ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ମାଧ୍ୟମରେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ୟୁଏଇକୁ ଅତିରିକ୍ତ ୧୦,୦୦୦ ମେଟ୍ରିକ ଟନ୍‌ (ଏମ୍‌ଟି) ପିଆଜ ରପ୍ତାନି କରିବାକୁ ଅନୁମତି ଦିଆଯାଇଛି। ପୂର୍ବରୁ ୨୪,୦୦୦ ଟନ୍‌ରୁ ଅଧିକ ରପ୍ତାନିକୁ ଅନୁମତି ରହିଥିଲା। ଏହା ସହ ଶ୍ରୀଲଙ୍କାକୁ ଜାତୀୟ କୋଅପରେଟିଭ ରପ୍ତାନି ଲିମିଟେଡ୍‌ (ଏନ୍‌ସିଏଲ୍‌) ମାଧ୍ୟମରେ ୧୦,୦୦୦ ଟନ୍‌ ସୁବିଧା ଯୋଗାଇ ଦିଆଯାଇଛି। ମାର୍ଚ୍ଚରେ ବାଂଲାଦେଶକୁ ୫୦,୦୦୦ ଟନ୍‌ ପିଆଜ ରପ୍ତାନି କରିବାକୁ କେନ୍ଦ୍ର ଅନୁମତି ଦେଇଥିଲା। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି।

ସୂଚନା ଥାଉକି, ୨୦୨୩ ଡିସେମ୍ବର ଆରମ୍ଭରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଭାରତ ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲା। ତେବେ ଦେଶଗୁଡ଼ିକର ଅନୁରୋଧ ଆଧାରରେ କେନ୍ଦ୍ର ସରକାର ଅନ୍ୟ ଦେଶକୁ ଦିଆଯାଇଥିବା ଅନୁମୋଦନ ଅନୁଯାୟୀ ପିଆଜ ରପ୍ତାନି ଅନୁମତି ଦିଆଯିବ ବୋଲି ଡିଜିଏଫ୍‌ଟି ବିଜ୍ଞପ୍ତିରେ କୁହାଯାଇଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ରୋକିବା ଏବଂ ଯୋଗାଣରେ ଉନ୍ନତି ଆଣିବା ପାଇଁ ସରକାର ୨୦୨୩ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ପରେ କେନ୍ଦ୍ର ସରକାର ଟନ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍‌ଇପି) ୮୦୦ ଡଲାର ଧାର୍ଯ୍ୟ କରିଥିଲେ। ତେବେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ସର୍ତ୍ତ ସହ ବାଂଲାଦେଶକୁ ରପ୍ତାନି ଶୁଳ୍କ ଛାଡ଼ କରିଛନ୍ତି। ୨୦୨୩-୨୪ରେ ବଫର ଷ୍ଟକ୍‌ ଭାବରେ ୩ ଲକ୍ଷ ଟନ ପିଆଜ ରଖିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ୨୦୨୨-୨୩ରେ ସରକାର ୨.୫୧ ଲକ୍ଷ ଟନ ପିଆଜକୁ ବଫର ଷ୍ଟକ୍‌ ଭାବରେ ରଖିଛନ୍ତି। କୌଣସି ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା କରିବା ଏବଂ ମୂଲ୍ୟ ଯୋଗାଣ ପାଇଁ ବଫର ଷ୍ଟକ୍‌ ରକ୍ଷଣାବେକ୍ଷଣ କରାଯାଏ , ଯଦି ସ୍ବଳ୍ପ ଯୋଗାଣ ଋତୁରେ ହାର ଯଥେଷ୍ଟ ବୃଦ୍ଧି ପାଇଥାଏ। ଏପ୍ରିଲ – ଜୁନ୍‌ ମଧ୍ୟରେ ଅମଳ ହୋଇଥିବା ରବି ପିଆଜ ଭାରତର ପିଆଜ ଉତ୍ପାଦନର ୬୫ ପ୍ରତିଶତ ହୋଇଥିବାବେଳେ ଏବଂ ଅକ୍ଟୋବର-ନଭେମ୍ବରରେ ଖରିଫ ଫସଲ ଅମଳ ନ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କ ଚାହିଦା ପୂରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri