‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’ କ୍ଷେପଣାସ୍ତ୍ର (ଆଇଟିସିଏମ୍‌)ର ଗୁରୁବାର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ ସମସ୍ତ ସବ୍‌ ସିଷ୍ଟମ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଭାରତୀୟ ବାୟୁସେନାର ସୁ-୩୦-ଏମ୍‌କେ-୧ ବିମାନରୁ ମଧ୍ୟ ଏହି କ୍ଷେପଣାସ୍ତ୍ରର ଉଡ଼ାଣ ଉପରେ ନଜର ରଖାଯାଇଥିଲା। ଏହି କ୍ଷେପଣାସ୍ତ୍ର ୱେ ପଏଣ୍ଟ ନାଭିଗେଶନ୍‌ ବ୍ୟବହାର କରି ଆବଶ୍ୟକ ପଥ ଅନୁସରଣ କରିଥିଲା ଏବଂ ଅତ୍ୟନ୍ତ ନିମ୍ନ ଉଚ୍ଚତା ବିଶିଷ୍ଟ ସମୁଦ୍ର-ସ୍କିମିଂ ଉଡ଼ାଣ ପ୍ରଦର୍ଶନ କରିଥିଲା। ବେଙ୍ଗାଲୁରୁସ୍ଥିତ ଗ୍ୟାସ୍‌ ଟର୍ବାଇନ୍‌ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଜିଟିଆର୍‌ଇ) ଦ୍ୱାରା ବିକଶିତ ଏହି ସ୍ବଦେଶୀ ପ୍ରୋପଲସନ ସିଷ୍ଟମ ସଫଳ ଭାବେ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ରରେ ଉନ୍ନତ ଏବଂ ବିଶ୍ୱସନୀୟ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଆଭିଓନିକ୍ସ ଏବଂ ସଫ୍ଟୱେୟାର ମଧ୍ୟ ରହିଛି। ଏହି କ୍ଷେପଣାସ୍ତ୍ରକୁ ବେଙ୍ଗାଲୁରୁସ୍ଥିତ ଡିଆରଡିଓ ପରୀକ୍ଷାଗାର ଏରୋନୋଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ) ବିକଶିତ କରିବା ସହ ଅନ୍ୟାନ୍ୟ ପରୀକ୍ଷାଗାର ଏବଂ ଭାରତୀୟ ଉଦ୍ୟୋଗର ଯୋଗଦାନ ରହିଛି। ଏହି ପରୀକ୍ଷଣକୁ ଡିଆରଡିଓର ବିଭିନ୍ନ ପରୀକ୍ଷାଗାରର ବହୁ ବରିଷ୍ଠ ବୈଜ୍ଞାନିକ ଓ ପ୍ରତିନିଧିମାନେ ଦେଖିଥିଲେ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଟିସିଏମ୍‌ର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବଦେଶୀ ପ୍ରୋପଲସନ ଦ୍ୱାରା ପରିଚାଳିତ ସ୍ବଦେଶୀ ଲମ୍ବା ଦୂରତା ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ବିକାଶ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କହିଛନ୍ତି। ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମତ ଆଇଟିସିଏମ୍‌ ଉତ୍‌କ୍ଷେପଣର ସଫଳ ପରିଚାଳନା ପାଇଁ ଡିଆରଡିଓର ସମଗ୍ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri