ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବରୁ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ରବିବାର ତାଙ୍କୁ ପରିରର୍ତ୍ତନ କରି ଦଳ ଉପେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଛି। ଏହା ପରେ ଏଠିକାର କଂଗ୍ରେସ ରାଜନୀତି ପୂର୍ବେ ଅପେକ୍ଷା ବର୍ତ୍ତମାନ ଅଧିକ ଚଳଚଞ୍ଚଳ ହୋଇଉଠିଛି। ଏହି ଆସନରେ ଗତ ନିର୍ବାଚନଗୁଡିକ ଭଳି ଚଳିତ ଥର ମଧ୍ୟ ତ୍ରିମୁଖୀ ପ୍ରତିଦନ୍ଦିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ବିଜେଡି ପକ୍ଷରୁ ବର୍ତ୍ତମାନ ବିଧାୟକ ଚକ୍ରମଣି କହଁର ଦ୍ୱିତୀୟ ଥର ପାଇଁ ଦଳୀୟ ଟିକେଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ଦଳରୁ ଉପେନ୍ଦ୍ର ପ୍ରଧାନ ଓ ଭାଜପାରୁ କଳ୍ପନା କହଁର ଟିକେଟ୍‌ ପାଇବା ପରେ ବିଭିନ୍ନ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ସିମନ ମଳିକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଛି । ୨୦୧୪ରେ ରାଜୀବ ପାତ୍ର ବିଜେଡି ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ରେ ଚକ୍ରମଣି ବିଜେଡି ଟିକେଟ୍‌ ପାଇ ବିଜୟୀ ହୋଇଥିଲେ । ଉଲ୍ଲେଖନୀୟ ଘଟଣା କ୍ରମରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ଟି ନିର୍ବାଚନରେ ବାଲିଗୁଡ଼ାରେ କଂଗ୍ରେସ ପ୍ରାର୍ଥୀ ଦ୍ୱିିତୀୟ ସ୍ଥାନରେ ରହିଆସୁଛନ୍ତି । ଇତି ମଧ୍ୟରେ ପୁଣିଥରେ ଏଠାରୁ ବିଧାୟକ ଚକ୍ରମଣିଙ୍କୁ ଟିକେଟ୍‌ ମିଳିଥିବାରୁ ବିଜେଡି ତାହାର ସମସ୍ତ ଆଶାୟୀ, କର୍ମକର୍ତ୍ତା, ପଞ୍ଚାୟତ ସ୍ତରୀୟ କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଦଳ ପୁଣିଥରେ ଏଠାରେ ନିଜର ପ୍ରଭାବ ପ୍ରଦର୍ଶନ କରିବାକୁ ଯୋଜନା କରୁଥିବାବେଳେ ଭାଜପା ଓ କଂଗ୍ରେସ ଏହାର ମୁକାବିଲା ନିମନ୍ତେ ସେମାନଙ୍କର ସବୁଠାରୁ ଅଲଗା ନୂତନ ରଣକୌଶଳ ଆରମ୍ଭ କରି ଦେଇଛନ୍ତି। ଯେଉଁଥିପାଇଁ କଂଗ୍ରେସ ତାହାର ପ୍ରାର୍ଥୀ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି। ଭାଜପା ଚଳିତ ଥର ମହିଳା କାର୍ଡ ଖେଳି ଜଣେ ଉଚ୍ଚ ଶିକ୍ଷିତା ସ୍ଥାନୀୟ ଆଦିବାସୀ ମହିଳା କଳ୍ପନା କହଁରଙ୍କୁ ପ୍ରାର୍ଥୀ କରିଛି । କଳ୍ପନା ଟିକେଟ୍‌ ପାଇବା ପରେ ଭାଜପା କର୍ମୀ ଘରକୁ ଘର ଯାଇ ଦଳ ତଥା ସଂଗଠନକୁ ମଜବୁତ୍‌ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କୁଇ ସମାଜ ତରଫରୁ ବାଲିଗୁଡା ଆସନର ଭାଜପା ପ୍ରାର୍ଥୀ ଅଣ ଆଦିବାସୀ ବୋଲି କୁହାଯିବା ସହ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଏହିସବୁ କାରଣରୁ ବାଲିଗୁଡ଼ା ବିଧାନସଭା ଆସନକୁ ନେଇ ନିର୍ବାଚନୀ ରାଜନୀତି ସରଗରମ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri