍ରବାର ହଠାତ୍‌ ମୁଖ୍ୟମନ୍ତ୍ରୀ ସିନେ କଳାକାରଙ୍କୁ ଭେଟି ଆଲୋଚନା କରିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ଛଳନାତ୍ମକ ଥିଲା। ଓଡ଼ିଶାରେ କେବଳ ଜଣେ ତାରକା ଏବଂ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ବିଜେଡି ବାରମ୍ବାର କହିଆସିଛି ା ତା’ହେଲେ ବର୍ତ୍ତମାନ ଦଳ ରିଅଲ ତାରକାଙ୍କ ଆବଶ୍ୟକ କାହିଁକି କରୁଛି। ବିଜେଡି ଏବେ ସେଲିବ୍ରିଟି ଶୂନ୍ୟ। ଦଳୀୟ ଆଧାରରେ କଳାକାରଙ୍କୁ ଭାଗ ଭାଗ ପାଇଁ ବିଜେଡି ଚେଷ୍ଟା କରୁଛି ବୋଲି ପିଙ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri