ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ବିଜେଡି ପକ୍ଷରୁ ନୂଆ ମୁହଁ ଭାବେ ଯୁବ ସମାଜସେବୀ ଡା. ଅବିନାଶ ସାମଲ ଓ କଂଗ୍ରେସ ପକ୍ଷରୁ ନୂଆ ମୁହଁ ଭାବେ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଭାଜପା ପୁରୁଣା ମୁହଁ ତଥା ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ଉପରେ ପୁଣି ଭରସା କରିଛି। ୩ ପ୍ରମୁଖ ଦଳ ପକ୍ଷରୁ ଏମ୍‌ପି ପ୍ରାର୍ଥୀ ଘୋଷଣା ଶେଷ ହୋଇଥିବାରୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ରାଜନୈତିକ ବାତାବରଣରେ ଉଷ୍ମତା ପ୍ରକାଶ ପାଇଛି।

ରାଜନୀତି କ୍ଷେତ୍ରକୁ ନୂଆ କରି ଓହ୍ଲାଇବା ସହ ବିଜେଡି ଲୋକ ସଭା ପ୍ରାର୍ଥୀ ହୋଇଥିବା ଡା. ଅବିନାଶ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଲୋକମାନଙ୍କ ସେବା ଓ ବିକାଶକୁ ନିର୍ବାଚନୀ ପ୍ରସଙ୍ଗରେ ଗୁରୁତ୍ୱ ଦେଉଛନ୍ତି। ଦାଦା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଢେଙ୍କାନାଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ ଏହା ଏମ୍‌ପି ପ୍ରାର୍ଥୀ ଅବିନାଶଙ୍କ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି କରିଛି।

ସେହିପରି ଲୋକ ସଭା ନିର୍ବାଚନରେ ନୂଆ ହୋଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସସ୍ମିତା ଦୀର୍ଘ ବର୍ଷ ଧରି ଦଳୀୟ ରାଜନୀତିରେ ରହି ଆସିଛନ୍ତି। ସେ ୨୦୦୨ରେ ତାଳଚେର ବ୍ଲକ ଅଧ୍ୟକ୍ଷା, ୨୦୦୭ରେ ଅନୁଗୋଳ ଜିଲା ପରିଷଦ ସଭାପତି ଦାୟିତ୍ୱ ତୁଲାଇଥିଲେ। ୨୦୧୪ରେ ତାଳଚେର ଓ ୨୦୧୯ରେ ଛେଣ୍ଡିପଦା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ତେଣୁ ଏକାଧିକ ଥର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ତାଙ୍କ ନିକଟରେ ଥିବାବେଳେ ଅବହେଳିତ ୫୫ନଂ. ଜାତୀୟ ରାଜପଥ ଓ ପାନୀୟଜଳ ସଙ୍କଟ ଆଦିକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ସୂଚନା ଦେଇଛନ୍ତି। ଭାଜପା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ରାଜନୀତି କ୍ଷେତ୍ରରେ ବେଶ୍‌ ଅଭିଜ୍ଞ।

୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ ରାଜ୍ୟ ସଭା ସଦସ୍ୟ ଥିଲେ। ୧୯୯୧, ୧୯୯୬, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଦଳୀୟ ଟିକେଟ୍‌ରେ ସେ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏଥର ମଧ୍ୟ ଭାଜପା ତାଙ୍କୁ ପ୍ରାର୍ଥୀ କରିଛି। ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଦେଇଥିବା ରୁଦ୍ର ନାରାୟଣ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ଦେଖାଯାଉଛି। ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଢେଙ୍କାନାଳ ଲୋକ ସଭା ଆସନକୁ ବିଜେଡି ନିଜ ଅକ୍ତିଆରରେ ରଖି ଆସିଥିବା ବେଳେ ଏଥର ମଧ୍ୟ ଏହାକୁ କବ୍‌ଜା କରିବାକୁ ଯୋଜନା କରିଛି। ହେଲେ ଚଳିତ ନିର୍ବାଚନରେ ଭାଜପା ଏହାକୁ ଛଡ଼ାଇ ନେବା ସହ ଢେଙ୍କାନାଳରେ ଖାତା ଖୋଲିବା ଲକ୍ଷ୍ୟରେ ରହିଛି।

ତେବେ କଂଗ୍ରେସ ପାଇଁ ଏହି ନିର୍ବାଚନ ଅଧିକ ଗୁରୁତ୍ୱ ବହନ କରୁଛି। କାରଣ ଏକଦା କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂହଦେଓ ଏଠାରୁ ୬ଥର ବିଜୟୀ ହୋଇ କେନ୍ଦ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ସେହିପରି ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ସସ୍ମିତାଙ୍କ ପିତା ଭଜମନ ବେହେରା ମଧ୍ୟ ୧୯୮୯ ମସିହାରେ ଜନତା ଦଳରୁ ଏହି ଆସନରୁ ପ୍ରାର୍ଥୀହୋଇ ବିଜୟୀ ହେବା ସହ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ। ତେଣୁ ଢେଙ୍କାନାଳ ଲୋକ ସଭା ଆସନ ୩ ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri