Posted inଜାତୀୟ

ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର

ନୂଆଦିଲ୍ଲୀ,୧୪।୪: ବିମାନ ଏବଂ ସିନେମା ହଲ ଭଳି ବର୍ତ୍ତମାନ ଯାତ୍ରୀମାନଙ୍କୁ ଟ୍ରେନରେ ନିଜ ମନ ପସନ୍ଦର ସିଟ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଲଓ୍ବେ ପ୍ରସ୍ତୁତ ହେଉଛି। ଏଥିପାଇଁ ନୂତନ ସଫ୍ଟୱେୟାର୍‌ ପ୍ରାୟ ପ୍ରସ୍ତୁତ।

ଭାରତୀୟ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ର ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥା ଲାଗୁ ହେବା ପରେ ଖାଲି ବର୍ଥର ତାଲିକା ଘରେ ବସିଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ନୂତନ ସିଷ୍ଟମରେ ଉପର-ତଳ କିମ୍ବା ୱିଣ୍ଡୋ ସିଟ ବାଛିବା ପାଇଁ ଯାତ୍ରୀମାନଙ୍କର ମଧ୍ୟ ଅଧିକାର ରହିବ। ଏହି ସିଷ୍ଟମ ଅଧୀନରେ ଯାତ୍ରୀମାନେ ମଧ୍ୟ ଜାଣିବେ ଯାତ୍ରା ଦିନ ଟ୍ରେନରେ କେତେ ସିଟ ଖାଲି ଅଛି ଏବଂ ସେମାନଙ୍କର ଅବସ୍ଥାନ କ’ଣ।
ରାୟପୁର ରେଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଟ୍ରେନର ନାମ ଏବଂ ନୂତନ ଆପ ମାଧ୍ୟମରେ ଯାତ୍ରା ତାରିଖ ଅନୁସନ୍ଧାନ କରିବା ମାତ୍ରେ ଯାତ୍ରୀମାନଙ୍କ ମୋବାଇଲ ସ୍କ୍ରିନରେ ଏସିରୁ ସ୍ଲିପର କୋଚ ପର୍ଯ୍ୟନ୍ତ କୋଚର ଫଟୋ ଉପଲବ୍ଧ ହେବ। ଫଟୋକୁ ଦେଖି ଯାତ୍ରୀମାନେ ନିଜ ପସନ୍ଦର ସିଟ ସହଜରେ ବୁକ କରିପାରିବେ। ଆଗରୁ ସଂରକ୍ଷିତ ବର୍ଥ କିମ୍ବା ସିଟ ଚିହ୍ନିତ ହେବ। ଖାଲି ବର୍ଥ କିମ୍ବା ସିଟ ଉପରେ କୌଣସି ଚିହ୍ନ ରହିବ ନାହ। ଏକ ସିଷ୍ଟମ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି ଯାହା ନିଜ ପସନ୍ଦର ସିଟ ଚୟନ କରିବାର ବିକଳ୍ପ ଦେବ, କିନ୍ତୁ ରେଳ ଅଧିକାରୀମାନେ ଟିକେଟ ମୂଲ୍ୟକୁ ନେଇ କିଛଇ ସ୍ପଷ୍ଟ କରି ନାହାଁନ୍ତି। ରେଲଓ୍ବେର ସୂତ୍ର ଅନୁଯାୟୀ ଯାତ୍ରୀମାନଙ୍କୁ ନିଜ ପସନ୍ଦର ସିଟ ପାଇବା ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri