ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି। ହାତ ଗଡ଼ରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ? ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ନେତା। ଗଞ୍ଜାମ ଜିଲାର ଚର୍ଚ୍ଚିତ ବିଧାନସଭା ମଣ୍ଡଳୀ ହେଉଛି ସାନଖେମୁଣ୍ଡି। ଏହି ଆସନ କେତେବେଳେ ଶାସକ ଦଳ ବିଜେଡି କବଜାରେ ଥାଏ ତ କେତେବେଳେ କଂଗ୍ରେସ ହାତରେ। ତେବେ ଏଠାରୁ ଏଥର ଜଣେ ୨୭ ବର୍ଷିୟ ଯୁବତୀ ମଇଦାନକୁ ଓହ୍ଲାଇଛନ୍ତି।

ଧରାକୋଟ ରାଜା ପରିବାର ତଥା ନନ୍ଦିନୀ ଦେବୀଙ୍କ ଝିଅ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭାଜପା ଗତଥରର ପ୍ରାର୍ଥୀ ବଦଳାଇ ଉତ୍ତମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୭ ବର୍ଷିୟ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ଟିକେଟ୍‌ ଦେଇଛି। ସେ ବାହୁବଳୀ ନେତା ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଟକ୍କର ଦେବେ।

ଗୀତାଞ୍ଜଳୀଙ୍କ ମାଆ ନନ୍ଦିନୀ ଦେବୀ ୨୦୧୪ରୁ ସାନଖେମୁଣ୍ଡି ସିଟ୍‌ରୁ ବିଧାନସଭା ନିର୍ବାଚନ ଜିତିଥିଲେ। ଯେତେବେଳେ କି ରମେଶ ନିର୍ବାଚନ ମଇଦାନରେ ନ ଥିଲେ। ହେଲେ ୨୦୧୯ରେ ତାଙ୍କ ଟକ୍କର ରମେଶଙ୍କ ସହ ହୋଇଥିଲା ଓ ସେ ୬୧,୭୭୩ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ।

ହେଲେ ଚଳିତ ନିର୍ବାଚନରେ ବିଜେଡି ରମେଶଙ୍କୁ ଟକ୍କର ଦେବାକୁ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ଟିକେଟ ଦେଇଛି। ସେ ଗଥ ସାତ ବର୍ଷ ଧରି ରାଜନୈତିକ କାର୍ଯ୍ୟରେ ସକ୍ରିୟ ରହି ନିଜ ମାଆଙ୍କୁ ସାହାଯ୍ୟ କରୁଛନ୍ତି। ଗୀତାଞ୍ଜଳୀଙ୍କୁ ଧରାକୋଟ ବ୍ଲକ ଓ ଗଞ୍ଜାମ ଜିଲାର ସବୁଠାରୁ କମ୍‌ ବୟସର ବ୍ଲକ ଅଧ୍ୟକ୍ଷ ଅଟନ୍ତି। ତେବେ ଚଳିତ ନିର୍ବାଚନରେ ସବୁଠାରୁ କମ୍‌ ବୟସର ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍‌ ଦେଇଛି। ଯଦି ସେ ନିର୍ବାଚନ ଜିତନ୍ତି ତେବେ ସେ ଓଡିଶାର କନିଷ୍ଠ ଏମଏଲଏ ନେତ୍ରୀ ହେବେ।

ଗତ ୨୦୧୯ ନିର୍ବାଚନରେ ଜେଲର ଚାରିକାନ୍ଥ ଭିତରେ ଥାଇ ଶଙ୍ଖ ଗଡ଼ ଭିତରେ ବାଜିମାତ କରିଥିଲେ ରମେଶ। ହେଲେ ଏଥର ନିର୍ବାଚନରେ କିଏ ମାରିବ ବାଜି ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ରମେଶ ଜେନାଙ୍କୁ ପୁଣିଥରେ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ତଥା ଧରାକୋଟ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀଙ୍କୁ ଟିକେଟ୍‌ ଦେଇଛି ବିଜେଡି। ସେହିପରି ଭାଜପା ପୂର୍ବତନ ବିଧାୟକ ବିଜୟ କୁମାର ସ୍ବାଇଁଙ୍କୁ ଟିକେଟ୍‌ ନ ଦେଇ ଉତ୍ତମ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛି। କଂଗ୍ରେସ ପ୍ରାର୍ଥୀ ରମେଶ ପୁଣିଥରେ ଜିତିବାକୁ ଉଦ୍ୟମ ଚଳାଇଥିବାବେଳେ ନିଜ ଗଡରେ ନିଜ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି ଭାଜପା। ସେହିପରି ବିଜେଡି ଚଳିତ ନିର୍ବାଚନରେ କିପରି ନିଜ ଭୋଟ ପ୍ରତିଶତକୁ ବଢାଇ ବିଜୟ ଲାଭ କରିବ ସେନେଇ ସ୍ବତନ୍ତ୍ର ରଣନୀତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri